ETV Bharat / state

Weather Update: ଓଡିଶା ଛୁଇଁଲା ମୌସୁମୀ, ପ୍ରବଳ ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ

author img

By

Published : Jun 22, 2023, 12:48 PM IST

Updated : Jun 22, 2023, 5:02 PM IST

ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ସବୁ ପ୍ରତୀକ୍ଷାର ଅନ୍ତ ପରେ ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପ୍ରଥମ ଦିନରେ ମାଲଗାନଗିରି, କୋରାପୁଟ ଓ ଗଜପତି ଜିଲ୍ଲାକୁ ମୌସୁମୀ ପ୍ରବେଶ କରିଥିବାବେଳେ ଆସନ୍ତା 2 ଦିନ ମଧ୍ୟରେ ରାଜ୍ୟର ସମଗ୍ର ଅଞ୍ଚଳକୁ ଏହା ଅଗ୍ରସର ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର: ତାତିରୁ ମିଳିଲା ନିସ୍ତାର । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ପରେ ଓଡିଶା ଛୁଇଁଛି ମୌସୁମୀ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ସମେତ ରାଜ୍ୟର କିଛି ଜିଲ୍ଲାରେ ଲାଗି ରହିଛି ବର୍ଷା। ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଲାଗି ରହିଛି । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

କେରଳ ମୌସୁମୀ ଛୁଇଁବା ପରେ ଏହାର କିଛି ଦିନ ମଧ୍ୟରେ ଓଡିଶାରେ ମୌସୁମୀ ଛୁଇଁବା କଥା । କିନ୍ତୁ ଜୁନ ମାସ ଶେଷରେ ଅର୍ଥାତ ବିଳମ୍ବରେ ମୌସୁମୀ ଓଡିଶାକୁ ପ୍ରବେଶ କରିଛି । ପ୍ରବଳ ତାତି ଫଳରେ ରାଜ୍ୟବାସୀ କଲବଲ ହେଉଥିବାବେଳେ ମୌସୁମୀର ଆଗମନରେ ରାଜ୍ୟବାସୀ ଆଶ୍ବସ୍ତି ଅନୁଭବ କରୁିଛନ୍ତି । ତେବେ 17ରୁ 20 ତାରିଖ ମଧ୍ୟରେ ମୌସୁମୀ ଓଡିଶା ଛୁଇଁବା ନେଇ ଆକଳନ କରାଯାଇଥିଲା। ହେଲେ କେରଳକୁ ବିଳମ୍ବରେ ମୌସୁମୀ ଛୁଇଁଥିବାରୁ ଓଡ଼ିଶା ଛୁଇଁବାରେ ମଧ୍ୟ ବିଳମ୍ବ ହୋଇଛି ।

କୋରାପୁଟର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଛି। ମାଲାକନଗିରିର ଅଧିକାଂଶ ଅଞ୍ଚଳରେ ମଧ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅପରପକ୍ଷେ ଉପକୂଳ ଅଞ୍ଚଳରେ ବର୍ଷା ଲାଗି ରହିଛି। ଫଳରେ ରାଜଧାନୀ ଭୁବନେଶ୍ବରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଭୁବନେଶ୍ବର ସମେତ କଟକ ଓ ଖୋର୍ଦ୍ଧାର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ ଆଜି ରାଜ୍ୟର ତାପମାତ୍ରା କମିଛି।

ଗତ 2 ଦିନ ହେଲା ରାଜ୍ୟର କିଛି ଜିଲ୍ଲାରେ ବର୍ଷା ପରିମାଣ ବୃଦ୍ଧି ପାଇଛି। କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ନବରଙ୍ଗପୁରରେ 74 ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ତେବେ ଆଜି କୋରାପୁଟ, ନବରଙ୍ଗପୁର, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ବର୍ଷାର ମାତ୍ରା ଅଧିକ ରହିବ । 23 ଓ 24 ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 6 ସେଣ୍ଟିମିଟରରୁ 20 ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଚଳିତ ମାସ ଆରମ୍ଭରୁ ରାଜ୍ୟରେ ତାପମାତ୍ରା ଅଧିକାଂଶ ସ୍ଥାନରେ 40 ଡିଗ୍ରୀ ପାର କରିଥିଲା । ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା 45 ଡିଗ୍ରୀ ପାର କରୁଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jun 22, 2023, 5:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.