ନୂଆପଡାରେ ବିଜେପିର ମିଶ୍ରଣ ପର୍ବ, ଶଙ୍ଖ ଛାଡି ପଦ୍ମ ପୋଖରୀରେ ଶତାଧିକ ବିଜେଡି କର୍ମୀ

By ETV Bharat Odisha Team

Published : Nov 17, 2023, 4:58 PM IST

thumbnail

ନୂଆପଡା: ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସିନାପାଲି ନୂତନ ମଣ୍ଡି ପଡିଆ ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଶହ ଶହ ବିଜେଡି କର୍ମୀ ବିଜେପିରେ ମିଶିଛନ୍ତି । ଆସନ୍ତା 2024 ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଜୟୀ ନେଇ ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କରିବା ପାଇଁ ଚେଷ୍ଟା କରୁଛି ଦଳ । ଏହି ଅବସରରେ ସିନାପାଲି ଅଞ୍ଚଳର ବିଜୁ ଜନତା ଦଳର ପୂର୍ବତନ ବ୍ଲକ ସଭାପତି ପ୍ରିୟ ରଞ୍ଜନ ମେହେରଙ୍କ ସମେତ ଶତାଧିକ ସମର୍ଥକ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଦୀର୍ଘ 17 ବର୍ଷ ଧରି ବିଜୁ ଜନତା ଦଳରେ କାମ କରି ଆସୁଥିବା ମେହେର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ନେତୃତ୍ୱ ନେଉଥିବା ଦଳୀୟ ନେତାଙ୍କ ନେତୃତ୍ୱରେ ଅସନ୍ତୋଷ ହୋଇ ଦଳରୁ ଇସ୍ତଫା ଦେଇଥିବା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିବା କହିଛନ୍ତି । ଏହି ମିଶ୍ରଣ ପର୍ବରେ ଭାରତୀୟ ଜନତା ପାର୍ଟି ନୂଆପଡା ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର, ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଶିବ ପ୍ରସାଦ ମୁଣ୍ଡ, ପ୍ରସନ୍ନ ପାଢ଼ୀ, ଜିଲ୍ଲା ପରିଷଦ ଆଶା ଜୈନ ପ୍ରମୁଖ ଯୋଗଦେଇଥିଲେ ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.