ETV Bharat / state

ମାନିଲେନି କଟକଣା, ଶିଶୁଙ୍କ ମୁଣ୍ଡନ ପାଇଁ ମାନସିକଧାରୀଙ୍କ ଅସମ୍ଭାଳ ଭିଡ

author img

By

Published : Nov 19, 2021, 11:26 AM IST

ମାନିଲେନି କଟକଣା, ମନ୍ଦିରରେ ଲାଗିଲା ଅସମ୍ଭାଳ ଭିଡ
ମାନିଲେନି କଟକଣା, ମନ୍ଦିରରେ ଲାଗିଲା ଅସମ୍ଭାଳ ଭିଡ

କୋରୋନା କଟକଣାକୁ ଫୁ କରି ଉଡାଇଲେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମାରେ ଦେବାଳୟରେ ଲାଗିଲା ଅସମ୍ଭାଳ ଭିଡ । ଅଧିକ ପଢନ୍ତୁ

ଖୋର୍ଦ୍ଧା: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । କୋରୋନା ସଂକ୍ରମଣ ଭୟ ଦୃଷ୍ଟିରୁ ବୋଇତ ବନ୍ଦାଣ ଏବଂ ଦେବାଳୟ ଦର୍ଶନ ଉପରେ କଟକଣା ଲାଗିଛି । ଏହାସତ୍ତ୍ବେ କଟକଣାକୁ ଫୁ କରି ଭୋରରୁ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଛନ୍ତି ଏବଂ ମନ୍ଦିର ଯାଇଛନ୍ତି ଲୋକେ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ତୁଳସୀପୁର ଗ୍ରାମରୁ ମଧ୍ୟ ସମାନ ଦୃଶ୍ୟ ସାମ୍ନାକୁ ଆସିଛି । ଗ୍ରାମର ଆରାଧ୍ୟ ଦେବୀ ମା' ଲୋଭୀ ଠାକୁରାଣୀଙ୍କ ପୀଠରେ ସକାଳୁ ଲୋକଙ୍କ ଅସମ୍ଭାଳ ଭିଡ ଲାଗିଛି ।

ମାନିଲେନି କଟକଣା, ମନ୍ଦିରରେ ଲାଗିଲା ଅସମ୍ଭାଳ ଭିଡ

ସୂଚନା ଅନୁଯାୟୀ, ଆଜି ଶହ ଶହ ମାନସିକଧାରୀ ଲୋଭୀ ଠାକୁରାଣୀ ପୀଠରେ କୁନି ପିଲାଙ୍କ ମୁଣ୍ଡନ କରିଛନ୍ତି । ମନ୍ଦିର ଭିତରେ ବାହାରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଲାଗିଥିବାବେଳେ ଛୋଟ ଛୋଟ ଦୋକାନୀ ମଧ୍ୟ ଡେରା ପକାଇଥିବା ଦେଖାଯାଇଛି । ଭିଡ ନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଫୁ କରି ଉଡାଇ ଦେଇଛନ୍ତି ଶ୍ରଦ୍ଧାଳୁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.