ETV Bharat / state

2024 Fight: ବିଜେପି ୮୦, କଂଗ୍ରେସ ୯୯; ବିଜେଡି ଦାବି କଲା ୧୨୦ ସିଟ୍

author img

By

Published : Jul 5, 2023, 6:59 PM IST

୨୦୨୪ ନିର୍ବାଚନ ପାଇଁ ଅଙ୍କ କଷା ଆରମ୍ଭ କରିଦେଲେଣି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ତେବେ ରାଜ୍ୟରେ ସମୁଦାୟ ୧୪୭ ବିଧାନସଭା ଆସନରୁ ବିଜେପିର ଲକ୍ଷ୍ୟ ୮୦ ପ୍ଲସ୍‌, କଂଗ୍ରେସର ଲକ୍ଷ୍ୟ ୯୯ ଓ ଶାସକ ବିଜେଡି ୧୨୦ ଲକ୍ଷ୍ୟରେ ରଣନୀତି ପ୍ରସ୍ତୁତ କରୁଛି । ଅଧିକ ପଢ଼ନ୍ତୁ

୨୦୨୪ରେ କିଏ ଜିତିବ କେତେ ?
୨୦୨୪ରେ କିଏ ଜିତିବ କେତେ ?

୨୦୨୪ରେ କିଏ ଜିତିବ କେତେ ?

ଭୁବନେଶ୍ବର: ଆଗକୁ ରହିଛି ସାଧାରଣ ନିର୍ବାଚନ । ୨୦୨୪ ବାଜି ଦଖଲ ନେଇ ବିଭିନ୍ନ ରଣନୀତି କରୁଛନ୍ତି ପ୍ରମୁଖ ରାଜନୈତିକ ଦଳ । ସରକାର କରିବା ଲାଗି ପାଗ ଭିଡ଼ିଲେଣି ବିଜେପି, ବିଜେଡି ଓ କଂଗ୍ରେସ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ନିଜ ଦଳର ବିଜୟ ଆକଳନ କରିସାରିଲେଣି ନେତା । ଖାଲି ସେତିକି ନୁହେଁ, କିଏ କେତେ ସିଟ ଜିତିବ, ତାହା ମଧ୍ୟ ଖୋଲାଖୋଲି ଘୋଷଣା କରିସାରିଲେଣି । ୨୦୧୯ ନିର୍ବାଚନରେ ୧୨୦ ପ୍ଲସ୍‌ ମିଶନରେ ଥିବା ବିଜେପି ସିଟ୍‌ ସଂଖ୍ୟା ୮୦କୁ ଖସି ଆସିଲାଣି । ତଥାପି ସରକାର ଗଢିବା ପାଇଁ ଦଳ କନଫିଡେନ୍ସ ଥିବା ଦର୍ଶାଉଛି । ୯ରୁ ୯୦ ନାରା ଦେଉଥିବା କଂଗ୍ରେସ କହିଲାଣି ଆମେ ଜିତିବୁ ୯୯ ସିଟ୍‌ । ସେପଟେ ୨୫ ବର୍ଷ ହେଲା କ୍ଷମତାରେ ଥିବା ବିଜେଡି ୧୨୦ ପ୍ଲସ ନେଇ ରଣନୀତି ପ୍ରସ୍ତୁତ କରୁଛି ।

ଦଳ କରୁଛି ଗୁପ୍ତ ଯୋଜନା; ୮୦ ସିଟ୍‌ ଜିତି ଗଢ଼ିବ ସରକାର: ବିଜେପି ବିଧାୟକ

ବିଜେପି ବିଧାୟକ ଭୂଦାନ ମୁର୍ମୁ କହିଛନ୍ତି, "୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ଯୋଜନା ଆରମ୍ଭ ହୋଇସାରିଲାଣି । ବିଜେପି ସୁନିଶ୍ଚିତ ଓଡିଶାରେ ସରକାର କରିବ । ଆମ ଟାର୍ଗେଟ ରଖିଛୁ ୮୦ ବିଧାନସଭା ସିଟ୍‌ ଜିତିବୁ । ସରକାର କରିବା ପାଇଁ ଯେତିକି ସିଟ୍‌ ଦରକାର ଆମେ ତା'ଠାରୁ ୧୦ରୁ ୧୫ଟି ସିଟ୍‌ ଅଧିକ ଟାର୍ଗେଟ ରଖି ଚାଲିଛୁ । ଆମ ଟାର୍ଗେଟ ୮୦+ ଯେମିତି ସରକାର ହୋଇପାରିବ । ସରକାର କରିବା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି । ଅଳ୍ପଦିନ ଭିତରେ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ୧୨୦ ପ୍ଲସ ସିଟ୍‌କୁ ବେସ୍‌ କରିକି କାମ କରାଯିବ । କିନ୍ତୁ ସରକାର କରିବା ପାଇଁ ଆମକୁ ଯେତିକି ଦରକାର ତାଠୁ ଅଧିକ ସିଟ୍‌ ଆମର ଟାର୍ଗେଟ ରହିବ । ଲୋକସଭା ସିଟ୍‌ରେ ଆମକୁ ୧୮ଟାରେ ଜିତିବା ସୁଯୋଗ ଅଛି । କେନ୍ଦ୍ର ନେତୃତ୍ବ ଏବଂ ରାଜ୍ୟ ନେତୃତ୍ବ ମିଳିତ ଭାବେ ସିଦ୍ଧାନ୍ତ ନେଇଛନ୍ତି ।"

ବିଜେଡି ଓ ବିଜେପି ଟଙ୍କାର ଦୁଇଟି ଚିହ୍ନ; ଆମେ ଜତିବୁ ୯୯ ସିଟ: ତାରା

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ବିଜେଡି ଓ ବିଜେପି ଗୋଟିଏ ଟଙ୍କାର ଦୁଇଟି ଚିହ୍ନ । ୨୦୧୯ରେ ବିଜେପି ନାରା ଥିଲା ୧୨୦ ପ୍ଲସ । ସେ ଟାର୍ଗେଟ ବଦଳି ଏବେ ୮୦ ହୋଇଛି । ତା' ଅର୍ଥ ଖସିଲା । ବିଜେପି ତା' ଟାର୍ଗେଟରେ ନାହିଁ । ଦିନକୁ ଦିନ ଖସି ଖସି ଯାଉଛି । ବିଜୁ ଜନତା ଦଳର ଟାର୍ଗେଟ୍‌ ମଧ୍ୟ ଅଛି । ତାଙ୍କ ସାଂସଦ ସୋସିଆଲ ମିଡିଆରେ ଲେଖିଥିଲେ ୧୨୦ ପ୍ଲସ । ଆମ ସଭାପତି କହିଛନ୍ତି ୯ରୁ ୯୦ ହେବ । ୧୪୭ ସିଟ୍‌ରେ ବିଜେପି ନେବ ୮୦, ବିଜେଡି ୧୨୦, କଂଗ୍ରେସ ନେବ ୯୦ ସିଟ୍‌ । ରାଜ୍ୟରେ ଆଉ କିଛି ସିଟ ବଢ଼େଇବାର ଆବଶ୍ୟକତା ରହିଛି । ଆମର ୯ରୁ ୯୦ ନାରା ରହିଛି । କିନ୍ତୁ ଆମେ ୯୯ ସିଟ୍‌ ଜିତିବା ପକ୍କା । କହିବାକୁ କାହାକୁ ଟ୍ୟାକ୍ସ ଲାଗୁନି । ୨୦୨୪ ନିର୍ବାଚନ ମୈଦାନରେ ଲଢ଼େଇ ହେବ । ଯାହାର ଦମ୍‌ ସିଏ ଜିତିବ । କିଏ ପାସ ହେବ ଆଉ କିଏ ଫେଲ ତାହାର ନିଷ୍ପତ୍ତି ଜନସାଧାରଣ ନେବେ । ୨୫ ବର୍ଷର ସରକାରରେ କଣ ହୋଇଛି ଲୋକେ ଦେଖିବେ ।"

ଘରର ଚାରିକାନ୍ଥ ଭିତରେ ବସି ରାଜନୀତି ଗଣିତ କଷା ଯାଏନି: ବିଜେଡି

ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଘରର ଚାରିକାନ୍ଥ ଭିତରେ ବସି ରାଜନୀତି ଗଣିତ କଷା ଯାଏନି । ସମୟ ଥିଲା ବିଜେପି ଓଡିଶା ପାଇଁ ଅନେକ ଡାଇଲଗ୍‌ ଦେଇଛନ୍ତି । ମିଶନ ୧୨୦ ଓ ବିଭିନ୍ନ କଥା କହିଛନ୍ତି । କିନ୍ତୁ ସେମାନେ ଯେତେବେଳେ ଗାଁକୁ ଯାଉଛନ୍ତି ସେତେବେଳେ ଗୋଟିଏ ଚିତ୍ର ଲୋକଙ୍କ ଭିତରେ ଅଛି । ସେ ହେଉଛନ୍ତି ନବୀନ ପଟ୍ଟନାୟକ । ସେମାନେ ଗୌହାଟୀରେ ସମ୍ମିଳନୀ କରନ୍ତୁ କିମ୍ବା ଅନ୍ୟ କେଉଁଠି କରନ୍ତୁ, ଆମ ପାଇଁ ଗୁରୁତ୍ବ ରଖେନି । ତାଙ୍କ ଦଳର କାର୍ଯ୍ୟକାରିଣୀରେ ରଣନୀତି ପ୍ରସ୍ତୁତ କରିବେ । ବିଭିନ୍ନ କାର୍ଯ୍ୟକ୍ରମ ରଖିବେ । ଏହା କିଛି ନୂଆ କଥା ନୁହେଁ । ବିଜୁ ଜନତା ଦଳ ନିଜର କର୍ଯ୍ୟକର୍ତ୍ତାଙ୍କୁ ନେଇ ଦଳ ସାଂଗଠନିକ ଶକ୍ତି ମଜବୁତ କରିଛି । ଲୋକଙ୍କ ଭିତରେ ସରକାରୀ ବ୍ୟବସ୍ଥାକୁ ସୁଗମ ଭାବେ ପହଞ୍ଚାଇଛି, ପୁଣିଥରେ ସରକାରକୁ ଆସିବାରେ ଦ୍ବିମତ ନାହିଁ । ବିଜୁ ଜନତା ଭଲ ଫଳ କରିବ । ବିଜୁ ଜନତା ଦଳ ଯୁବ, ଛାତ୍ର ଓ ମହିଳା, ଶ୍ରମିକ, କୃଷକ ଦଳର ସାଂଗଠନିକ ଶକ୍ତି ମଜବୁତ ଅଛି । ବିଜୁ ଜନତା ଦଳ ତାର କାର୍ଯ୍ୟକ୍ରମକୁ ଶାଣିତ ଢଙ୍ଗରେ ନେଇଥାଏ । ସରକାରୀ ଯୋଜନା ଶତପ୍ରତିଶତ କିପରି ତୃଣମୂଳ ସ୍ତରରେ ପହଞ୍ଚିବ, ଲୋକେ କେମିତି ଉପକୃତ ହେବେ ବ୍ୟବସ୍ଥା କରେ । ସିଧାସଳଖ ଲୋକଙ୍କ ସହିତ ଯୋଡି ହେବାପାଇଁ ବିଜୁ ଜନତା ଦଳ କାର୍ଯ୍ୟକ୍ରମ ହାତକୁ ନିଏ । ଆମର ସାଂଗଠନିକ ବ୍ୟବସ୍ଥା ସୁଦୃଢ଼ ଅଛି । ଏହା ଉପରେ ଅଧିକ ଫୋକସ୍‌ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅମିତ ଶାହଙ୍କ କଥା ନ ମାନିଲେ ଭାଗ ଭାଗ ହେବେ ବିଜେଡି: ତାରା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.