ETV Bharat / state

ଲୋକଙ୍କ ମାଇଣ୍ଡ ଡାଇଭର୍ଟ ପାଇଁ 2000 ନୋଟ ବ୍ୟାନ ନିଷ୍ପତ୍ତି: ବିଜେଡି

author img

By

Published : May 20, 2023, 11:02 PM IST

ଲୋକଙ୍କ ମାଇଣ୍ଡ ଡାଇଭର୍ଟ ପାଇଁ 2 ହଜାର ନୋଟ ବ୍ୟାନ ନିଷ୍ପତ୍ତି : ବିଜେଡି
ଲୋକଙ୍କ ମାଇଣ୍ଡ ଡାଇଭର୍ଟ ପାଇଁ 2 ହଜାର ନୋଟ ବ୍ୟାନ ନିଷ୍ପତ୍ତି : ବିଜେଡି

ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ମାଇଣ୍ଡ ଡାଇଭର୍ଟ କରିବା ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ କଥା ଓ କାର୍ଯ୍ୟକ୍ରମ କରୁଛନ୍ତି । ଯେଉଁଥିରେ ଲୋକଙ୍କର କିଛି ଲାଭ ହେବନାହିଁ ସେଇ କଥା ସେମାନେ କରିବେ । ଅଧିକ ପଢନ୍ତୁ

ଲୋକଙ୍କ ମାଇଣ୍ଡ ଡାଇଭର୍ଟ ପାଇଁ 2 ହଜାର ନୋଟ ବ୍ୟାନ ନିଷ୍ପତ୍ତି : ବିଜେଡି

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଉପରେ ଅତିଷ୍ଠ ହୋଇପଡିଲେଣି ଦେଶବାସୀ । କିଛି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହୋଇଛି । ଲୋକେ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଉପରେ ନିରାଶା ଭାବ ପୋଷଣ କରୁଛନ୍ତି । ଲୋକଙ୍କ ସେ ମାଇଣ୍ଡକୁ ଡାଇଭର୍ଟ ପାଇଁ କେନ୍ଦ୍ର ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି । ସେଥିମଧ୍ୟରୁ 2000 ଟଙ୍କା ବ୍ୟାନ ନିଷ୍ପତ୍ତି ଅନ୍ୟତମ । ଏହା ଦ୍ଵାରା ଭାରତବର୍ଷର ଜଣେ ଲୋକର ଲାଭ ହେବନାହିଁ ବୋଲି କହିଛନ୍ତି ବିଜେଡି ନେତ୍ରୀ ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ମାଇଣ୍ଡ ଡାଇଭର୍ଟ କରିବା ଲାଗି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ବିଭିନ୍ନ କଥା ଓ କାର୍ଯ୍ୟକ୍ରମ କରୁଛନ୍ତି । ଯେଉଁଥିରେ ଲୋକଙ୍କର କିଛି ଲାଭ ହେବନାହିଁ ସେଇ କଥା ସେମାନେ କରିବେ । ଲୋକଙ୍କ ପାଇଁ ନୁହେଁ ପୁଞ୍ଜିପତିଙ୍କ ପାଇଁ ସେ ଶାସନ କରୁଛନ୍ତି । ପୁଞ୍ଜିପତି କିଏ କେଉଁଠି ଟଙ୍କା ରଖିଛନ୍ତି ତାକୁ ସପୋର୍ଟ କରିବା ଲାଗି ସେ ଶାସନ କରୁଛନ୍ତି । ଗାଁ ଗହଳିରେ ରହୁଥିବା ଗରିବ କୃଷକ କଥା କେନ୍ଦ୍ର ସରକାର ଚିନ୍ତା କରନ୍ତୁ । ଚାଷ ଓ ଚାଷୀଙ୍କ ବିକାଶ ଲାଗି କାର୍ଯ୍ୟ କରନ୍ତୁ । ଟଙ୍କା ବଦଳେଇବାରେ କେଉଁ ସାଧାରଣ ଲୋକର ଲାଭ ହେବ । ପୁଞ୍ଜିପତିଙ୍କ କଥା ଚିନ୍ତା କରି ବିଜେପି ଶାସନ କରୁଛି । ଟଙ୍କା ବଦଳେଇଲେ କିଛି ଲୋକ ଖରାରେ ଛିଡା ହେବେ । ଖରା ଖାଇ ବ୍ୟାଙ୍କ ଆଗରେ ଛିଡା ହୋଇ ଟଙ୍କା ବଦଳେଇବେ । ଏଥିରେ ଭାରତବର୍ଷର ଜଣେ ଲୋକର ଲାଭ ହେବନାହିଁ ।

ସେହିପରି ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିରେ ମୁଁ ଆଶ୍ଚର୍ଯ୍ୟ ହେଉଛି । କେନ୍ଦ୍ର ସରକାର ଭାରତବର୍ଷର ଅର୍ଥନୀତିରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଏକଦା ବିମୁଦ୍ରିକରଣ ନାଁ'ରେ ଛୋଟ ନୋଟକୁ ବନ୍ଦ କରି ବଡ ନୋଟକୁ ପ୍ରଚଳନ କଲେ । 500 ଓ 1000 ଟଙ୍କା ବନ୍ଦ କରି 2000 ଓ 500 ଟଙ୍କା ପ୍ରଚଳନ କରିଥିଲେ । କଳା ଟଙ୍କା ଦୂର କରିବାରେ ସବୁବେଳେ ବଡ଼ ନୋଟ ବନ୍ଦ କରାଯାଏ । 2016ରେ ପ୍ରଚଳନ ହୋଇଥିବା 2000 ଟଙ୍କାଙ୍କୁ 2018ରେ ପ୍ରଚଳନ କମେଇ ଦେଇଥିଲେ । ମାତ୍ର 7 ବର୍ଷରେ 2000 ଟଙ୍କାକୁ ବ୍ୟାନ କରିବାରେ ଯେଉଁ ବ୍ୟବସ୍ଥା କରିଛନ୍ତି ତାହା ଅସ୍ଥିରତା ସୃଷ୍ଟି କରୁଛି । ମଧ୍ୟବିତ୍ତଙ୍କ ମନରେ ଆଶଙ୍କା ତିଆରି ହେଉଛି । ମହିଳା ମାନେ ଯେଉଁମାନେ କିଛି ସଞ୍ଚୟ କରିଥିଲେ ସେମାନେ ଅଧିକ ପ୍ରଭାବିତ ହେବେ । ପ୍ରଚଳନ ବେଳେ ୟାକୁ ଚିନ୍ତା କରିବାର ଥିଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୋଟ ବନ୍ଦୀ ଦ୍ବାରା କେତେ 500 ଓ 1000 ଟଙ୍କାର ନୋଟ ଫେରିଥିଲା ତାହା କେନ୍ଦ୍ର ସରକାର କହିବା ଦରକାର । ଟଙ୍କା ବନ୍ଦ ଆଳରେ କଳା ଟଙ୍କାର ରୂପାନ୍ତରିକରଣ କରିବାର ବ୍ୟବସ୍ଥା ହେଉଛି ବୋଲି ଆଶଙ୍କା ହେଉଛି । ପୂର୍ବ ସୂଚନାରେ କେହି ଜମି କିଣି ଦେଉଛନ୍ତି ଓ ସୁନା କିଣି ଦେବା ଭଳି ଘଟଣା ବି ଘଟୁଛି । ଏହା ଦେଶରେ ଅସ୍ଥିରତା ସୃଷ୍ଟି କରୁଥିବା ଅନୁଭବ ହେଉଛି । ତେଣୁ ଏ ଦିଗରେ କେନ୍ଦ୍ର ସରକାର ସ୍ପଷ୍ଟ ନୀତି ଆଣିବା ଦରକାର । 2016 ବିମୁଦ୍ରିକରଣକୁ ନେଇ ଏକ ଅସ୍ପଷ୍ଟ ଅବସ୍ଥା ଥିବା ବେଳେ କେନ୍ଦ୍ର ଏବେ ଆଉ ଏକ ଅସ୍ଥିରତା ତିଆରି କରୁଛି । ଅଗମ୍ୟ ଅଞ୍ଚଳରେ ବ୍ୟାଙ୍କ ବ୍ୟବସ୍ଥା ନଥିବାରୁ କିଛି 2000 ଟଙ୍କା ରଖିଥିବା ଲୋକ ପ୍ରଭାବିତ ହେବେ । ଏ ସଂକ୍ରାନ୍ତରେ ସରଳ ବ୍ୟବସ୍ଥା ହେବା ଦରକାର । ଭବିଷ୍ୟତ ପାଇଁ କଣ ଯୋଜନା ତାହା ସ୍ପଷ୍ଟ ହେବା ଦରକାର । ମୁଁ ମୋ ଦରମାରେ ଚଳେ । ଭଡା ଘରେ ଚଳେ । ମୋ ପାଖରେ 2000 ଟଙ୍କିଆ ନୋଟ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.