ETV Bharat / state

ନିର୍ବାଚନୀ ପୂର୍ବରୁ ବଳ ଗୋଟାଉଛି ବିଜେପି, ବିଜେଡି ଓ କଂଗ୍ରେସ ଛାଡି ପଦ୍ମ ଧରିଲେ ନେତା

author img

By ETV Bharat Odisha Team

Published : Dec 14, 2023, 9:17 PM IST

Updated : Dec 14, 2023, 9:24 PM IST

Bjp mishrana parba: ରାଜଧାନୀରେ ବିଜେପିର ମିଶ୍ରଣ ପର୍ବ । ଦଳକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ନେତା । ଶଙ୍ଖ ଛାଡ଼ି ପଦ୍ମ ଧରିଲେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଏକାନ୍ତ ସହଯୋଗୀ ହିମାଂଶୁ ଶେଖର ସାହୁ । ଅଧିକ ପଢନ୍ତୁ

ନିର୍ବାଚନୀ ପୂର୍ବରୁ ବଳ ଗୋଟାଉଛି ବିଜେପି, ବିଜେଡି ଏବଂ କଂଗ୍ରେସ ଛାଡି ପଦ୍ମ ଧରିଲେ ନେତା
ନିର୍ବାଚନୀ ପୂର୍ବରୁ ବଳ ଗୋଟାଉଛି ବିଜେପି, ବିଜେଡି ଏବଂ କଂଗ୍ରେସ ଛାଡି ପଦ୍ମ ଧରିଲେ ନେତା

ନିର୍ବାଚନୀ ପୂର୍ବରୁ ବଳ ଗୋଟାଉଛି ବିଜେପି

ଭୁବନେଶ୍ୱର: ବିଜେଡି ଏବଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ । ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଏକାନ୍ତ ସହଯୋଗୀ ହିମାଂଶୁ ଶେଖର ସାହୁ ମଧ୍ୟ ଶଙ୍ଖ ଛାଡ଼ି ଧରିଲେ ପଦ୍ମ । ସେହିପରି ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ଯୋଗ ଦେଲେ ବଳବନ୍ତରାୟଙ୍କ ଏକାନ୍ତ ସହଯୋଗୀ ହିମାଂଶୁ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ହିମାଂଶୁ ଏକାଧିକ ସରପଞ୍ଚ, ପୂର୍ବତନ ସରପଞ୍ଚ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷ ଶତାଧିକ ସମର୍ଥକଙ୍କ ସହ ଦଳରେ ମିଶିଛନ୍ତି । ସେହିପରି ଢେଙ୍କାନାଳ ଏବଂ ବରଗଡ଼ର କିଛି ବିଜେଡି କର୍ମୀ ମଧ୍ୟ ଦଳରେ ସାମିଲ ହୋଇଛନ୍ତି । 2024 ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେପି । ୩ ରାଜ୍ୟରେ ଫଳାଫଳ ପରେ ରାଜ୍ୟ ବିଜେପିରେ ବହୁ ନେତା ଯୋଗଦାନ କଲେଣି । ସେପଟେ ଦଳକୁ ଆହୁରି ମଜଭୁତ କରିବା ପାଇଁ ନେତାମାନେ ଅଣ୍ଟା ଭିଡିଛନ୍ତି ।


ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି ବୋଲି କହିଛନ୍ତି ରାଜ୍ୟ ସଭାପତି । ସେ କହିଛନ୍ତି ,"ବର୍ତ୍ତମାନ ରାଜ୍ୟରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଧାୟକ, ମନ୍ତ୍ରୀଙ୍କ କଥାର କୌଣସି ଗୁରୁତ୍ୱ ନାହିଁ । ଲୋକଙ୍କ ମନରେ ପରିବର୍ତ୍ତନ ହୋଇଛି ଏବଂ ଓଡିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି । ଓଡିଶା ରାଜନୀତିରେ ସଂପୂର୍ଣ୍ଣ ପରିବର୍ତ୍ତନ ହେବ ଏବଂ ୨୦୨୪ରେ ଓଡିଶାରେ ସରକାର ଗଠନ କରିବ ଭାରତୀୟ ଜନତା ପାର୍ଟି ।"

ଏହା ମଧ୍ୟ ପଢନ୍ତୁ....ନୂଆପଡାରେ ବିଜେପିର ମିଶ୍ରଣ ପର୍ବ, ଶଙ୍ଖ ଛାଡି ପଦ୍ମ ପୋଖରୀରେ ଶତାଧିକ ବିଜେଡି କର୍ମୀ

ସେହିପରି ହିନ୍ଦୋଳର ପୂର୍ବତନ ବିଧାୟକ ରବି ନାଏକ ଆଜି କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଶିଷ୍ଟ ସମାଜସେବୀ ବିଶ୍ୱରଞ୍ଜନ ଦାସ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହେଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଓ ଆଦର୍ଶ ଏବଂ ଭାରତୀୟ ଜନତା ପାର୍ଟିର ସୁଶାସନରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଥିବାର ସମସ୍ତ ନୂତନ ସଦସ୍ୟ କହିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 14, 2023, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.