ଉଦଯାପିତ ହେଲା ଗ୍ଲୋରିଫେଷ୍ଟ 2023, ଶେଷ ସନ୍ଧ୍ୟାରେ ଲୋକଙ୍କୁ ନଚାଇଲେ ଅନିକ ଓ ଲୋପାମୁଦ୍ରା

author img

By

Published : Jan 23, 2023, 6:40 PM IST

glory fest 2023

ଯୁବ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଗ୍ଲୋରିଫେଷ୍ଟ 2023 ଉଦଯାପିତ ହୋଇଯାଇଛି । ହାଇଟେକ୍ କଲେଜ୍ ଅଫ୍ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଗ୍ଲୋରୀ କୁଇନ୍ ଟାଇଟଲ୍ ହାସଲ କରିଛନ୍ତି । ଅଧିକ ପଢନ୍ତୁ

glory fest 2023

ପୁରୀ: ଉଦଯାପିତ ହୋଇଯାଇଛି ଗ୍ଲୋରିଫେଷ୍ଟ 2023 । ଏହା ପୁରୀର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା । ଯେଉଁଥିରେ ଜାତୀୟ ସ୍ତରୀୟ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାଇଟେକ୍ କଲେଜ୍ ଅଫ୍ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଗ୍ଲୋରୀ କୁଇନ୍ ଟାଇଟଲ୍ ହାସଲ କରିଛନ୍ତି । ସ୍ୱର୍ଣ୍ଣାଭ ବେଳାଭୂମିରେ ବିଳମ୍ୱିତ ରାତ୍ରିରେ ପୂଜାଙ୍କୁ ଗ୍ଲୋରୀ କୁଇନ୍ ମୁକୁଟ ପିନ୍ଧାଇ ଥିଲେ ଅତିଥି । ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର ବୁଦ୍ଧି ଓ ସୌନ୍ଦର୍ଯ୍ୟ ପାଇଁ ସେ ଏହି ମୁକୁଟ ହାସଲ କରିଛନ୍ତି ।

ଗ୍ଲୋରୀ ଫେଷ୍ଟର ଆକର୍ଷଣ ଗ୍ଲୋରୀ କୁଇନ୍ ଟାଇଟଲ୍ ସହ ବିଭିନ୍ନ ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଗ୍ଲୋରୀ ଫେଷ୍ଟ-୨୦୨୩ ଉଦଯାପନୀ ସନ୍ଧ୍ୟାରେ। ଗ୍ଲୋରୀ କୁଇନ୍ ଫାଇନାଲ୍ ରାଉଣ୍ତକୁ ଯାଇଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି । ଏଥସହ ନିଜ ଆତ୍ମବିଶ୍ୱାସ, ଅଭିନୟ, ଦକ୍ଷତା, ବୁଦ୍ଧିମତାରେ ଦକ୍ଷତା ଦେଖାଇ ଦର୍ଶକଙ୍କ ହୃଦୟ ଜିତି ହାଇଟେକ୍ କଲେଜ୍ ଅଫ୍ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଗ୍ଲୋରୀ କୁଇନର ମୁକୁଟ ପିନ୍ଧିଛନ୍ତି ।

ସେହିପରି ଗ୍ଲୋରୀ କୁଇନର ପ୍ରଥମ ରନର୍ସଅପ୍ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ, ଦ୍ବିତୀୟ ରନର୍ସଅପ୍ ରାଉରକେଲା ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନଭି ପ୍ରଜ୍ଞାପ୍ତି ହୋଇଛନ୍ତି । ଉଦଯାପନୀ ଉତ୍ସବରେ ଅତିଥି ଭାବେ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଯୁବ ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ଆଇନଜୀବୀ ବିଭୁ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।‌

ଏହା ମଧ୍ୟ ପଢନ୍ତୁ- ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ଶନି ମନ୍ଦିରରେ ପୂଜା କରିଥିଲି: ମନ୍ତ୍ରୀ ନବ ଦାସ

ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ବିଜେତା ତଥା ବଲିଉଡ୍ କଣ୍ଠଶିଳ୍ପୀ ଅନିକ୍ ଧର୍ ଓ ଲୋପାମୁଦ୍ରା । ଏହି ଦୁଇ କଣ୍ଠଶିଳ୍ପୀ ବଲିଉଡ ଗୀତ ଗାଇ ଶୀତୁଆ ସଂନ୍ଧ୍ୟାକୁ ଉଷ୍ଣ କରି ଦେଇଥିଲେ । ଦର୍ଶକ ଓ ଛାତ୍ର , ଛାତ୍ରୀଙ୍କ ଗହଣକୁ ଆସି ଉଭୟ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ସମସ୍ତଙ୍କୁ ନଚାଇଥିଲେ । ବିଶେଷ କରି ଅନିକ୍ ଧରଙ୍କ ସଂଗୀତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଭରିଥିଲା ।

ଏଥିସହ ସମ୍ବଲପୁରୀ ନୃତ୍ୟରୁ ଆରମ୍ଭ ହୋଇଥିବା ବେଳେ ଶିବ ତାଣ୍ଡବ ଶୋତ୍ରୋ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇଥିଲା । ଗ୍ଲୋରୀ ଫେଷ୍ଟ୍‌ର ବିଭିନ୍ନ ବିଭାଗର ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.