Republic Day 2023: ଏଥର ବିନା କଟକଣାରେ ପରେଡ୍‌, ଉଠିଲା କଟକଣା

author img

By

Published : Jan 23, 2023, 7:59 PM IST

Updated : Jan 23, 2023, 8:14 PM IST

Republic Day 2023

ଗତ ୨ବର୍ଷ ପରେ ଚଳିତ ବର୍ଷ ବିନା କଟକଣାରେ ରାଜ୍ୟସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଛି । ତେବେ ଗାନ୍ଧୀମାର୍ଗ ଲୋକାରଣ୍ୟ ହେବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

Republic Day 2023: ଏଥର ବିନା କଟକଣାରେ ପରେଡ୍‌, ଉଠିଲା କଟକଣା

ଭୁବନେଶ୍ବର: ଚଳିତ ବର୍ଷ ଦେଶ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ବିନା କଟକଣାରେ ଗାନ୍ଧୀ ମାର୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହେବ । ଗାନ୍ଧୀ ମାର୍ଗରେ ପରେଡ୍‌ର ରିହରସଲ ହୋଇଛି । ବିନା କଟକଣାରେ ଗଣତନ୍ତ୍ର ଦିବସ ପାଳନ ହେବାକୁ ଥିବା ବେଳେ ଜନ ସମାଗମ ହେବ ବୋଲି ଆଶା କରାଯାଉଛି । ତେବେ ପରେଡ୍‌ ରିହରସଲ ଓ ବ୍ୟବସ୍ଥାର ତଦାରଖ କରିଛନ୍ତି ପୋଲିସ କମିଶନର ।

କୋଭିଡ ପାଇଁ ଯେଉଁ କଟକଣା ଦୀର୍ଘ ୨ବର୍ଷ ଧରି ଚାଲିଥିଲା । ପରେ ଏବେ ପୂର୍ବ ପରି ବିନା କଟକଣାରେ ‌ହେବ ସମାରୋହ । ଚଳିତ ଏଥର ପୂର୍ବ ଭଳି ସ୍କୁଲ ପିଲାମାନେ ଅଂଶଗ୍ରହଣ କରିବେ । ୧୯ଟି ୟୁନିଫର୍ମ କଣ୍ଟିଜେଣ୍ଟ ବା ଦଳ ଅଂଶଗ୍ରହଣ କରିବେ । ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି । ଆନ୍ଧ୍ରପ୍ରଦେଶର ପୋଲିସର ଏକ ଟିମ୍ ମଧ୍ୟ ଯୋଗ ଦେବେ । ଏଥିସହ ନାଭାଲ ବ୍ୟାଣ୍ଡ ସହ ପୋଲିସ ବ୍ୟାଣ୍ଡ ମଧ୍ୟ ରହିବେ ।

ଏହା ବି ପଢନ୍ତୁ- ଉଦଯାପିତ ହେଲା ଗ୍ଲୋରିଫେଷ୍ଟ 2023, ଶେଷ ସନ୍ଧ୍ୟାରେ ଲୋକଙ୍କୁ ନଚାଇଲେ ଅନିକ ଓ ଲୋପାମୁଦ୍ରା

ଏତଦବ୍ୟତୀତ ୨୫ଟି ସ୍କୁଲର ପିଲାମାନେ ଭାଗ ନେବେ । ଡେୟାର ଡେଭିଲ ଟିମ୍ ସହ ସ୍କେଟିଂ ଓ ପାରମ୍ପରିକ ବାଦ୍ୟ ନୃତ୍ୟର ୪ଟି ଦଳ ସହ ୯ଟି ବିଭାଗ ଓ OMCର ମଧ୍ୟ ପ୍ରଜ୍ଞାପନ ମେଢ଼ ଯୋଗ ଦେବେ। ଏନେଇ ପୋଲିସ କମିଶନର ସମସ୍ତ ବ୍ୟବସ୍ଥାକୁ ନିରୀକ୍ଷଣ କରିଛନ୍ତି । ଆସନ୍ତା ମଙ୍ଗଳବାର ଫୁଲ ଡ୍ରେସ୍ ରିହରସଲ ହେବାକୁ ଥିବା ବେଳେ ଏହାକୁ ପୋଲିସ ଡିଜି ସୁନୀଲ ବଂଶଲ ବୁଲି ଦେଖିବେ। ତେବେ ଏ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, " ଗାନ୍ଧୀମାର୍ଗରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଓ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ ।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ସମାରୋହରେ ମୋଟ ୪୯ଟି କଣ୍ଟିଜେଣ୍ଟ ଭାଗ ନେବେ । ୧୯ଟି ଦଳ ମଧ୍ୟରେ ରହିବେ ପୋଲିସର ଟ୍ରାଫିକ ପୋଲିସ, ୭ମ ଓ ୬ଷ୍ଠ ବାଟାଲିୟନ, ହୋମଗାର୍ଡ, ଓଡ୍ରାଫ, ଅଗ୍ନିଶମ ସହ ସ୍ବତନ୍ତ୍ର ବାଟାଲିୟନ, ନାଭାଲ ସହ ଆର୍ମି ଭାଗ ନେବେ । କୋଭିଡ ପରେ ପ୍ରଥମ ଥର ପାଇଁ ବିନା କଟକଣାରେ ପାଳନ ହେବାକୁ ଯାଉଛି । ଆଜି ରିହରସଲ ହେଲା । ମଙ୍ଗଳବାର ଗ୍ରାଣ୍ଡ ରିହରସଲ ହେବ । ସୁରକ୍ଷା ଲାଗି ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।"

ଚଳିତ ବର୍ଷ ଦେଶ ୭୪ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ଏହି ଦିବସଟି ପ୍ରତିଟି ଭାରତୀୟବାସୀଙ୍କ ପାଇଁ ହୋଇଥାଏ ଗର୍ବ ଓ ଗୌରବର ଦିନ । ୧୯୫୦ ମସିହାରେ ଜାନୁଆରୀ ୨୬ ତାରିଖରେ ଆମ ଦେଶର ସମ୍ବିଧାନ ପ୍ରଣୟନ ହୋଇଥିଲା । ପ୍ରତିବର୍ଷ ଏହି ଗୌରବମୟ ଦିବସରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପରେଡ୍‌ର ଆୟୋଜନ ହୋଇଥାଏ । ଏଥିରେ ବିଦେଶର ରାଷ୍ଟ୍ରମୁଖ୍ୟମାନେ ମୁଖ୍ୟ ଅତିଥି ଭାବେ ଯୋଗ ଦିଅନ୍ତି । ଇଜିପ୍ଟ ରାଷ୍ଟ୍ରପତି ଅବଦ୍ଦଲ ଫତେହ ଇଲ-ସିସି ଯୋଗଦେବେ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଦିବସରେ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 23, 2023, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.