ETV Bharat / state

ସ୍ଥାୟୀ ଚାକିରି ଦାବିରେ ଗର୍ଜିଲେ ଆୟୁଷ ଡାକ୍ତର

author img

By

Published : Nov 4, 2022, 6:50 PM IST

Updated : Nov 4, 2022, 7:11 PM IST

ଚାକିରି ସ୍ଥାୟୀକରଣକୁ ନେଇ ରାଜରାସ୍ତାରେ ଆୟୁଷ ଡାକ୍ତର
ଚାକିରି ସ୍ଥାୟୀକରଣକୁ ନେଇ ରାଜରାସ୍ତାରେ ଆୟୁଷ ଡାକ୍ତର

ଆରବିଏସକେ ଆୟୁଷ ଡାକ୍ତରଙ୍କ ଚାକିରୀ ସ୍ଥାୟୀକରଣ ନିମନ୍ତେ ଆନ୍ଦୋଳନ । ଲୋୟର ପିଏମଜି ନିକଟରେ ଶହ ଶହ ଆୟୁଷ ଡାକ୍ତରମାନେ ରାଲି କରି ସରକାରଙ୍କୁ ଦାବି ଜଣାଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆରବିଏସକେ ଆୟୁଷ ଡାକ୍ତରଙ୍କ ଚାକିରୀ ସ୍ଥାୟୀକରଣ ନିମନ୍ତେ ଆନ୍ଦୋଳନ । ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଛି। ଏହି ଐତିହାସିକ ନିଷ୍ପତ୍ତିକୁ ଓଡିଶା ଆୟୁଷ ଡାକ୍ତର ସଂଘ ସ୍ବାଗତ ମଧ୍ୟ କରିଛି । କୋଭିଡ ମହାମାରୀ ସମୟରେ ସମସ୍ତ ଆୟୁଷ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ କୋଭିଡ ରୋଗୀଙ୍କର ଚିକିତ୍ସା, ପରୀକ୍ଷା ଓ ଟୀକାକରଣକୁ ସଫଳ ଭାବେ ସମ୍ପାଦନ କରିଥିଲେ । ଯାହା ଯୋଗୁଁ ଜନସାଧାରଣଙ୍କ ବହୁମୂଲ୍ୟ ଜୀବନ ବଞ୍ଚିବା ସହ କୋଭିଡ ମହାମାରୀକୁ ସଫଳ ଭାବେ ନିୟନ୍ତ୍ରଣ କରାଯାଇଛି । ଏଣୁ ଜାତୀୟ ମିଶନରେ ନିଯୁକ୍ତି ପାଇଥିବା ସମସ୍ତ ଆୟୁଷ ଡାକ୍ତରଙ୍କୁ ତୁରନ୍ତ ସ୍ଥାୟୀ କରିବାକୁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିଛନ୍ତି । ଆଜି ଲୋୟର ପିଏମଜି ନିକଟରେ ଶହ ଶହ ଆୟୁଷ ଡାକ୍ତରମାନେ ରାଲି କରି ସରକାରଙ୍କୁ ଦାବି ଜଣାଇଛନ୍ତି ।

ସ୍ଥାୟୀ ଚାକିରି ଦାବିରେ ଗର୍ଜିଲେ ଆୟୁଷ ଡାକ୍ତର

ସୂଚନା ଅନୁଯାୟୀ, ଆୟୁଷ ଡାକ୍ତର ସଂଘ ତରଫରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦକୁ ସ୍ବାଗତ କରାଯାଇଛି। ଏହା ଦ୍ବାରା ପାଖାପାଖି 57 ହଜାର ଠିକା କର୍ମଚାରୀ ଉପକୃତ ହେବେ। ସରକାର 2013 ମସିହାରେ ନିର୍ଦ୍ଧାରିତ ଗ୍ରୁପ ବି ଅନୁଯାୟୀ ଚୁକ୍ତିଭିତ୍ତିକ ନିଯୁକ୍ତିରେ ଯଥେଷ୍ଟ ପୂର୍ବରୁ 2007 ମସିହାରୁ ସ୍ଵାସ୍ଥ୍ୟ ବିଭାଗର ସ୍ବାସ୍ଥ୍ୟ ମିଶନ ଅଧୀନରେ ନିଯୁକ୍ତି ପାଇଥିଲେ। ଯେଉଁଥିରେ 1485 ଜଣ ଆୟୁଷ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯାଇନାହିଁ। ଯେପରି ଅରୁଣାଚଳ ପ୍ରଦେଶ, ମଣିପୁର, ରାଜସ୍ଥାନ, କର୍ଣାଟକ, ଛତିଶଗଡ଼, ପଞ୍ଜାବ ଇତ୍ୟାଦିରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କୁ ନିୟମିତକରଣ କରାଯାଇ ସାରିଛି ଓ ଅନ୍ୟ ସମସ୍ତ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ କରାଯାଇଛି ।

ଦୀର୍ଘ 15 ବର୍ଷଧରି ସ୍ବଚ୍ଛ ବେତନରେ ଠିକା ନିଯୁକ୍ତି ପାଇଥିବା ଏହି ଡାକ୍ତରମାନେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମିଶନ ଓ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ଯୋଜନାକୁ ସଫଳ ରୂପାୟନ କରି ଆସୁଛନ୍ତି। ଏତଦ ବ୍ୟତୀତ ଆୟୁଷ ଡାକ୍ତରମାନେ କୋଭିଡ ମହାମାରୀକୁ ସଫଳ ଭାବେ ନିୟନ୍ତ୍ରଣ କରିପାରିଛନ୍ତି।

ଏପଟେ ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ କହିଛନ୍ତି ଯେ, ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଛୁ। ଦୀର୍ଘ 15 ବର୍ଷ ଧରି ଚୁକ୍ତି ଭିତ୍ତିକ ଭାବରେ କାମ କରି ଆସିଛୁ । କାରୋନା ସମୟରେ ସ୍ବାସ୍ଥ୍ୟ ସେବା ସଠିକ ଭାବରେ କରାଯାଇଥିବା ନେଇ ରାଜ୍ୟ ସରକାର ପ୍ରଶଂସା ମଧ୍ୟ କରିଛନ୍ତି । ଆୟୁଷ ଡାକ୍ତରଙ୍କୁ ତୁରନ୍ତ ସ୍ଥାୟୀ ନିଯୁକ୍ତି କରିବାକୁ ମଧ୍ୟ ଦାବି ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 4, 2022, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.