ETV Bharat / state

ଚିଲିକାରେ ବିଦେଶୀ ପକ୍ଷୀ ଶୀକାର: ଅଭିଯୁକ୍ତ ଗିରଫ, ଡଙ୍ଗା ଜବତ

author img

By

Published : Dec 5, 2022, 9:11 PM IST

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ: ଡଙ୍ଗା ସହ ୫ ମୃତ ବିଦେଶାଗତ ପକ୍ଷୀ ଜବତ, ଅଭିଯୁକ୍ତ ଗିରଫ
ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ: ଡଙ୍ଗା ସହ ୫ ମୃତ ବିଦେଶାଗତ ପକ୍ଷୀ ଜବତ, ଅଭିଯୁକ୍ତ ଗିରଫ

ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚଢାଉ । ୫ଟି ବିଦେଶାଗତ ମୃତ ପକ୍ଷୀକୁ ଡଙ୍ଗାରୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ । ଏହି ଘଟଣାରେ ମୃତପକ୍ଷୀ ଉଦ୍ଧାର ହୋଇଥିବା ଡଙ୍ଗାକୁ ଜବତ ମଧ୍ୟ କରାଯାଇଛି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା : ଚିଲିକାରେ ପୁଣି ମାତିଲେ ପକ୍ଷୀ ଶିକାରୀ । ଅବାଧରେ ବିଦେଶାଗତ ପକ୍ଷୀ ଶୀକାର ଚାଲିଥିବା ଅଭିଯୋଗ ପରେ ଚେତିଛି ବନ୍ୟପ୍ରାଣୀ ବିଭାଗ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଚଢାଉ । ୫ଟି ବିଦେଶାଗତ ମୃତ ପକ୍ଷୀକୁ ଡଙ୍ଗାରୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ହେଲା ଟାଙ୍ଗୀ ଥାନା ଜଟିଆପାଟଣା ଗାଁର ଚୈତନ୍ୟ ପ୍ରଧାନ ।

ଚୈତନ୍ୟ ପକ୍ଷୀ ଶୀକାର ପାଇଁ କାଳୁପଡା ଘାଟ ନିକଟସ୍ଥ ବୋରକୁଦିକୁ ଯାଇଥିଲେ । ଏ ସମ୍ପର୍କରେ ଖବରପାଇଥିଲା ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ।ଏହାପରେ ଘଟଣାସ୍ଥଳରେ ପହଞ୍ଚି ବନ୍ୟପ୍ରାଣୀ ବିଭାଗ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଚୈତନ୍ୟ ପାଖରୁ ୫ଟି ମୃତ ବିଦେଶାଗତ ପକ୍ଷୀ ଜବତ ହୋଇଥିଲା । ଏହାସହ ପକ୍ଷୀ ଶୀକାର କରିବାକୁ ଯେଉଁ ଡଙ୍ଗାରେ ଚୈତନ୍ୟ ଆସିଥିଲା ତାକୁ ମଧ୍ୟ ଜବତ କରଛି । ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି । ଏନେଇ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜର ଚୁଡ଼ାରାଣୀ ମୁର୍ମୁ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ.ଚିଲିକାରେ ବଢୁଛି ବିଦେଶୀ ପକ୍ଷୀ ଶିକାର, ଶିକାରୀ ଗିରଫ

ଜବତ ହୋଇଥିବା ମୃତ ପକ୍ଷୀ ଗୁଡ଼ିକ ହେଲା ଦୁଇଟି ଲାର୍ଜ ଉଇଷ୍ଟଲିଙ୍ଗ ଡକ, ଗୋଟିଏ ପର୍ପଲ ମୋହରେନ ଏବଂ ଦୁଇଟି କମନ ମୋହରେନ ପକ୍ଷୀ । ଏହି ବିଦେଶୀ ପକ୍ଷୀଙ୍କ ମାଂସର ବହୁ ଚାହିଦା ରହିଛି । ତେଣୁ ଶିକାରୀମାନେ ଶୀକାର କରୁଥିବା ଦେଖିବାକୁ ମିଳୁଛି ।

ସୂଚନାନୁସାରେ ଶୀତ ଆସିଲେ ଚିଲିକାକୁ ବିଦେଶରୁ ହଜାର ହଜାର ମାଇଲ ଅତିକ୍ରମ କରି ଆସିଥାନ୍ତି ଏହି ପକ୍ଷୀମାନେ । ଏହି ଅତିଥି ପକ୍ଷୀଙ୍କ ସୁରକ୍ଷା ପାଇଁ ଚିଲିକା କୂଳରେ ବନ୍ୟ ପ୍ରାଣୀ ବିଭାଗ କର୍ମଚାରୀମାନେ କ୍ୟାମ୍ପ ପକାଇ ସଜାଗ ରହିଛନ୍ତି । କିନ୍ତୁ ଏହି ବିଦେଶୀ ପକ୍ଷୀଙ୍କ ମାଂସର ବହୁ ଚାହିଦା ରହିଛି ।

ଏହାମଧ୍ୟ ପଢ଼ନ୍ତୁ. ବ୍ରହ୍ମଗିରି ରେଞ୍ଜରୁ 20ଟି ମୃତ ବିଦେଶୀ ପକ୍ଷୀ ଜବତ, ଶିକାରୀ ଫେରାର

ତେଣୁ ଶିକାରୀମାନେ ଏହି ବିଦେଶୀ ପକ୍ଷୀଙ୍କୁ ଶୀକାର କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଦିନକୁ ଦିନ ଚିଲିକାରେ ପକ୍ଷୀ ଶିକାର ବଢୁଥିବା ବେଳେ ବନ୍ୟପ୍ରାଣୀ ବିଭାଗ ପାଇଁ ଏହା ମୁଣ୍ଡ ବଥାର କାରଣ ପାଲଟିଛି । ଶିକାରୀମାନେ କଇଁ ନାଡ଼ ଓ ଦଳରେ ଫୁରାଡନ ବିଷ ଦେଇ ପକ୍ଷୀ ଶୀକାର କରୁଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.