ETV Bharat / state

ଯୁକ୍ତ ଦୁଇ ପରୀକ୍ଷା ପ୍ରସ୍ତୁତି, ସିସିଟିଭି ସମ୍ବନ୍ଧୀୟ ସୂଚନା ଦେଉନାହାନ୍ତି କଲେଜ

author img

By ETV Bharat Odisha Team

Published : Dec 22, 2023, 7:10 AM IST

CCTV in Plus Two Board Exam : ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏ ପର୍ଯ୍ୟନ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ସମ୍ବନ୍ଧୀୟ ସୂଚନା ଦେଉନାହାନ୍ତି କଲେଜ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

Plus Two Board Exam
ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ବର: ଆସନ୍ତା ଫେବୃଆରୀ 16ରୁ ଯୁକ୍ତ ଦୁଇ ପରୀକ୍ଷା । ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଇଭ ଷ୍ଟ୍ରିମିଂ କରାଯିବ। ଏପର୍ଯ୍ୟନ୍ତ ମଧ୍ୟ ଅନେକ କଲେଜ ରହିଛି ଯାହା ପରୀକ୍ଷା କେନ୍ଦ୍ରରେ ସିସିଟିଭି ସମ୍ବନ୍ଧୀୟ ସୂଚନା ଦେଇନାହାନ୍ତି। ରାଜ୍ୟର ଅନେକ କଲେଜ ଗୁଡିକକୁ ଡିସେମ୍ବର 15 ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରର ସିସିଟିଭି କ୍ୟାମେରା ଲଗାଇବା ସହ ଏହାର ଲିଙ୍କ ସାମ୍ସ କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଅନେକ କଲେଜ ଏପର୍ଯ୍ୟନ୍ତ ତାହା କରିନଥିବା ଜଣାପଡିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଡିସେମ୍ବର 30 ତାରିଖ ସୁଦ୍ଧା ସିସିଟିଭିର ଲିଙ୍କ୍‌ ଦେବାକୁ ପୁଣିଥରେ ନିର୍ଦ୍ଦେଶ ଦିଆଯାଇଛି ।

Plus Two Board Exam
Plus Two Board Exam


ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ପରୀକ୍ଷା ହଲ, ଲାବ୍ରୋଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି କି ନାହିଁ, ନା ଆଦୌ ନାହିଁ ତାହା ସୁନିଶ୍ଚିତ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ସେହିପରି ଯଦି ପରୀକ୍ଷା କେନ୍ଦ୍ରରେ ସିସିଟିଭି ନଥିବ, ତାହେଲେ ଏହା ଲଗାଇବାକୁ କୁହାଯାଇଥିଲା । ଯାହା ଫଳରେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲାଗିବା ସହ ପରୀକ୍ଷା ସମୟରେ ଲାଇଭ ଷ୍ଟ୍ରିମିଂ କରାଯିବ । ପରୀକ୍ଷାରେ ସ୍ବଚ୍ଛତା ଆଣିବା ନେଇ ଏଭଳି ଏକ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।
ଏହା ମଧ୍ୟ ପଢନ୍ତୁ-ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

ସୂଚନା ଅନୁଯାୟୀ, ରାଜ୍ୟରେ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ ଚାଲିବ । ପ୍ରତିଦିନ ଗୋଟିଏ ସିଟିଂରେ ପରୀକ୍ଷା ହେବ । ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ହେବ ପରୀକ୍ଷା । ଜାନୁଆରୀ ୨ ତାରିଖରୁ ୧୨ ତାରିଖ ହେବ ଯୁକ୍ତଦୁଇର ପ୍ରାକ୍ଟିକାଲ ପରୀକ୍ଷା । ଚଳିତ ବର୍ଷ ମୋଟ ୩,୮୪,୫୯୭ ପିଲା ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେବେ । ୨,୩୬,୪୨୫ କଳା ବିଭାଗରେ ଓ ୧,୧୬,୪୪୭ ବିଜ୍ଞାନ ବିଭାଗରେ, ୨୫, ୯୬୦ ବାଣିଜ୍ୟରେ ଏବଂ ଭୋକସେନାଲରେ ୫, ୭୬୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨୬, ୬୫୫ ଅଧିକ ପିଲାଙ୍କ ଯୁକ୍ତ ଦୁଇ ପରୀକ୍ଷା ଦେବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.