ETV Bharat / state

କାଲିଠୁ BSKY ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜୀକରଣ, ଜାଣନ୍ତୁ କେମିତି କରିବେ

author img

By ETV Bharat Odisha Team

Published : Jan 5, 2024, 8:46 PM IST

କାଲିଠୁ BSKY ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜୀକରଣ
କାଲିଠୁ BSKY ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜୀକରଣ

BSKY Nabin Card Registration: କାଲିଠାରୁ BSKY ନବୀନ କାର୍ଡ ପାଇଁ ଅନଲାଇନ୍‌ ପଞ୍ଜୀକରଣ । ଏହି ପଞ୍ଜୀକରଣ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁ ହିତାଧିକାରୀମାନେ BSKY କାର୍ଡ ପାଇପାରିନାହାନ୍ତି, ସେମାନେ ଏଥିରେ ନାମ ପଞ୍ଜୀକରଣ କରିପାରିବେ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଆସନ୍ତାକାଲି ଠାରୁ BSKY ନବୀନ କାର୍ଡ ପାଇଁ ଆରମ୍ଭ ହୋଇଛି ଅନଲାଇନ୍‌ ପଞ୍ଜୀକରଣ । ଏହି ପଞ୍ଜୀକରଣ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁ ହିତାଧିକାରୀମାନେ BSKY କାର୍ଡ ପାଇପାରିନାହାନ୍ତି, ସେମାନେ ଏଥିରେ ନାମ ପଞ୍ଜୀକରଣ କରିପାରିବେ । ତେବେ ଏହି ଯୋଜନାରେ ସରକାରୀ କର୍ମଚାରୀ, ସରକାରୀ ପେନସନ୍‌ ଉପଭୋକ୍ତାମାନେ ନିଜ ନାମ ପଞ୍ଜୀକରଣ ପାଇଁ ବିବେଚିତ ହେବେ ନାହିଁ । BSKY ନବୀନ କାର୍ଡ ପାଇଁ ଆବେଦନ କରିବାକୁ bskynabin.odisha.gov.in ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରାଯିବ । ମୋ ସେବା କେନ୍ଦ୍ରରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ । ତେବେ ସହାୟତା ପାଇଁ BSKY ହେଲ୍ପଲାଇନ ନମ୍ବର ୧୫୫୩୬୯ରେ ଯୋଗାଯୋଗ ମଧ୍ୟ କରିପାରିବେ ।

ଏପଟେ BSKY ନବୀନ କାର୍ଡକୁ ଅନଲାଇନ ପଞ୍ଜୀକରଣ କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ପଞ୍ଜୀକରଣ କରିବା ଦ୍ଵାରା BSKYରେ ଅନ୍ତର୍ଭୁକ୍ତ ନଥିବା ଉପଭୋକ୍ତାମାନେ ହିଁ ଏଥିରେ ସାମିଲ ହୋଇପାରିବେ । ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ହେବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଘରୋଇ ହସ୍ପିଟାଲରେ ଗୁରୁତର ରୋଗ ପାଇଁ ମାଗଣାରେ ଚିକିତ୍ସା ପାଇପାରିବେ । BSKY ନବୀନ କାର୍ଡରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ଲାଗି ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ତେବେ ହିତାଧିକାରୀମାନେ ଆସନ୍ତା ମେ ୧ ତାରିଖଠାରୁ ଏହି ଯୋଜନାର ସୁବିଧା ପାଇବେ । ହିତାଧିକାରୀମାନେ www.bskynabin.odisha.gov.in ପୋର୍ଟାଲରେ ଆବେଦନ କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସଚେତନତା କରିବା ପାଇଁ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...BSKY ନବୀନ କାର୍ଡ ପାଇଁ ଅନଲାଇନ ପଞ୍ଜିକରଣ, ଜାନୁଆରୀ ୬ ରୁ ୧୬ ଯାଏଁ ଆବେଦନ

ପ୍ରକାଶଯୋଗ୍ୟ, ଏହି କାର୍ଡ ଦ୍ବାରା ଚିକିତ୍ସା କରାଯିବାକୁ ଥିବା ଗୁରୁତର ରୋଗ ଗୁଡ଼ିକ ମଧ୍ୟରେ ହୃଦରୋଗ, କିଡ୍‌ନୀ ରୋଗ, ଲିଭର ସମସ୍ୟା, ବ୍ରେନ୍ ଷ୍ଟ୍ରୋକ୍‌, ଗମ୍ଭୀର ମସ୍ତିକ କ୍ଷତ, ବ୍ରେନ୍ ଟ୍ୟୁମର, ପୋଡାଜଳା ଆହତ, ସ୍ନାୟୁଜନିତ ଓ କ୍ୟାନ୍ସର ଭଳି ରୋଗ ରହିଛି । ଏହାସହ ଅନ୍ୟାନ୍ୟ ଗୁରୁତର ରୋଗ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଯେଭଳି ଭାବରେ ଅର୍ଥ ଅଭାବରୁ ରାଜ୍ୟରେ କେହି କେବେ ଉତ୍ତମ ଚିକିତ୍ସା ସୁବିଧାରୁ ବଞ୍ଚିତ ନହେବେ, ସେନେଇ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି । ଏଥିପାଇଁ ୫ ବର୍ଷ ତଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଥିଲା । ଏହାଦ୍ବାରା ରାଜ୍ୟର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.