ETV Bharat / state

Padmapur ByPoll: କାହା ସପକ୍ଷରେ ଯିବ ଆଦିବାସୀଙ୍କ ଭୋଟ, ତେଜୁଛି ରାଜନୀତି

author img

By

Published : Nov 21, 2022, 7:49 AM IST

Padmapur By Poll: ଆଦିବାସୀଙ୍କ ଭୋଟ ନେଇ ତେଜୁଛି ରାଜନୀତି
Padmapur By Poll: ଆଦିବାସୀଙ୍କ ଭୋଟ ନେଇ ତେଜୁଛି ରାଜନୀତି

ପଦ୍ମପୁର ଉପନିର୍ବାଚନରେ ଆଦିବାସୀଙ୍କ ଭୋଟ ନେଇ ତେଜୁଛି ରାଜନୀତି । ଆଦିବାସୀଙ୍କ ଭୋଟ ପାଇବା ପାଇଁ ଏବେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ତିନି ପ୍ରମୁଖ ଦଳ ଆଦିବାସୀଙ୍କ ଭୋଟ ନିଜ ଦଳ ସପକ୍ଷରେ ଯିବ ବୋଲି ଦାବି କରିଛନ୍ତି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ଏବେ ବିଭିନ୍ନ ସମ୍ପ୍ରଦାୟ ଭୋଟ ବ୍ୟାଙ୍କ ଉପରେ ନଜର ରଖିଛନ୍ତି । ନିଜ ସପକ୍ଷରେ ଜାତିଆଣ ଭୋଟ ହାତେଇବା ପାଇଁ ଜୋରଦାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ତେବେ ପଦ୍ମପୁର ଉପନିର୍ବାଚନରେ ଆଦିବାସୀଙ୍କ ଭୋଟ ପାଇବା ପାଇଁ ଏବେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୀତି ।

Padmapur By Poll: ଆଦିବାସୀଙ୍କ ଭୋଟ ନେଇ ତେଜୁଛି ରାଜନୀତି

'ଆଦିବାସୀ ବିଜେପି ସହିତ ରହିବେ'

ଚାଲିଥିବା ଏହି ଜାତିଆଣ ରାଜନୀତି ଭିତରେ ଆଦିବାସୀଙ୍କ ଭୋଟ ବିଜେପିକୁ ଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ସେ କହିଛନ୍ତି, "ଟ୍ରାଇବାଲ ଭୋଟ ବିଜେପିକୁ ଯିବ । ନିଶ୍ଚିତ ଭାବରେ ଆଦିବାସୀମାନେ ଆମ ସହିତ ରହିବେ । ଆଦିବାସୀଙ୍କୁ ଯିଏ ସମ୍ମାନ ଦେଇଛି ଏବଂ ବିକାଶ କଥା ଚିନ୍ତା କରିଛି ସେ ହେଉଛି ଭାରତୀୟ ଜନତା ପାର୍ଟି । ପଦ୍ମପୁରବାସୀଙ୍କ ଭାରତୀୟ ଜନତା ପାର୍ଟି ପ୍ରତି ଭରସା ଅଛି । ଆଦିବାସୀଙ୍କ ଯାହା ମୌଳିକ ସମସ୍ୟା ଯାହା ରହିଛି ତାକୁ ମୁଁ ହିଁ ଦୂର କରିବି । ରାଜ୍ୟ ସରକାର କରିବେ ନାହିଁ । ଯଦି କରିବାର ଥିଲା 22 ବର୍ଷ ଶାସନ କାଳ ମଧ୍ୟରେ କଲେନି ।" ତେଣୁ ପଦ୍ମପୁରରେ ଆଦିବାସୀ ବିଜେପି ସହିତ ରହିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ।

'ଆଦିବାସୀଙ୍କ ଭୋଟ ବିଜୁ ଜନତା ଦଳ ସପକ୍ଷରେ'

ସେପଟେ ବିଜେଡି ମଧ୍ୟ ଦାବି କରିଛି ଯେ ଆଦିବାସୀଙ୍କ ଭୋଟ ଦଳ ସପକ୍ଷରେ ଯିବ । ବିଜେଡି ସାଂସଦ ମୁନ୍ନା ଖାନ୍‌ କହିଛନ୍ତି, "ପଦ୍ମପୁରରେ ଆଦିବାସୀଙ୍କ ଭୋଟ ବିଜୁ ଜନତା ଦଳ ଏବଂ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଅଛି । କେନ୍ଦ୍ରମନ୍ତ୍ରୀଙ୍କ ଆଶା ବୃଥା ହେବ । ଯଦି ଟ୍ରାଇବାଲ ଭୋଟ ତାଙ୍କର ଥିଲା ପଞ୍ଚାୟତ ନିର୍ବାଚନରେ କେମିତି ଫେଲ ମାରିଲେ । ତାଙ୍କ ନିଜ ଜିଲ୍ଲାରୁ ଫେଲ ମାରିଲେ । ଟ୍ରାଇବାଲ ଭୋଟ ନିଶ୍ଚିତ ଆମ ଫେଭରରେ ଯିବ । ଓଡିଶାର ମନ୍ତ୍ରୀ ହିସାବରେ ଆମେ ତାଙ୍କଠୁ ବହୁତ କିଛି ଆଶା କରିବୁ । କିନ୍ତୁ ଏଯାବତ ଆଦିବାସୀଙ୍କ ଉନ୍ନତି ପାଇଁ କଣ କଣ ପ୍ୟାକେଜ କରିଛନ୍ତି । ମୁଁ ଅନୁରୋଧ କରିବି ଆଦିବାସୀଙ୍କ ପାଇଁ ଅନେକ କିଛି କରନ୍ତୁ ।" ତେବେ ଆଦିବାସୀଙ୍କ ଭୋଟର ମେଜର ସେୟାର ଆମେ ପାଇବୁ ବୋଲି କହିଛନ୍ତି ବିଜେଡି ସାଂସଦ ।

'କଂଗ୍ରେସକୁ ସାହାଯ୍ୟ କରିବେ ଆଦିବାସୀ'

ତେବେ ବିଜେପି ଓ ବିଜେଡି ଆଦିବାସୀ ଭୋଟ ପାଇବା ନେଇ ଦାବି କରୁଥିବାବେଳେ ପଛରେ ପଡିନାହିଁ କଂଗ୍ରେସ । ଆଦିବାସୀମାନଙ୍କ ପାଇଁ ଯାହାବି ହୋଇଛି କଂଗ୍ରେସ କରିଛି ବୋଲି କହିଛନ୍ତି ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, "ଆଦିବାସୀ ଓ ହରିଜନଙ୍କୁ କୋଟା, ଚାକିରି, ଘର, ରିଲିଫ ଓ ଭୂମିହୀନଙ୍କୁ ଜମି ଦେଇଛି କଂଗ୍ରେସ । ତେଣୁ ପଦ୍ମପୁର ଉପନିର୍ବାଚନରେ ଆଦିବାସୀ ହରିଜନ ଭାଇ ଭଉଣୀ କଂଗ୍ରେସକୁ ସହଯୋଗ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.