ETV Bharat / state

ସର୍ଭେକୁ ଭୁଲ କହିଲେ ବିରୋଧୀ, ନିର୍ବାଚନ ଜିତିବାକୁ 3 ଦଳର ଦମ୍ଭୋକ୍ତି

author img

By

Published : Jul 30, 2023, 9:25 PM IST

ସରକାର ଗଢିବା ପ୍ରସଙ୍ଗରେ ପ୍ରି-ସର୍ଭେକୁ ନେଇ ସରଗରମ ହୋଇଛି ରାଜନୀତି । ସର୍ଭେକୁ ରିପୋର୍ଟ ଭୁଲ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ

ସର୍ଭେକୁ ଭୁଲ କହିଲେ ବିରୋଧୀ
ସର୍ଭେକୁ ଭୁଲ କହିଲେ ବିରୋଧୀ

ସର୍ଭେକୁ ଭୁଲ କହିଲେ ବିରୋଧୀ

ଭୁବନେଶ୍ବର: ନିର୍ବାଚନରେ ସରକାର ଗଢିବା ପ୍ରସଙ୍ଗରେ ଏକ ସର୍ଭେ ହୋଇଛି । ଯାହାକୁ ନେଇ ସମସ୍ତ ଦଳ ପକ୍ଷରୁ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲୋକସଭା ନିର୍ବାଚନରେ ଓଡ଼ିଶାରେ ଗତ ନିର୍ବାଚନ ଅପେକ୍ଷା ଶାସକ ବିଜେଡି ଗୋଟିଏ ଅଧିକ ସିଟ୍ ପାଇପରେ । 2024 ସାଧାରଣ ନିର୍ବାଚନରେ ବିଜେଡି 13ଟି ଲୋକସଭା ଆସନ ହାତେଇବ । ଦ୍ୱିତୀୟ ସ୍ଥାନରେ ଥିବା ବିଜେପି 8ଟି ଆସନକୁ ଅକ୍ତିଆର କରିବାକୁ ଥିବାବେଳେ କଂଗ୍ରେସ ତାର ସତ୍ତା ହରାଇବ । ଏଭଳି ଆକଳନ କରିଛି ଜାତୀୟ ଗଣମାଧ୍ୟମ ସଂସ୍ଥା । ସର୍ଭେ ଅନୁଯାୟୀ ରାଜ୍ୟରେ ବିଜେପିର କୌଣସି ଆଖିଦୃଶିଆ ପରିବର୍ତ୍ତନ ହେବ ନାହିଁ । ସେହିଭଳି କଂଗ୍ରେସ ମଧ୍ୟ ତାର ଗଡ଼ ରକ୍ଷା କରିବାରେ ବିଫଳ ହେବ ବୋଲି କୁହାଯାଇଛି । ଆଉ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

ବିଜେଡି ସାଂସଦ ମୁନା ଖାନ କହିଛନ୍ତି, "ଜାତୀୟ ଗଣମାଧ୍ୟମ କେଉଁଠି ନା କେଉଁଠି ଭୁଲ ସର୍ଭେ କରିଛି । ଗତ ବର୍ଷ ପଞ୍ଚାୟତ ନିର୍ବାଚନରେ ବିଜେଡି 52%ରୁ ଅଧିକ ଭୋଟ ପାଇଥିଲା । ଅର୍ଥାତ୍ 21ରୁ 21 ବିଜେଡି ଜିତିବ । ବିଜେପି କି କଂଗ୍ରେସ ଗୋଟିଏ ବି ଲୋକସଭା ସିଟ୍ ପାଇଲେ, ତାହା ବହୁତ ବଡ଼ କଥା । ଭୁଲ ତଥ୍ୟ ନିଆଯାଇ ସର୍ଭେ ହୋଇଛି । ବିଜେପି କେବଳ କର୍ମୀଙ୍କ ମନୋବଳ ବଢ଼ାଇବାକୁ କହୁଛି।"

ସର୍ଭେକୁ ଭୁଲ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଆସନ୍ତା ସାଧାରଣ ନିର୍ବାଚନରେ ଦଳ 15 ଲୋକସଭା ଆସନ ହାତେଇବ ବୋଲି ଦମ୍ଭୋକ୍ତି ବାଢ଼ିଛି ରାଜ୍ୟ କଂଗ୍ରେସ । ପିସିିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ସର୍ଭେ ରିପୋର୍ଟ କପୋଳ କଳ୍ପିତ । କର୍ଣ୍ଣାଟକ, ହିମାଚଳ ପ୍ରଦେଶରେ ବି ସର୍ଭେ ରିପୋର୍ଟ କଂଗ୍ରେସ ବିରୋଧରେ ଆସିଥିଲା କିନ୍ତୁ ସେଠି କିପରି ସରକାର କଲା କଂଗ୍ରେସ ? ଓଡ଼ିଶାରେ ୧୯୯୫ରେ ବି ସର୍ଭେ ରିପୋର୍ଟ କହିଥିଲା, ବିଜୁ ବାବୁଙ୍କ ସରକାର ହେବ । କିନ୍ତୁ କଂଗ୍ରେସ ସରକାରକୁ ଫେରିଲା । ୨୦୨୪ରେ ବି ସମାନ ସ୍ଥିତି ହେବ ଓଡ଼ିଶାରେ । ୧୦ରୁ ୧୨ ଏମ୍‌ପି ସିଟ୍‌ରେ ଆମେ ବିଜୟୀ ହେବୁ । ଓଡ଼ିଶାବାସୀ ସ୍ଥିର କରିସାରିଛନ୍ତି ।"

ଏହା ବି ପଢନ୍ତୁ...Survey: 2024ରେ ସରକାର ଗଢିବ ବିଜେପି ! ପ୍ରତିକ୍ରିୟା ରଖିଲେ ରାଜ୍ୟ ବିଜେପି ସଭାପତି

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ତାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହେବାରେ ଲାଗିଛି । ବିଜୟ ଆଶାରେ ଲାଗିପଡ଼ିଛନ୍ତି 3 ପ୍ରମୁଖ ରାଜନୈତିକ ଦଳ । ସମସ୍ତ ଦଳ ଏନେଇ ରଣନୀତି ପ୍ରସ୍ତୁତ କରି ଲୋକଙ୍କ ପାଖକୁ ଯିବାକୁ ଉଦ୍ୟମ ଜାରି ରଖିଥିବାବେଳେ ଜାତୀୟ ଗଣମାଧ୍ୟମର ଏହି ପୂର୍ବ ଆକଳନ ରାଜନୈତିକ ପାଣିପାଗକୁ ଗୋଳିଆ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.