ETV Bharat / bharat

Himachal Assembly Poll: ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର, କାଲି ପଡିବ ଭୋଟ

author img

By

Published : Nov 11, 2022, 7:50 AM IST

Updated : Nov 11, 2022, 7:56 AM IST

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି । ଆସନ୍ତାକାଲି (ଶନିବାର) 68 ଆସନରେ ଭୋଟ ଗ୍ରହଣ ହେବ । ଅଧିକ ପଢନ୍ତୁ

Himachal Assembly Poll
ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର, କାଲି ପଡିବ ଭୋଟ

ସିମଲା: ରାତି ପାହିଲେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ଗୁରୁବାର ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରଚାର ଶେଷ କରିଛନ୍ତି । ଜନତା ଜନାର୍ଦ୍ଦନଙ୍କୁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ସହ ନିର୍ବାଚନୀ ପ୍ରଚାର ଶେଷ ହୋଇଛି । ବିଜେପି, କଂଗ୍ରେସ ଓ ଆପ୍ ପାହାଡି ରାଜ୍ୟର ବିକାଶ ପାଇଁ ଲୋକଙ୍କୁ ଦେଇଛନ୍ତି ଭଳି କି ଭଳି ପ୍ରତିଶ୍ରୁତି । ଶେଷ ଦିନରେ ବିଜେପି ଓ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ହୋଇଥିଲା । ଆସନ୍ତାକାଲି (ଶନିବାର) 68 ଆସନରେ ଭୋଟ ଗ୍ରହଣ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ରାଜ୍ୟରେ ଦୀର୍ଘ 37 ବର୍ଷ ମଧ୍ୟରେ ବିଜେପି ଓ କଂଗ୍ରେସ ସରକାର ଗଠନ କରିଛନ୍ତି । ଦୁଇ ଦଳ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିଛି । ଏଥର ବିଜେପି ରାଜ୍ୟରେ ସରକାର ଗଢିବାକୁ ଦାବି କରିଛି । ଭୋଟରଙ୍କୁ ମନେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ଗସ୍ତ କରି ପ୍ରଚାର କରିଥିବା ଦେଖିବାକୁ ମିଳିଥିଲା । ସେପଟେ କଂଗ୍ରେସ ସେହି ପୂର୍ବ ପରମ୍ପରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ବିଜେପି ଓ କଂଗ୍ରେସ ପକ୍ଷରୁ ସମସ୍ତ 68 ଆସନରେ ପ୍ରାର୍ଥୀ ଦିଆଯାଇଥିବା ବେଳେ ଆପ୍ 67 ଆସନରେ ପ୍ରାର୍ଥୀ ଦେଇଛି । 2017 ନିର୍ବାଚନରେ 43 ଆସନ ହାତେଇ ବିଜେପି ସରକାର ଗଢିଥିଲା । 1982ରେ ରାଜ୍ୟରେ ପ୍ରତି 5 ବର୍ଷରେ ସରକାର ବଦଳିଛି । କୌଣସି ଦଳ ଦ୍ବିତୀୟ ଥର ଲାଗି କ୍ଷମତାକୁ ଫେରି ନାହାନ୍ତି । ଏଥରେ ପରିବର୍ତ୍ତନ ବନାମ ପରମ୍ପରାର ଲଢେଇ ହେବ ।

ଏହା ବି ପଢନ୍ତୁ...Assembly elections: ନଭେମ୍ବର 12 ରୁ 5 ମଧ୍ୟରେ ଏକଜିଟ ପୋଲ ନିଷେଧ

ରାଜ୍ୟରେ ମୋଟ 55 ଲକ୍ଷ 92 ହଜାର 828 ଭୋଟର ବାଛିବେ ନେତା । ଏ ନେଇ 7 ହଜାର 881 ପୋଲିଂ ବୁଥ ପ୍ରତିଷ୍ଠା ହୋଇଛି । 68 ଆସନରେ ପ୍ରାୟ 400 ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ 24 ମହିଳା ପ୍ରାର୍ଥୀ ରହିଛନ୍ତି । ଏହି ନିର୍ବାଚନ ବିଶେଷ କରି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ସିଏଲପି ନେତା ମୁକେଶ ଅଗ୍ନିହୋତ୍ରୀ, କଂଗ୍ରେସର ସୁଖବିନ୍ଦ୍ର ସିଂହ ସୁଖୁ ଏବଂ ଅନ୍ୟ ପ୍ରମୁଖ ନେତାଙ୍କ ପାଇଁ ଅଗ୍ନିପରୀକ୍ଷା ହେବ ।

ଆମ ଆଦମୀ ପାର୍ଟି ମଧ୍ୟ 68 ଆସନରେ ବାଜି ମାରିବାକୁ ଲକ୍ଷ୍ୟ ରଖିଛି । ଶେଷ ଦିନ ନିର୍ବାଚନୀ ପ୍ରଚାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ କଂଗ୍ରେସ ଓ ବିଜେପିର ନେତାମାନେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଆସନ୍ତାକାଲି ନିର୍ବାଚନ ହେବାକୁ ଥିବାବେଳେ ଡିସେମ୍ବର 8 ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ।

Last Updated : Nov 11, 2022, 7:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.