ETV Bharat / state

ସ୍ତ୍ରୀ ଦୁଇ ଝିଅ ଥାଇ ଦ୍ବିତୀୟ ବିବାହ ! ବେଦୀରୁ ବରକୁ ଉଠାଇ ନେଲା ବାଳକାଟି ପୋଲିସ

author img

By ETV Bharat Odisha Team

Published : Dec 10, 2023, 4:36 PM IST

Updated : Dec 10, 2023, 4:50 PM IST

man attempts Second marriage in Khordha
man attempts Second marriage in Khordha

Man attempts Second marriage in Khordha: ପତ୍ନୀ ଓ ୨ ଝିଅଙ୍କୁ ଛାଡ଼ି ପ୍ରେମିକାକୁ ବିବାହ କରୁଥିଲେ ଅଭିଯୁକ୍ତ ସ୍ବାମୀ । ବେଦୀରେ ସ୍ବାମୀକୁ ଉତ୍ତମ ମଧ୍ୟମ ଦେଲେ ପତ୍ନୀ । ଅଧିକ ପଢନ୍ତୁ

ସ୍ତ୍ରୀ ଦୁଇ ଝିଅ ଥାଇ ଦ୍ବିତୀୟ ବିବାହ ! ବେଦୀରୁ ବରକୁ ଉଠାଇ ନେଲା ବାଳକାଟି ପୋଲିସ

ନିଆଳି: ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଳକାଟି ମା' ଦୁଲ୍ଲାଦେବୀ ମନ୍ଦିର ବିବାହ ବେଦୀରେ ଦେଖିବାକୁ ମିଳିଛି ହାଇଡ୍ରାମା । ଦ୍ବିତୀୟ ବିବାହ ବେଳେ ବେଦୀରେ ପହଞ୍ଚିଲେ ୨ ଝିଅଙ୍କ ସହିତ ପ୍ରଥମ ପତ୍ନୀ । ସ୍ଵାମୀକୁ ବେଦୀରେ ଉତ୍ତମ ମଧ୍ୟମ ଦେବା ସହିତ ପୋଲିସ ଜିମା ଦେଇଛନ୍ତି ପ୍ରଥମ ସ୍ତ୍ରୀ । ଅଭିଯୁକ୍ତ ସ୍ବାମୀର ପରକୀୟା ପ୍ରୀତି ପରେ ପରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ବେଳେ ଏବେ ସ୍ବାମୀ ଏପରି କାଣ୍ଡ ଭିଆଇଛି । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗ୍ରାମର ଯୋଗେଶ ହାତି ୨୦୧୦ ମସିହାରୁ ଏରସମା ଥାନା ଗଣେଶ୍ଵରପୁର ଅଞ୍ଚଳର ଅହଲ୍ୟା ହାତିଙ୍କୁ ପ୍ରେମ ବିବାହ କରିଥିଲେ । ଦୀର୍ଘ ଦିନ ଧରି ପାରିବାରିକ ସମ୍ପର୍କ ଭଲରେ ଚାଲିଥିଲା । ଉଭୟଙ୍କ ୨ଟି କନ୍ୟା ସନ୍ତାନ ମଧ୍ୟ ରହିଛନ୍ତି । ବଡ ଝିଅକୁ ୧୨ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ୩ ବର୍ଷ । ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହେବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା । ଆଜି ଯୋଗେଶ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଲୁଚି କରି ବିବାହ କରୁଥିବା ଅହଲ୍ୟା ଖବର ପାଇଥିଲେ ।

ଏହା ବି ପଢନ୍ତୁ- ସ୍ତ୍ରୀ ଓ ଛୁଆଙ୍କୁ ଛାଡି ଦ୍ବିତୀୟ ବିବାହ କଲା ସ୍ବାମୀ, ଅଭିଯୁକ୍ତ ଗିରଫ

ଦୁଇ ଝିଅଙ୍କ ସହ ଅହଲ୍ୟା ବିବାହ ବେଦୀରେ ପହଞ୍ଚିବା ପରେ ଯୋଗେଶ ବିବାହ କରୁଥିବା ଦେଖିଥିଲେ । ଯୋଗେଶଙ୍କୁ ବିବାହ ବେଦୀରେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ବିବାହ କରୁଥିବା ଯୁବତୀ ଚମ୍ପଟ ମାରିଥିଲେ । ଉପସ୍ଥିତ ଲୋକେ ଘଟଣାକୁ ବୁଝିପାରି ନ ଥିଲେ । ପରେ ଅହଲ୍ୟା ସମସ୍ତ ଘଟଣା ଜଣାଇବା ସହ ବାଳକାଟି ଫାଣ୍ଡିକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୋଗେଶକୁ ଫାଣ୍ଡିରେ ଅଟକ ରଖିଛି ।

ଗତ ନଭେମ୍ବରରେ ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଠି ଅଭିଯୁକ୍ତ ସ୍ବାମୀ ଜଣକ ୧୧ ବର୍ଷର ସମ୍ପର୍କ ଓ ୩ ଛୁଆଙ୍କୁ ତୁଚ୍ଛ କରି ଅନ୍ୟ ଜଣେ ନାରୀଙ୍କ ହାତ ଧରିଥିଲେ । ସମ୍ବଲପୁର ଅଇଁଠାପାଲି ଥାନାରେ ସ୍ବାମୀଙ୍କ ଦ୍ବିତୀୟ ବିବାହ ନେଇ ଅଭିଯୋଗ ଆଣିଥିଲେ ପୀଡିତା ପ୍ରଥମ ସ୍ତ୍ରୀ । ପ୍ରଥମ ପତ୍ନୀକୁ ଛାଡପତ୍ର ନଦେଇ ଲୁଚିଛପି ଦ୍ବିତୀୟ ବିବାହ କରିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଜଣକ ପରିଚୟ ଗୋପାଳ ସାହୁ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ନିଆଳି

Last Updated :Dec 10, 2023, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.