ETV Bharat / state

ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ଧାରଣା, ପିଙ୍କିଙ୍କ ପାଖରେ ପହଞ୍ଚିଲା ସମାଜସେବୀ ସଂଗଠନ

author img

By

Published : Apr 10, 2023, 7:28 AM IST

wife stages dharna at in laws house in khordha
ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା

ଇଟିଭି ଭାରତରେ ଖବର ପ୍ରକାଶ ପରେ ସ୍ବାମୀ ଘର ଆଗରେ ଧାରଣାରତ ପିଙ୍କିଙ୍କ ପାଖରେ ପହଞ୍ଚିଲା ସମାଜସେବୀ ସଂଗଠନ । ଅଧିକ ପଢ଼ନ୍ତୁ

ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ସ୍ତ୍ରୀର ଧାରଣା

ଖୋର୍ଦ୍ଧା: ସ୍ତ୍ରୀର ହକ ପାଇବା ଦାବିରେ ଦୀର୍ଘ ପାଞ୍ଚ ମାସ ଧରି ଶ୍ବଶୁର ଘର ପିଣ୍ଡାରେ ବସିଥିବା ମହିଳାଙ୍କୁ ମିଳିଲା ସହାୟତା । ଇଟିଭି ଭାରତ ମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଭୁବନେଶ୍ୱର ଗୁଗୁଲ ଫାଉଣ୍ଡେସନ ଧାରଣାରତ ମହିଳା ପିଙ୍କିଙ୍କୁ ସହାୟତାର ହାତ ବଢ଼ାଇଛି । ଗୁଗୁଲ ଫାଉଣ୍ଡେସନର ଏମଡି ତଥା ସଭାପତି ସଞ୍ଜୁକ୍ତା ନାୟକ ଓ ସମ୍ପାଦିକା ରଞ୍ଜୁକ୍ତା ବେହେରା ବାଘମାରୀଠାରେ ପିଙ୍କି ଦେଇଥିବା ଧାରଣା ସ୍ଥାନରେ ପହଞ୍ଚି ତାଙ୍କ ସହ ଦେଖା ହୋଇଛନ୍ତି ।

ପିଙ୍କିଙ୍କ ଠାରୁ ସମ୍ପୂର୍ଣ୍ଣ ଘଟଣାକ୍ରମ ପଚାରି ବୁଝିବା ସହିତ ପୋଲିସ କଣ ସହଯୋଗ କରୁଛି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ପରେ ବାଘମାରୀ ଥାନା ଅଧିକାରୀଙ୍କ ସହିତ ସମସ୍ତ ଘଟଣା ନେଇ ଆଲୋଚନା କରିଛନ୍ତି । ପିଙ୍କିଙ୍କୁ ଦିଅରର ଆକ୍ରମଣ ପରେ ଗିରଫ କରାଯାଇନଥିବା ନେଇ ସମାଜସେବୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି,"ସ୍ଥାନୀୟ ଥାନା ପକ୍ଷରୁ ଦୀର୍ଘ ତିନି ମାସ ଧରି ସୁରକ୍ଷା ହଟାଇ ଦିଆଯିବା ଯୋଗୁଁ ପିଙ୍କିଙ୍କ ଦିଅର ଏଭଳି ଆକ୍ରମଣ କରିବାକୁ ସାହସ ଜୁଟାଇଲା । ପୋଲିସର ଭୂମିକାକୁ ଆମେ ନିନ୍ଦା କରୁଛୁ । ଯଥାଶୀଘ୍ର ପିଙ୍କିକୁ ନ୍ୟାୟ ଦେଇ ଆକ୍ରମଣ କରିଥିବା ଦିଅର ବିରୁଦ୍ଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି କରାଯିବ ।"

ସୂଚନାଯୋଗ୍ୟ, ବାଘମାରୀ ଗ୍ରାମର ଅଶୋକ ଦାଶ ନାମକ ଜଣେ ଯୁବକ ଅନୁଗୋଳର ବନଲକ୍ଷ୍ମୀ ବେହେରା ଓରଫ ପିଙ୍କି ବେହେରା ନାମ୍ନୀ ଜଣେ ଯୁବତୀଙ୍କୁ ୭ବର୍ଷ ପୂର୍ବେ ବିବାହ କରି ଭୁବନେଶ୍ଵରରେ ରହୁଥିଲେ । ଗତ ବର୍ଷ ଜୁନ ୧୩ ତାରିଖରୁ ଅଶୋକ ପିଙ୍କିଙ୍କୁ ଛାଡି କେଉଁଆଡ଼େ ଚାଲିଯାଇଥିଲେ । ସ୍ବାମୀକୁ ନପାଇ ଖାରବେଳ ନଗର ଥାନାରେ ଏତଲା ଦେଇଥିଲେ ପିଙ୍କି । ନ୍ୟାୟ ନମିଳିବାରୁ ଶେଷରେ ଖୋଜି ଖୋଜି ଅଶୋକଙ୍କ ଗ୍ରାମ ବାଘମାରୀରେ ପହଞ୍ଚିଥିଲେ । ଗତବର୍ଷ ନଭେମ୍ବର ମାସ ୨୬ ତାରିଖରୁ ସ୍ୱାମୀ ଘର ଆଗରେ ଧାରଣାରେ ବସି ରହିଛନ୍ତି ପିଙ୍କି । ତାଙ୍କ ଜାତିକୁ ନେଇ ଶାଶୂଘର ଲୋକ ଗ୍ରହଣ କରୁନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଧାରଣାରେ ବସିବାର ତିନିମାସ ପର୍ଯ୍ୟନ୍ତ ବାଘମାରୀ ଥାନା ପକ୍ଷରୁ ତାଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ପାଇଁ ଦୁଇଜଣ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଥିଲା । ମାତ୍ର ଏବେ ତାହାକୁ କାଢି ନିଆଯାଇଛି । ତେଣୁ ପିଙ୍କି ନିଜକୁ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.