ETV Bharat / state

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

author img

By ETV Bharat Odisha Team

Published : Dec 15, 2023, 12:41 PM IST

Updated : Dec 15, 2023, 2:38 PM IST

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା
ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

Plus Two Board Exam Date: ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶିତ । ଅଧିକ ପଢ୍ତୁ

୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା କାର୍ଯ୍ୟସୂଚୀ । ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା । ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ ପରୀକ୍ଷା । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ । ପ୍ରତ୍ୟେକ ଦିନ ସକାଳ ୧୦ ଟାରୁ ୧ଟା ଯାଏଁ ୩ ଘଣ୍ଟା ଧରି ପରୀକ୍ଷା ଚାଲିବ । ପ୍ରଥମ ଦିନ ଅର୍ଥାତ୍ ୧୬ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେବେ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ଜାନୁଆରୀ ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ହେବ ।

ବୋର୍ଡର ସୂଚନା ଅନୁଯାୟୀ, ଚଳିତ ବର୍ଷ ସମୁଦାୟ ୩,୮୪,୫୯୭ ପିଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବେ । କଳା ବିଭାଗରେ ୨,୩୬,୪୨୫ ଓ ବିଜ୍ଞାନ ବିଭାଗରେ ୧,୧୬,୪୪୭, ବାଣିଜ୍ୟରେ ୨୫, ୯୬୦ ଏବଂ ଭୋକସେନାଲ ୫, ୭୬୫ ପରୀକ୍ଷର୍ଥୀ ପରୀକ୍ଷା ଦେବେ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୬, ୬୫୫ ଅଧିକ ପିଲାଙ୍କ ଯୁକ୍ତ ଦୁଇ ପରୀକ୍ଷା ଦେବେ ।

୧୬ ତାରିଖ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭର ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ସାହିତ୍ୟ ପରୀକ୍ଷା ରହିଛି । ସେହିପରି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ୧୭ ତାରିଖରେ ମାତୃଭାଷା/ ସାହିତ୍ୟ ପରୀକ୍ଷା ରହିଛି । ୧୯ ତାରିଖରେ ସବୁ ବିଭାଗର ଇଂରାଜୀ ପରୀକ୍ଷା ଅଛି । ପ୍ରକାଶ ଥାଉକି, ଯୁକ୍ତ ଦୁଇ ପରୀକ୍ଷା ପାଇଁ ନଭେମ୍ବର ୨୧ରୁ ଫର୍ମ ପୂରଣ ଆରମ୍ଭ ହୋଇଥିଲା । ଏହା ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିପାରି ନଥିଲେ ସେମାନେ ଡିସେମ୍ବର ୧ରୁ ୭ ତାରିଖ ମଧ୍ୟରେ ୧୦୦ ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିଥିଲେ ।

କେଉଁ ଦିନ କେତେବେଳେ ପରୀକ୍ଷା:

ଫେବୃଆରୀ ୧୬ ତାରିଖରେ ସକାଳ ୧୦ ଟା ରୁ ୧ଟା ପର୍ଯ୍ୟନ୍ତ ବିଜ୍ଞାନ ବିଭାଗର ଓଡ଼ିଆ (ସାହିତ୍ୟ) ପରୀକ୍ଷା ।

ଫେବୃଆରୀ ୧୭ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଓଡ଼ିଆ (ସାହିତ୍ୟ) ପରୀକ୍ଷା ।

ଫେବୃଆରୀ ୧୯ ତାରିଖରେ ବିଜ୍ଞାନ ବିଭାଗର ଇଂରାଜୀ ପରୀକ୍ଷା ।

ସେହି ଦିନ ୧୦ ଟାରୁ ୧୨:୩୦ ମିନିଟ ମଧ୍ୟରେ ଭୋକେସନାଲ ବିଭାଗର ଇଂରାଜୀ ପରୀକ୍ଷା ।

ଫେବୃଆରୀ ୨୧ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଇଂରାଜୀ ପରୀକ୍ଷା ।

ଫେବୃଆରୀ ୨୨ ତାରିଖରେ ବିଜ୍ଞାନ ବିଭାଗର ଫିଜିକ୍ସ ପରୀକ୍ଷା ଓ ଭୋକେଶନାଲ ବିଭାଗର ପରୀକ୍ଷା ।

ଫେବୃଆରୀ ୨୪ ତାରିଖରେ କଳା ବିଭାଗର ଇତିହାସ ପରୀକ୍ଷା ଓ ବାଣିଜ୍ୟ ବିଭାଗରେ ବିଜିନେସ ଷ୍ଟିଡି ପରୀକ୍ଷା । ଏହାସହ ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ରହିଛି ।

ଫେବୃଆରୀ ୨୯ ତାରିଖରେ ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ।

ମାର୍ଚ୍ଚ ୧ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷା ରହିଛି ।

ମାର୍ଚ୍ଚ ୬ ତାରିଖରେ କଳା ଓ ବିଜ୍ଞାନ ଓ ଭୋକେସନାଲ ପରୀକ୍ଷା ରହିଛି।

ମାର୍ଚ୍ଚ ୭ ତାରିଖରେ କଳା ଓ ବାଣିଜ୍ୟ ଓ ବିଜ୍ଞାନର ଓଡ଼ିଆ (କମ୍ଲଲସରୀ) ପରୀକ୍ଷା ରହିଛି । ସେହିଭଳି ମାର୍ଚ୍ଚ ୨୦ ତାରିଖରେ ପରୀକ୍ଷା କରାଯିବ ।

ଏପଟେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ: ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ପରୀକ୍ଷା

କପି ରୋକିବା ପାଇଁ ପଦକ୍ଷେପ:

କପି ରୋକିବାକୁ ସ୍ଵତନ୍ତ୍ର ପଦକ୍ଷେପ ନେବ CHSE । ସ୍କ୍ବାଡ ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ତ୍ରିସ୍ତରୀୟ ସ୍କ୍ବାଡ ସହ ଜିଲ୍ଲାସ୍ତରରେ ସେଣ୍ଟ୍ରାଲ ସ୍କ୍ବାଡ ରହିବ। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରୁ ହେବ ଲାଇଭ ଷ୍ଟ୍ରିମିଙ୍ଗ। ବିଗତ ବର୍ଷରେ ଯେଉଁ ସମସ୍ତ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଅଭିଯୋଗ ହେଉଥିଲା ତାହା ଉପରେ ଚଳିତ ବର୍ଷ ନଜରରେ ରଖାଯାଇଛି। ସେଠାରେ କପିକୁ ରୋକିବା ପାଇଁ ସ୍ବତନ୍ତ୍ର ଭାବରେ ସ୍କ୍ବାଡ ବ୍ୟବସ୍ଥା କରାଯାଇ ଲାଇଭ ଷ୍ଟ୍ରିମିଙ୍ଗ କରାଯିବ।

୨୦୨୦ ସୁଦ୍ଧା ଯେଉଁମାନେ ଯୁକ୍ତ ୨ରେ ନାମ ଲେଖାଥିଲେ ଅର୍ଥାତ୍ ଏକ୍ସ ରେଗୁଲାର ପିଲାମାନେ ରିଡ୍ୟୁସ ସିଲାବସରେ ପରୀକ୍ଷା ଦେବେ। ୨୦୨୦ ପରେ ଯେଉଁମାନେ ଯୁକ୍ତ ୨ ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଶତ ପ୍ରତିଶତ ସିଲାବସରେ ପରୀକ୍ଷା ଦେବେ। ଚଳିତ ବର୍ଷ ବିଜ୍ଞାନ, ବାଣିଜ୍ୟ ଏବଂ କଳା ବିଭାଗର ରେଜଲ୍ଟ ଏକାସଙ୍ଗେ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ।

ନିଟ ଏବଂ ଜେଇଇ ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ଆଗୁଆ ପରୀକ୍ଷା କରିବ ସିଏଚଏସସି । 3 ଲକ୍ଷ 84 ହଜାର 597 ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଗତ ବର୍ଷ ଅପେକ୍ଷା 26 ହଜାର ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଗତବର୍ଷ 1146 ପରୀକ୍ଷା ସେଣ୍ଟର ବାଦ ଚଳିତବର୍ଷ 6 ରୁ 7 ସେଣ୍ଟର ବଢାଇବାକୁ ଯୋଜନା କରୁଛି ସିଏଚଏସଇ। ସେହିପରି ପ୍ରାୟତଃ 202 ହବ ରହିବ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 15, 2023, 2:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.