ETV Bharat / state

ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ: ଟୀକାକରଣ କେନ୍ଦ୍ରରେ ରହୁନି ସାମାଜିକ ଦୂରତା

author img

By

Published : Jul 5, 2021, 4:36 PM IST

ଜିଲ୍ଲାରେ ବଢୁଛୁ ସଂକ୍ରମଣ: ଟୀକାକରଣ କେନ୍ଦ୍ରରେ ରହୁନି ସାମାଜିକ ଦୂରତା
ଜିଲ୍ଲାରେ ବଢୁଛୁ ସଂକ୍ରମଣ: ଟୀକାକରଣ କେନ୍ଦ୍ରରେ ରହୁନି ସାମାଜିକ ଦୂରତା

ଖୋର୍ଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମଣ ଅଧିକ ରହୁଥିବା ନଜରକୁ ଆସୁଛି । କୋରୋନା ଗ୍ରାଫରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ଟୀକାକରଣ କେନ୍ଦ୍ରରେ ସାମାଜିକ ଦୂରତା ରହୁନଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧା: କୋରୋନାର ଦ୍ବିତୀୟ ଲହର ରାଜ୍ୟରେ ଆତଙ୍କ ଖେଳାଇଛି । ସେହିପରି ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରେ ଏହି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଥିବା ନଜରକୁ ଆସୁଛି । କୋରୋନା ଗ୍ରାଫରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ ଦେଉଥିବା ବେଳେ ଟୀକାକରଣ କେନ୍ଦ୍ରରେ ସାମାଜିକ ଦୂରତା ରହୁନଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ବଢୁଛୁ ସଂକ୍ରମଣ: ଟୀକାକରଣ କେନ୍ଦ୍ରରେ ରହୁନି ସାମାଜିକ ଦୂରତା

ପ୍ରଶାସନର କଟକଣାକୁ ଲୋକମାନେ ଖାତିର ନକରି ସାମାଜିକ ଦୂରତାକୁ ଭୁଲିଯାଉଥିବା ନଜରକୁ ଆସିଛି । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ପରିସରରେ ହୋଇଥିବା ଟୀକାକରଣ କେନ୍ଦ୍ରରେ ଆଜି ଶହ ଶହ ସଂଖ୍ୟାରେ ଲୋକେ ଆସିଥିବାର ଦେଖିବାକୁ ମିଳିଥିଲା । ସେଠାରେ ଲୋକମାନେ ସାମାଜିକ ଦୂରତା ଭୁଲିଯାଇଥିବା ଦେଖିବାକୁ ମିଳିଥିଲା ।

ସେହିପରି ବେଗୁନିଆ ବ୍ଲକ କଣ୍ଟାବାଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ତେବେ ଟୀକାକରଣ କେନ୍ଦ୍ରରେ ଏଭଳି ସ୍ଥିତି କୋରୋନା ଚେନ ବଢ଼ିବାକୁ ବଳ ଯୋଗାଉନି ତ ? ପ୍ରତି ଟୀକାକରଣ କେନ୍ଦ୍ରରେ ପ୍ରଶାସନ କିପରି କରୋନା ନିୟମ ପାଳନ ହେବ ତା’ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.