ହଜାର ହଜାର ଭକ୍ତଙ୍କ ଗହଳିରେ ପୂର୍ଣ୍ଣ ବିଗ୍ରହଙ୍କ ରଥଯାତ୍ରା

author img

By

Published : Jul 1, 2022, 10:03 PM IST

ହଜାର ହଜାର ଭକ୍ତଙ୍କ ଗହଳିରେ ପୂର୍ଣ୍ଣ ବିଗ୍ରହଙ୍କ ରଥଯାତ୍ରା

ଖୋର୍ଦ୍ଧା ଜାଗୁଳେଇପାଟଣାର ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ଆଜି(ଶୁକ୍ରବାର) ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ପୂର୍ଣ୍ଣ ବିଗ୍ରହଙ୍କ ଘୋଷଯାତ୍ରା । ଅଧିକ ପଢନ୍ତୁ

ଖୋର୍ଦ୍ଧା: ହଟିଛି କଟକଣା ଆଉ ଭକ୍ତ ଓ ଭଗବାନଙ୍କର ହୋଇଛି ମିଳନ । ଦୀର୍ଘ ଦୁଇବର୍ଷ କୋରୋନା କଟକଣା ପାଇଁ ପୁରୀକୁ ଛାଡିଦେଲେ ଅନ୍ୟ କେଉଁଠାରେ ଅନୁଷ୍ଠିତ ହେଇନଥିଲା ବିଶ୍ୱ ନିଅନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରାଜ୍ୟର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଖୋର୍ଦ୍ଧା ଜାଗୁଳେଇପାଟଣାର ଅନନ୍ତ ପୁରୁଷୋତ୍ତମ କ୍ଷେତ୍ରରେ ଆଜି(ଶୁକ୍ରବାର) ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି ପୂର୍ଣ୍ଣ ବିଗ୍ରହଙ୍କ ଘୋଷଯାତ୍ରା ।

ହଜାର ହଜାର ଭକ୍ତଙ୍କ ଗହଳିରେ ପୂର୍ଣ୍ଣ ବିଗ୍ରହଙ୍କ ରଥଯାତ୍ରା

ସକାଳୁ ଏଠାରେ ପ୍ରଭଙ୍କୁ ବିଭିନ୍ନ ନୀତିକାନ୍ତି ପରେ ରଥକୁ ପ୍ରତିଷ୍ଠା କରାଯାଇ ଅପରାହ୍ନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ହୋଇ ରଥାରୂଢ ହୋଇଥିଲେ ମହାପ୍ରଭୁ । ସେହିପରି ଦୀର୍ଘ 40 ବର୍ଷ ଧରି ମହାପ୍ରଭୁଙ୍କ ଛେରାପହଁରା କରିଆସୁଥିବା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଛେରାପହଁରା କରିବା ପରେ ଭକ୍ତମାନେ ମହା ଆନନ୍ଦରେ ରଥକୁ ମାଉସୀ ମା’ ମନ୍ଦିର ଅଭିମୁଖେ ଟାଣିନେଇଛନ୍ତି ।

ଏଠାରେ ମହାପ୍ରଭୁଙ୍କ ହାତଗୋଡ଼ ଥିବା ପୂର୍ଣ୍ଣ ବିରହ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି । ସେପଟେ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ସୁରକ୍ଷା ପାଇଁ ବିଶେଷ ଆୟୋଜନ କରାଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.