ETV Bharat / state

Post Poll Violence In Khurda: ପରାଜିତ ପ୍ରାର୍ଥୀଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ

author img

By

Published : Mar 3, 2022, 2:01 PM IST

Updated : Mar 3, 2022, 2:12 PM IST

Post poll violence In Khurda : ପରାଜିତ ପ୍ରାର୍ଥୀଙ୍କ ଗାଡି ଜାଳିଦେଲେ ଦୁବୃର୍ତ୍ତ
Post poll violence In Khurda : ପରାଜିତ ପ୍ରାର୍ଥୀଙ୍କ ଗାଡି ଜାଳିଦେଲେ ଦୁବୃର୍ତ୍ତ

ସରିଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଘୋଷଣା ହୋଇସାରିଛି ବିଜୟୀ ପ୍ରାର୍ଥୀଙ୍କ ନାମ । ତଥାପି ମଧ୍ୟ ଥମୁନି ରାଜନୈତିକ ହିଂସା । ଖୋର୍ଦ୍ଧା ସଦର ଥାନା କାଇପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଖୋର୍ଦ୍ଧା: ସରିଛି ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ଘୋଷଣା ହୋଇସାରିଛି ବିଜୟୀ ପ୍ରାର୍ଥୀଙ୍କ ନାମ । ତଥାପି ମଧ୍ୟ ଥମୁନି ରାଜନୈତିକ ହିଂସା । ଖୋର୍ଦ୍ଧା ସଦର ଥାନା କାଇପଦରରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି । ନିର୍ବାଚନରେ ପରାଜୟ ହୋଇଥିବା ପ୍ରାର୍ଥୀଙ୍କ ଗାଡିରେ ନିଆଁ ଲଗାଇଦେଇଛନ୍ତି ବିଜୟୀ ଦଳର କର୍ମୀ ।

Post Poll Violence In Khurda: ପରାଜିତ ପ୍ରାର୍ଥୀଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ

ଘଟଣା ଅନୁଯାୟୀ, ନିର୍ବାଚନରେ ପରାଜୟ ହୋଇଥିବା କାଇପଦର ଗ୍ରାମର ମାନସ ରଞ୍ଜନ ରାଉତରାୟଙ୍କ କାରରେ ନିଆଁ ଲଗାଇଦେଇଥିଲେ ଦୁର୍ବୃତ୍ତ । ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଏହି ଅଘଟଣ ହୋଇଥିବା ସୂଚନା ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ: Post poll violence In Ganjam: କେଉଁଠି ବୋମା ମାଡ ତ ଆଉ କେଉଁଠି ପଥର ମାଡ

କେବଳ ଖୋର୍ଦ୍ଧାରେ ନୁହେଁ ଗଞ୍ଜାମରେ ମଧ୍ୟ ପରବର୍ତ୍ତୀ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଚିକିଟି ନିର୍ବାଚନ ମଣ୍ଡଳିର ପିତାତଳି ଠାରେ ବୋମାମାଡ ହୋଇଥିବା ବେଳେ ଦିଗପହଣ୍ଡି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ଆକ୍ରମଣ ସହ ପଥର ମାଡ଼ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated :Mar 3, 2022, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.