ETV Bharat / state

ଗୋ-ଚାଲାଣରେ ଥାନାଧିକାରୀଙ୍କ ସମ୍ପୃକ୍ତି, କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ

author img

By

Published : Jun 2, 2020, 9:32 PM IST

ଗୋଚାଲାଣରେ ଥାନାଧିକାରୀଙ୍କ ସମ୍ପୃକ୍ତି, କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ
ଗୋଚାଲାଣରେ ଥାନାଧିକାରୀଙ୍କ ସମ୍ପୃକ୍ତି, କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ

ଖୋର୍ଦ୍ଧା ବେଗୁନିଆ ଥାନା ଅଧିକାରୀ ଲକଡାଉନ ସମୟରେ ଗୋଚାଲାଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା । ଜବତ ହୋଇଥିବା ଗୋରୁଙ୍କୁ ଗୋଶାଳା ଛାଡିବା ପରିବର୍ତ୍ତେ କନେଷ୍ଟବଳଙ୍କ ମାଧ୍ୟମରେ ବ୍ୟବସାୟ କରିଥିବା ନେଇ ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ଗୋରୁ ଚୋରାଚାଲାଣରେ ସମ୍ପୃକ୍ତ ଅଛନ୍ତି ଥାନା ଅଧିକାରୀ ଏବଂ କର୍ମଚାରୀ । ଯାହାର ତଥ୍ୟ ପୁରା ପ୍ରମାଣ ସହ ଏସପିଙ୍କୁ ଦିଆଯାଇଥିଲା । ହେଲେ କେବଳ ଜଣେ କନେଷ୍ଟବଳଙ୍କୁ ସସପେଣ୍ଡ କରି ଚୁପ ବସିଛନ୍ତି ଏସପି୍‌ । ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ ବିଭୂତି ଦାସ ଏବଂ ବେଗୁନିଆ ଜନ କଲ୍ୟାଣ ମଞ୍ଚ ସଭାପତି ଅକ୍ଷୟ ରଥ ।

ଗୋଚାଲାଣରେ ଥାନାଧିକାରୀଙ୍କ ସମ୍ପୃକ୍ତି, କାର୍ଯ୍ୟାନୁଷ୍ଠାନ ଦାବିରେ ଅନଶନ

ସୂଚନା ଅନୁଯାୟୀ ଖୋର୍ଦ୍ଧା ବେଗୁନିଆ ଥାନା ଅଧିକାରୀ ଲକଡାଉନ ସମୟରେ ଗୋଚାଲାଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଥିଲା । ଜବତ ହୋଇଥିବା ଗୋରୁଙ୍କୁ ଗୋଶାଳା ଛାଡିବା ପରିବର୍ତ୍ତେ କନେଷ୍ଟବଳଙ୍କ ମାଧ୍ୟମରେ ବ୍ୟବସାୟ କରିଥିଲେ ଅଧିକାରୀ । ଏହାର ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା । ଘଟଣାରେ ସମ୍ପୃକ୍ତ କନେଷ୍ଟବଳଙ୍କ ବିରୋଧରେ ଏସପି କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ଥାନା ଅଧିକାରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।

ଏହାର ପ୍ରତିବାଦରେ ମଙ୍ଗଳବାର ସାମାଜିକ କର୍ମୀ ବିଭୂତି ଦାସ ଏବଂ ଅକ୍ଷୟ ରଥ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ତେବେ ଅନଶନ ସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଅନଶନ ପ୍ରତ୍ୟାହୃତ କରିଥିଲେ ସାମାଜିକ କର୍ମୀ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.