ETV Bharat / state

ନନ୍ଦନକାନନରେ ରୋପ ୱେ କାର୍ଯ୍ୟକ୍ଷମ କେବେ ? ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଝୁଲିଛି ପ୍ରକଳ୍ପର ଭାଗ୍ୟ

author img

By ETV Bharat Odisha Team

Published : Nov 9, 2023, 7:51 PM IST

ନୂଆ ବର୍ଷରେ କାର୍ଯ୍ୟକ୍ଷମ ହୋଇପାରେ ନନ୍ଦନକାନନ ରୋପ ୱେ । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ NDRF କରିଛି ମକ୍ ଡ୍ରିଲ । ଅଧିକ ପଢନ୍ତୁ

ନନ୍ଦନକାନନରେ ରୋପ ୱେର କାର୍ଯ୍ୟକ୍ଷମ କେବେ ? ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଏହି ପ୍ରକଳ୍ପର ଭାଗ୍ୟ ମଧ୍ୟ ଘୁଞ୍ଚି ଚାଲିଛି
ନନ୍ଦନକାନନରେ ରୋପ ୱେର କାର୍ଯ୍ୟକ୍ଷମ କେବେ ? ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଏହି ପ୍ରକଳ୍ପର ଭାଗ୍ୟ ମଧ୍ୟ ଘୁଞ୍ଚି ଚାଲିଛି

ନନ୍ଦନକାନନରେ ରୋପ ୱେର କାର୍ଯ୍ୟକ୍ଷମ କେବେ ? ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଏହି ପ୍ରକଳ୍ପର ଭାଗ୍ୟ ମଧ୍ୟ ଘୁଞ୍ଚି ଚାଲିଛି

ଭୁବନେଶ୍ୱର: ନନ୍ଦନକାନନର ରୋପ ୱେର କାମ ସରିଲାଣି । ଟ୍ରାଏଲ୍‌ ରନ୍ ମଧ୍ୟ ଶେଷ ହେଲାଣି । ହେଲେ କାର୍ଯ୍ୟକ୍ଷମ ହୋଇପାରୁନି ରୋପ ୱେ । ଆଜି ଏହି ରୋପ ୱେର ସୁରକ୍ଷା ବ୍ୟବସ୍ଥାକୁ ନେଇ ମକ୍ ଡ୍ରିଲ କରିଛି NDRF ଟିମ । ଦୀର୍ଘ 12 ବର୍ଷ ଧରି ବନ୍ଦ ହୋଇ ପଡ଼ିଥିବା ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପ କେବେ ପୁଣିଥରେ ଆରମ୍ଭ ହେବ ? ତାହାକୁ ଚାହିଁ ରହିଛନ୍ତି ପର୍ଯ୍ୟଟକ । ଗୋଟିଏ ପଟେ ନନ୍ଦନକାନନରେ ବୋଟିଂ ବନ୍ଦ ରହିଥିବା ବେଳେ ଅନ୍ୟପଟେ ରୋପ୍ କାର୍ଯ୍ୟକ୍ଷମ ହୋଇନଥିବାରୁ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା ବହୁ ପର୍ଯ୍ୟଟକ ନିରାଶ ହୋଇ ଫେରୁଛନ୍ତି । ତେବେ ନୂଆ ବର୍ଷରେ କାର୍ଯ୍ୟକ୍ଷମ କରିବା ପାଇଁ ରହିଛି ଯୋଜୋନା । ଏହି ରୋପ ୱେରେ କୌଣସି ଯାନ୍ତ୍ରିକ ତୃଟି ହେଲେ କିଭଳି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ,ସେନେଇ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏବଂ NDRF ଟିମ ମିଳିତ ଭାବରେ ମକ୍ ଡ୍ରିଲ କରାଯାଇଛି ।

ଦେଶର ଏକାଧିକ ସ୍ଥାନରେ ଥିବା ରୋପ ୱେର ଭାରତ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ବର୍ଷକୁ ଦୁଇଥର ମକ୍ ଡ୍ରିଲ୍ ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି । ପୂର୍ବରୁ ଗତ ମେ ମାସରେ ମକ୍ ଡ୍ରିଲ ହୋଇଥିବା ବେଳେ ଆଜି ପୁଣି ଥରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯାଉଛି । ତେବେ ଆଗକୁ ନୂଆ ବର୍ଷ ପର୍ଯ୍ୟଟକଙ୍କ ସମାବେଶ ବଢିବ । ତେଣୁ ନୂଆ ବର୍ଷରେ ପର୍ଯ୍ୟଟକଙ୍କୁ ରୋପ ୱେ ଭେଟି ଦେବାକୁ ଯୋଜନା କରିବା ସହ ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା ନେଇ ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

ଏହା ମଧ୍ୟ ପଢନ୍ତୁ....ନନ୍ଦନକାନନର ନୂଆ ଅତିଥି ତାମରିନ-ଗୁଣ୍ଡୁଚି ମାଙ୍କଡ

ତେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନନ୍ଦନକାନନ ପ୍ରାଣୀ ଏବଂ ଉଦ୍ଭିଦ ଉଦ୍ୟନ ବୁଲିବା ସହ ନନ୍ଦନକାନନ ସମ୍ପ୍ରସାରଣର ସମୀକ୍ଷା କରିବା ସମୟରେ ଏହି ପ୍ରକଳ୍ପ ୨୦୨୩ ଜାନୁଆରି ମାସରେ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ । ରୋପ ୱେକୁ କାର୍ଯ୍ୟକ୍ଷମ ହେଲେ ଏଥିରେ ଦିନକୁ 3 ହଜାରରୁ ଅଧିକ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନରୁ ସିଧାସଳଖ ଉଦ୍ଭିଦ ଉଦ୍ୟାନକୁ ଯିବା ଆସିବା କରିପାରିବେ ବୋଲି ଯୋଜନା କରଯାଇଥିଲା । ତେବେ ଏହାରି ମଧ୍ୟରେ ଗୋଟିଏ ବର୍ଷ ବିତିବାକୁ ବସିଲାଣି । ତେବେ ଆଜି ଏନେଇ ମକ ଡ୍ରିଲ ରୋପ୍‌-ୱେର କରାଯାଇଛି ।

କିପରି ରହିବ ରୋପ ୱେ

ରୋପ ୱେରେ ମୋଟ୍‌ 12 ଟି କ୍ୟାବିନ୍‌ ଲାଗିବାକୁ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 4 ଟି କ୍ୟାବିନ୍‌ ଲାଗିଛି । ପ୍ରତି କ୍ୟାବିନରେ 3 ଟି ଲେଖାଏ ବକ୍ସ ରହିଛି । ପ୍ରତି ବକ୍ସରେ 6 ଜଣ ଲେଖା‌ଏଁ ବସିବାର ସୁବିଧା ରହିଛି । ଅର୍ଥାତ୍‌ ଗୋଟିଏ କ୍ୟାବିନ୍‌ରେ ଏକାଥରେ 18 ଜଣ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଉଦ୍ଭିଦ ଉଦ୍ୟନକୁ ସୁବିଧାରେ ଯାଇପାରିବେ । ରୋପ ୱେରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରାଯାଇଛି । ଏହା ସହ ଗୋଟିଏ ଘଣ୍ଟାରେ 5 ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଏହି ସେବା ଯୋଗାଇଦେବାର ବ୍ୟବସ୍ଥା ରହିଛି କିନ୍ତୁ ରୋପ ୱେ ସଠିକ ସମୟରେ କାର୍ଯ୍ୟକ୍ଷମ ହେଉନଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି । ତେବେ ମଇ ମାସରେ ରୋପ ୱେ ର ଟ୍ରାଏଲ କରାଯାଇଥିଲା । ମାତ୍ର ରୋପ ୱେର କାମ ଚାଲିଥିବା ବେଳେ ଇଲେକ୍ଟ୍ରିକ ସର୍ଟ ସର୍କିଟ୍ ଯୋଗୁଁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯାହାଫଳରେ ଦୁଇଜଣ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.