ETV Bharat / state

RBSK Ayush doctor: ଚାକିରୀ ସ୍ଥାୟୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

author img

By

Published : Nov 1, 2022, 10:16 AM IST

Updated : Nov 1, 2022, 2:56 PM IST

ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ଚାକିରୀ ସ୍ଥାୟୀକାରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ଦାବି
ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ଚାକିରୀ ସ୍ଥାୟୀକାରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦୃଢ଼ଦାବି

ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ସ୍ଥାୟୀକରଣ କରିବା ପାଇଁ ଦାବି । ଏଥିସହ ଶୀଘ୍ର ସରକାର ଆମ ଦାବି ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି ବୋଲି ଆରବିଏସକେ ଆୟୁଷ ଡାକ୍ତର ସଂଘ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆରବିଏସକେ ଆୟୁଷ ଡାକ୍ତରଙ୍କ ଚାକିରୀ ସ୍ଥାୟୀକାରଣ ନିମନ୍ତେ ଦାବି । ନିକଟରେ ମୁଖ୍ୟମନ୍ତ୍ରୀ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିଛନ୍ତି । ରାଜ୍ୟରେ ନିୟୋଜିତ ଏନ ଏଚ ଏମ, ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ନିୟୋଜିତ ୧୨୭୨ ଠିକା ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ଏଯାବତ ସରକାର ନିୟମିତ କରିନାହାନ୍ତି । ଏନେଇ ସ୍ଥାୟୀକାରଣ ପାଇଁ ଦାବି କରିଛନ୍ତି । ତେବେ ଏହି ଆୟୁଷ ଡାକ୍ତର ମାନେ ଆରବିଏସକେ ମାଧ୍ୟମରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ ଏବଂ ସହରାଞ୍ଚଳରେ ବିଦ୍ୟାଳୟ ଏବଂ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ଅସୁସ୍ଥ ଶିଶୁଙ୍କୁ ଚିହ୍ନଟ କରି ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ସହାୟକ ହୋଇଥାନ୍ତି ।

ଚାକିରୀ ସ୍ଥାୟୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି

ଏହି ଆୟୁଷ ଡାକ୍ତରଙ୍କ ଉତ୍ସର୍ଗୀକୃତ ସେବା ଯୋଗୁଁ ବହୁ ଜନ୍ମଗତ ହୃଦରୋଗୀ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର କରାଇ ସରକାର ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି । କେବଳ ଏତିକି ନୁହେଁ ବହୁ ଦୃଷ୍ଟି ବାଧିତ, ସୃତି ବାଧିତ, ଗ୍ରହଣ ଖଣ୍ଡିଆ, ବଙ୍କା ପାଦ ଆଦି ଅନେକ ଶିଶୁଙ୍କୁ ମଧ୍ୟ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ପ୍ରଶଂସାର ପାତ୍ର ସାଜିଛନ୍ତି ଏହି ଆୟୁଷ ଡାକ୍ତରମାନେ । ଆବଶ୍ୟକ ସ୍ଥଳେ ଅପହଞ୍ଚ ଅଞ୍ଚଳରେ ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ତଥା ଜନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଫଳ ରୂପାନ୍ତରଣ ମଧ୍ୟ କରିଥାନ୍ତି ଏହି ଆୟୁଷ ଡାକ୍ତର ।

ଗ୍ରାମାଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇ ଦେବା ପାଇଁ ଆୟୁଷ ଡାକ୍ତରଙ୍କୁ ନିୟମିତ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦେଶ ମଧ୍ୟ ରହିଛି । ଅତୀତରେ ୨୦୧୯ ମସିହାରେ ସରକାର ଏନଏଚଏମ ଅଧୀନସ୍ଥ ଅନେକ ପାରାମେଡିକ କର୍ମଚାରୀଙ୍କ ନିଯୁକ୍ତିକୁ ସ୍ଥାୟୀ କରିସାରିଥିବାବେଳେ, ଆରବିଏସକେ ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି । ହେଲେ ସରକାର କୌଣସି କର୍ଣ୍ଣପାତ କରୁନାହାଁନ୍ତି ।

ସୂଚନାଯୋଗ୍ୟ ଯେ, ଅନେକ ରାଜ୍ୟ ଯେପରି ଅରୁଣାଚଳ ପ୍ରଦେଶ, ମଣିପୁର, ରାଜସ୍ଥାନ, କର୍ଣ୍ଣାଟକ ଇତ୍ୟାଦି ରାଜ୍ୟରେ ଆୟୁଷ ଡାକ୍ତରଙ୍କ ନିଯୁକ୍ତି ସ୍ଥାୟୀ କରିସାରିଥିବାବେଳେ, ଅନେକ ରାଜ୍ୟ ସ୍ଥାୟୀକରଣ ପ୍ରକ୍ରିୟା ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ବିଗତ ୯ ବର୍ଷ ଧରି ଏହି ଆରବିଏସକେ ଡାକ୍ତରମାନେ ଓଡିଶାର ଗ୍ରାମାଞ୍ଚଳରେ ନିରବଛିନ୍ନ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି । ଏମଏୟୁରୁ ପରିବର୍ତ୍ତିତ ହୋଇ ଆରବିଏସକେରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରମାନେ ପ୍ରାୟ ୧୫-୨୦ ବର୍ଷ ହେବ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇ ଆସୁଛନ୍ତି । ବିଗତ କୋଭିଡ ମହାମାରୀ ସମୟରେ ରୋଗୀମାନଙ୍କ ଘରେ ପହଞ୍ଚି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ।

ଏହି ଆୟୁଷ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗେଇ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାରେ ପଛଘୁଞ୍ଚା ଦେଇ ନଥିଲେ । ଏଣୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନସ୍ଥ ସମସ୍ତ ଆରବିଏସକେ ଆୟୁଷ ଡାକ୍ତରଙ୍କ ନିଯୁକ୍ତିକୁ ସ୍ଥାୟୀ କରଣ କରିବା ପାଇଁ ଦୁଇ ସଂଘ ତରଫରୁ ମିଳିତ ଭାବରେ ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନା କରାଯାଇଛି । ଏଥିସହ ଅତି ଶୀଘ୍ର ସରକାର ଆମ ଦାବି ପୂରଣ କରିବେ ବୋଲି ଆଶାବାଦୀ ଅଛନ୍ତି ବୋଲି ଆରବିଏସକେ ଆୟୁଷ ଡାକ୍ତର ସଂଘର କାର୍ଯ୍ୟକାରୀ ସଭାପତି ଡାକ୍ତର ହିମାଂଶୁ ଶେଖର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର ରବୀନ୍ଦ୍ର ସେଠୀ କହିଛନ୍ତି l

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 1, 2022, 2:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.