ETV Bharat / state

ଉଚ୍ଚ ଶିକ୍ଷିତା ସରପଞ୍ଚଙ୍କୁ ସୁରଙ୍କ ପ୍ରଶଂସା, ଲୋକସେବାର ହିସାବ ଦେଲେ ଯୁବନେତ୍ରୀ

author img

By

Published : Jul 6, 2023, 10:23 AM IST

Padanpur Panchayat Review Meeting in Khordha
Padanpur Panchayat Review Meeting in Khordha

ପଦନପୁର ଗ୍ରାମ ପଞ୍ଚାୟତର ସମୀକ୍ଷା ବୈଠକ। ଗୋଟିଏ ବର୍ଷ ମଧ୍ୟରେ ଲୋକଙ୍କୁ କିପରି ସେବା ଯୋଗାଇଛନ୍ତି ସେନେଇ ମତ ରଖିଥିଲେ ସରପଞ୍ଚ। ଅଧିକ ପଢନ୍ତୁ

ଉଚ୍ଚ ଶିକ୍ଷିତା ସରପଞ୍ଚଙ୍କୁ ସୁରଙ୍କ ପ୍ରଶଂସା

ଖୋର୍ଦ୍ଧା: ଉଚ୍ଚ ଶିକ୍ଷିତା ସରପଞ୍ଚ ଅହଲ୍ୟା ନାୟକ । ଜନ ସେବା କରିବାର ଇଚ୍ଛା ତାଙ୍କୁ ଟାଣି ଆଣିଥିଲା ରାଜନୀତିକୁ । ମୋଟା ଅଙ୍କର ଦରମା ଥିବା ଚାକିରି ଛାଡି ପଞ୍ଚାୟତର ଲୋକଙ୍କୁ ସେବା ଯୋଗାଇବା ପାଇଁ ନିର୍ବାଚନ ଲଢ଼ିଲେ ଓ ଜିତିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇ ପଦନପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ହୋଇଥିଲେ ଅହଲ୍ୟା । ପଞ୍ଚାୟତ ନିର୍ବାଚନରେ ଜିତିବା ପରେ ପୁରିଛି ଗୋଟିଏ ବର୍ଷ । ଏଇ ଗୋଟିଏ ବର୍ଷ ମଧ୍ୟରେ ଲୋକଙ୍କୁ କିପରି ସେବା ଯୋଗାଇଛନ୍ତି ସେନେଇ ବୁଧବାର ଏକ ସମୀକ୍ଷା ବୈଠକ ହୋଇଥିଲା । ଜଟଣୀ ବିଧାୟକ ଓ ପଦନପୁର ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ । ସରପଞ୍ଚକୁ ପ୍ରଶଂସା କରିଥିଲେ ବିଧାୟକ ।

ପଦନପୁର ଗ୍ରାମ ପଞ୍ଚାୟତ ନିର୍ବାଚନକୁ ବର୍ଷ ପୁରି ଥିବା ବେଳେ ଗତକାଲି ସମୀକ୍ଷା ବୈଠକ ବସିଥିଲା । ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ସରପଞ୍ଚ ଅହଲ୍ୟା ନାୟକ ଏଥିରେ ସାମିଲ ହୋଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ କିପରି ସଫଳ ଭାବେ କରାଯାଇଛି ତାହା ସାମ୍ବାଦିକ ସମିଳନୀରେ ବଖାଣିଥିଲେ । ପଞ୍ଚାୟତକୁ କିଭଳି ଆଗାମୀ ଦିନରେ କିପରି ବିକାଶର ଶିଖରରେ ପହଞ୍ଚିବ ସେ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଉଚ୍ଚ ଶିକ୍ଷିତା ସରପଞ୍ଚ ଅହଲ୍ୟା ନାୟକ । ସେହିପରି ଜଟଣୀର ଦୀର୍ଘଦିନର ସମସ୍ୟା ଭାବେ ଉଭା ହୋଇଥିବା ଫ୍ଲାଏ ଓଭର ବ୍ରିଜ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଥିଲେ ବିଧାୟକ ସୁରେଶ କୁମାର ରାଉତରାୟ।

ସରପଞ୍ଚ ଅହଲ୍ୟା ନାୟକ କହିଛନ୍ତି ଯେ, ପୂର୍ବରୁ ଯେଉଁ ଫଣ୍ଡ ଗୁଡିକ ରହିଥିଲା ସେଥିରେ 40ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । 40 ଲକ୍ଷ ଟଙ୍କାର କାମ ସରିଛି । 15 ଶହ ଲୋକଙ୍କର ଆଧାରକାର୍ଡ ପରିବର୍ତ୍ତନ କରାଯାଇଛି । ପିଡବ୍ଲୁଏସର ଏନର୍ଜି ଚାର୍ଜେସ ବାକି ରହିଥିଲା ଏଥିପାଇଁ 12 ଲକ୍ଷ ଟଙ୍କା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ପାଣ୍ଠି ବାତିଲ ପାଇଁ ଚିଠି ଲେଖିଲେ ପୂର୍ବତନ ସରପଞ୍ଚ, ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେଇନଥିବାରୁ ଖପ୍ପା

ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ ଯେ, ଫ୍ଲାଏ ଓଭର ବ୍ରିଜ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ଅଗଷ୍ଟ 15 ସ୍ୱାଧୀନତା ଦିବସ ଅବସରରେ ଏହି ବ୍ରିଜକୁ ଉଦଘାଟନ କରାଯିବ । ଉଦଘାଟନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଭୁବନେଶ୍ୱର ସାଂସଦ ଉପସ୍ଥିତ ରହିବେ । ଖୁବଶୀଘ୍ର ଜଟଣୀବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି ବୋଲି କହିଥିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.