ETV Bharat / state

ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ ଅସଦାଚରଣ, କାବୁକରି ମାଡ ମାରିଲେ ଗ୍ରାମବାସୀ

author img

By

Published : Nov 11, 2022, 10:10 AM IST

ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ ଅସଦାଚରଣ
ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ ଅସଦାଚରଣ

ଖୋର୍ଦ୍ଧା ଜିଲ୍ଲା କାଇପଦର ମହାବିଦ୍ୟାଳୟରେ ଅଧ୍ୟାପିକାଙ୍କୁ କମେଣ୍ଟ ମାରି ନିସ୍ତୁକ ମାଡ ଖାଇଲେ ଯୁବକ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ କମେଣ୍ଟ ମାରିବା । ଅଭିଯୁକ୍ତକୁ ଧରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ ଓ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା କାଇପଦର ମହାବିଦ୍ୟାଳୟରେ । ଏହି ଘଟଣାରେ ଉଭୟ ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ସୂଚନା ଅନୁସାରେ, ତୋଟାପଡ଼ା-ପାନବରଜର କେତେକ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ମୋଟର ସାଇକଲରେ ମହାବିଦ୍ୟାଳୟ ନିକଟରେ ପହଞ୍ଚି ଛାତ୍ରୀମାନଙ୍କୁ କମେଣ୍ଟ କରୁଥିଲେ ।

ମହଙ୍ଗା ପଡିଲା ଅଧ୍ୟାପିକାଙ୍କୁ ଅସଦାଚରଣ

ଏହା ମଧ୍ୟ ପଢନ୍ତୁ: Himachal Assembly Poll: ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର, କାଲି ପଡିବ ଭୋଟ

ଏହି ସମୟରେ ମହାବିଦ୍ୟାଳୟର ଜଣେ ଅଧ୍ୟାପିକା ସେଠାରେ ପହଞ୍ଚି ଏହାର ବିରୋଧ କରିବାରୁ ତାଙ୍କୁ ଯୁବକମାନେ ଗାଳିଗୁଲଜ କରିବା ସହ ଅଭଦ୍ର ଟିପ୍ପଣୀ ଦେଇଥିଲେ । ଏଥିରେ ଉକ୍ତ ମହାବିଦ୍ୟାଳୟର ଛାତ୍ର ଓ ସ୍ଥାନୀୟ ଗ୍ରାମବାସୀ ଏକତ୍ରିତ ହୋଇ ଉକ୍ତ ଅସାମାଜିକ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହି ଘଟଣାରେ ରାତିରେ ଉଭୟ ପକ୍ଷରୁ ସଦର ଥାନାରେ ଏତଲା ଦିଆଯାଇଛି । ମାଡ଼ ଖାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ତାଙ୍କୁ ବିନାକାରଣରେ ଆକ୍ରମଣ କରିଥିବା ଏତଲାରେ ଦର୍ଶାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଋଷିଆରେ ପଢିପାରିବେ ୟୁକ୍ରେନ ଫେରନ୍ତା ଭାରତୀୟ ଛାତ୍ରଛାତ୍ରୀ

ଏପରିକି ମାଡ଼ ଖାଇଥିବା ଯୁବକଙ୍କ ମଧ୍ୟରୁ କେତେକ ସେହି ମହାବିଦ୍ୟାଳୟର ଛାତ୍ର ଓ ମହାବିଦ୍ୟାଳୟର କାର୍ଯ୍ୟରେ ଯାଇଥିଲେ ବୋଲି କହିଛନ୍ତି । ଅପରପକ୍ଷରେ ମହାବିଦ୍ୟାଳୟ କର୍ତୃପକ୍ଷ ଓ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ପାଲଟା ଏତଲା ଦିଆଯାଇଛି । ଯୁବକମାନେ ଅଣଛାତ୍ର ଓ ନିୟମିତ ଭାବେ ମହାବିଦ୍ୟାଳୟକୁ ଆସି ଏଭଳି ବିଶୃଙ୍ଖଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ପାଇ ସଦର ଥାନା ପୋଲିସ ଉଭୟ ଗୋଷ୍ଠୀର ୭ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.