ETV Bharat / state

ଆନ୍ଦୋଳନକୁ ଓହ୍ଲାଇଲା ସରପଞ୍ଚ ମହାସଂଘ, 6 ଦିନ ମଧ୍ୟରେ ଦାବି ପୂରଣ ନେଇ ମିଳିଲା ପ୍ରତିଶ୍ରୁତି

author img

By ETV Bharat Odisha Team

Published : Sep 15, 2023, 9:20 PM IST

15 ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲା ସରପଞ୍ଚ ସଂଘ । ପ୍ରିତଶ୍ରୁତି ପାଇବା ପରେ ଆନ୍ଦୋଳନରୁ ହଟିଲା ସଂଘ । ଅଧିକ ପଢନ୍ତୁ

୧୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସରପଞ୍ଚ ମହାସଂଘ
୧୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସରପଞ୍ଚ ମହାସଂଘ

୧୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସରପଞ୍ଚ ମହାସଂଘ

ଭୁବନେଶ୍ବର: ୧୫ ଦଫା ଦାବି ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟ ସରପଞ୍ଚ ମହାସଂଘ । ପଞ୍ଚାୟତରାଜ ବ୍ୟବସ୍ଥାରେ ସରପଞ୍ଚଙ୍କୁ ସେମାନଙ୍କ କ୍ଷମତା ମୁକୁତାବିକ କାର୍ଯ୍ୟ କରିବାକୁ ଦେବା ଓ ମୌଳିକ ଅଧିକାର ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟର କୋଣ ଅନୁକୋଣର ୫ ହଜାରରୁ ଉର୍ଦ୍ଧ୍ବ ସରପଞ୍ଚ ଏକାଠି ହୋଇ ଗାନ୍ଧୀମାର୍ଗରେ ଗର୍ଜିଥିଲେ । ବିରାଟ ଶୋଭାଯାତ୍ରାରେ ଅଧିକାର ଲଢେଇ ଲଢ଼ିବା ପାଇଁ ମାଷ୍ଟରକ୍ୟାଣ୍ଟିନରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଲୋୟର ପିଏମଜି ଠାରେ ନାରାବାଜି କରିବା ସହ ବିକ୍ଷୋଭ ପଦର୍ଶନ କରିଥିଲେ । ସରପଞ୍ଚମାନଙ୍କ ଏହି ଆନ୍ଦୋଳନକୁ ନେଇ ପୁରା ଗାନ୍ଧୀମାର୍ଗରେ ଭିଡ଼ ଜମିଲା ।

ଦୀର୍ଘଦିନ ଧରି ସରପଞ୍ଚ ମହାସଂଘ ପକ୍ଷରୁ 30ଟି ଜିଲ୍ଲାର ସରପଞ୍ଚମାନେ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଥିଲେ । ହେଲେ ସରକାର ଆଲୋଚନାକୁ ନଡାକିବାରୁ ଏନେଇ ଆସନ୍ତୋଷ ପ୍ରକାଶ କରି ଏକ ବିଶାଳ ରାଲି କରି ଲୋୟର ପିଏମଜିଠାରେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ ସରପଞ୍ଚ । ଏହାପରେ ସରପଞ୍ଚ ସଂଘର ପ୍ରତିନିଧୀ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଦାବି ସମ୍ବନ୍ଧରେ ଆଲୋଚନା କରିଥିଲେ । ଆଲୋଚନା ପରେ ସରକାର ସେମାନଙ୍କର ଦାବିକୁ ନଜରରେ ରଖି ନିଷ୍ପତି ନେବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନରୁ ହଟାଇଛନ୍ତି ସରପଞ୍ଚ ମହାସଂଘ ।

ଏହା ମଧ୍ଯ ପଢନ୍ତୁ.. ରାଜରାସ୍ତାରେ ଗର୍ଜିଲେ ସରପଞ୍ଚ, 7ଦିନ ଭିତରେ ଦାବି ପୂରଣ ନହେଲେ କଲମ ଛାଡ଼ ଆନ୍ଦୋଳନ ଚେତାବନୀ

ସରପଞ୍ଚ ମହାସଂଘ ରୋମାଞ୍ଚ ସାହୁ କହିଛନ୍ତି, "ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆମେ ଆନ୍ଦୋଳନକୁ ପ୍ରତିହାର କରିଛୁ । ୬ ଦିନ ଭିତରେ ଦାବି ପୂରଣ କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ମହଲତକୁ ନେଇ ସରପଞ୍ଚ ମହାସଂଘ ଆନ୍ଦୋଳନ ପ୍ରତ୍ୟାହୃତ କରିବ । ୬ ଦିନ ପରେ ଅର୍ଥାତ ୨୨ ତାରିଖରେ ଯଦି ସରକାର ତାଙ୍କ କଥା ନରଖନ୍ତି ତେବେ ପୁଣି ଥରେ ରାଜରାସ୍ତାକୁ ଆସି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ସଂଘ ।"

ସରପଞ୍ଚ ମହାସଂଘ ପକ୍ଷରୁ କରାଯାଇଥିବା 15 ଦଫା ଦାବି: ୭୩ ତମ ଅଧିନିୟମ ଅନୁଯାୟୀ ସରପଞ୍ଚଙ୍କୁ କ୍ଷମତା ପ୍ରଦାନ କରନ୍ତୁ । ଗ୍ରାମସଭାକୁ ପୂର୍ବ ପରି ମାନ୍ୟତା ଦେଇ ତାହା ଅନୁଯାୟୀ ସବୁ କାର୍ଯ୍ୟ କରିବା । ସମସ୍ତ ଭତ୍ତାଧିକାରୀଙ୍କୁ 500 ଟଙ୍କା ବଦଳରେ 1000 ଟଙ୍କା ପ୍ରଦାନ କରାଯିବା । ପଞ୍ଚାୟତ ଟଙ୍କା ଉଠାଣ ବ୍ୟବସ୍ଥାରେ ବିଡ଼ିଓଙ୍କ କାଉଣ୍ଟର ସାଇନ ବ୍ୟବସ୍ଥା ଉଚ୍ଛେଦ । ପଞ୍ଚାୟତର ଜରୁରୀକାଳୀନ ପରିସ୍ଥିତି ପାଇଁ 5ଲକ୍ଷର ପାଣ୍ଠିର ବ୍ୟବସ୍ଥା ଇତ୍ୟାଦି ଦାବି କରାଯାଇଛି । ଏନେଇ ଆଜି ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଆସନ୍ତା 7 ଦିନ ଭିତରେ ଦାବି ପୂରଣ ଉପରେ ବିଚାର ନକରାଗଲେ ସଂଘ କଲମ ଛାଡ଼ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.