ETV Bharat / state

ଟଙ୍କା ଖାଇଗଲେ ସମବାୟ ବ୍ୟାଙ୍କ କର୍ମଚାରୀ, ଧାରଣା ଦେଲେ ଜମାକାରୀ

author img

By

Published : Apr 26, 2022, 2:21 PM IST

ଟଙ୍କା ଖାଇଗଲେ ସମବାୟ ବ୍ୟାଙ୍କ କର୍ମଚାରୀ,  ଧାରଣା ଦେଲେ ଜମାକାରୀ
ଟଙ୍କା ଖାଇଗଲେ ସମବାୟ ବ୍ୟାଙ୍କ କର୍ମଚାରୀ, ଧାରଣା ଦେଲେ ଜମାକାରୀ

ଗରିବ ଖଟିଖିଆ ଜମାକାରୀଙ୍କ ଦେଢ଼କୋଟି ଟଙ୍କା ଖାଇଗଲେ କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡା ଶାଖାର କର୍ମଚାରୀ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜମାକାରୀ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଗରିବ ଖଟିଖିଆ ଜମାକାରୀଙ୍କ ଟଙ୍କା ଖାଇଗଲେ କେନ୍ଦ୍ର ସମବାୟ ବ୍ୟାଙ୍କ ରାଉତପଡା ଶାଖାର କର୍ମଚାରୀ । ଜମାକାରୀଙ୍କ ଦେଢ଼କୋଟି ଟଙ୍କାକୁ ବ୍ୟାଙ୍କ କର୍ମଚାରୀ ଓ ବଡବାବୁ ଚଳୁ କରିଦେବ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଜମାକାରୀ ।

ଟଙ୍କା ଖାଇଗଲେ ସମବାୟ ବ୍ୟାଙ୍କ କର୍ମଚାରୀ, ଧାରଣା ଦେଲେ ଜମାକାରୀ

ପୂର୍ବରୁ ଜିଲ୍ଲାପାଳ EOW ତଦନ୍ତ ଓ ୩ ଦୋଷୀ କର୍ମଚାରୀଙ୍କ ବିରୋଧରେ ଥାନାରେ ମାମଲା ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ଖାତିର କରୁନାହାନ୍ତି ବ୍ୟାଙ୍କ ସିଇଓ । ଫଳରେ ନିଜ କଷ୍ଟ ଅର୍ଜିତ ଟଙ୍କା ଫେରି ପାଇବାକୁ ଆଜି ପୁଣିଥରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଉତପଡା ଗ୍ରାମର ଲୋକ ଧାରଣା ଦେଇଛନ୍ତି ।

ଅତିରିକ୍ତ ଜିଲ୍ଲାପାଳ ୭ ଦିନ ଭିତରେ ଏହାର ସମାଧାନ କରିବାକୁ ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅନ୍ୟପକ୍ଷରେ ଯଦି ଏହାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ, ତେବେ ଗ୍ରାମବାସୀ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.