ETV Bharat / state

ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ, ସ୍ଵାସ୍ଥ୍ୟସେବା ନେଇ ରୋଗୀଙ୍କ ସହ କଲେ ଆଲୋଚନା

author img

By

Published : Jul 28, 2023, 8:29 PM IST

ଭୁବନେଶ୍ବର ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ । ସ୍ଵାସ୍ଥ୍ୟ ସେବା ନେଇ ରୋଗୀଙ୍କ ସହ ସିଧାସଳଖ କଲେ ଆଲୋଚନା । ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ଉତ୍କର୍ଷତା ନିମନ୍ତେ ଜାତୀୟ ଅନୁଷ୍ଠାନକୁ କଲେ ପ୍ରଶଂସା । ଅଧିକ ପଢ଼ନ୍ତୁ

sudhansh panth visits AIIMS bhubaneswar
ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ

ଭୁବନେଶ୍ବର: ରାଜଧାନୀ ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ। ସ୍ଵାସ୍ଥ୍ୟସେବା ନେଇ ସୁଧାଂଶ ପନ୍ତ ରୋଗୀଙ୍କ ସହ ସିଧାସଳଖ ଆଲୋଚନା କଲେ । ବିଭିନ୍ନ ପ୍ରସଙ୍ଗରେ ରୋଗୀଙ୍କର ମତାମତ ଲୋଡ଼ିଥିଲେ । ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଓ ଉତ୍କର୍ଷତା ନିମନ୍ତେ ଜାତୀୟ ଅନୁଷ୍ଠାନକୁ ସେ ପ୍ରଶଂସା କରିଛନ୍ତି ।

sudhansh panth visits AIIMS bhubaneswar
ଏମ୍ସରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ

ଭୁବନେଶ୍ବର ଏମ୍ସ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ଜନସାଧାରଣଙ୍କୁ ଗୁଣବତ୍ତାପୂର୍ଣ୍ଣ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ରୋଗୀସେବା କ୍ଷେତ୍ରରେ ଏହି ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦେଶରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଅନ୍ୟାନ୍ୟ ଜାତୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନଗୁଡିକ ପାଇଁ ଏମ୍ସ ଅନୁକରଣୀୟ ହୋଇପାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ କହିଛନ୍ତି । ଏମ୍ସରେ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିବା ସହିତ ରୋଗୀଙ୍କ ସହ ସିଧାସଳଖ ଭାବରେ କଥାବାର୍ତ୍ତା କରିଛନ୍ତି ଓଏସଡି । ଏହାସହ ବିଭିନ୍ନ ପ୍ରସଙ୍ଗରେ ରୋଗୀଙ୍କର ମତାମତ ଲୋଡ଼ିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଏମ୍ସ ସମେତ ଏହି ସବୁ ହସ୍ପିଟାଲରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ହୋମିଓପାଥିର OPD-IPD

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓଏସ୍‌ଡି ଏମ୍ସ ଭୁବନେଶ୍ୱରରେ ପ୍ରଦାନ କରାଯାଉଥିବା ବିଭିନ୍ନ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ବୁଲି ଦେଖିବା ସହିତ ଜଟିଳ ରୋଗର ଚିକିତ୍ସାରେ ବ୍ୟବହୃତ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ସଂଗ୍ରହ କରିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଜନସାଧାରଣଙ୍କୁ ସୁବିଧା ପ୍ରଦାନ କରିବାର ପ୍ରତିବଦ୍ଧତା ନିମନ୍ତେ ଏମ୍ସର ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି । ପରବର୍ତ୍ତୀ ସମୟରେ ଏମ୍ସର ବିଭାଗୀୟ ମୁଖ୍ୟମାନଙ୍କ ସହିତ ଆଲୋଚନା କରିବା ସହ ଡାକ୍ତରୀ ଶିକ୍ଷା, ଗବେଷଣା ଏବଂ ରୋଗୀସେବା କ୍ଷେତ୍ରରେ ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ତେବେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ସାମଗ୍ରୀକ ବିକାଶ ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଆବଶ୍ୟକ ସହାୟତା ଯୋଗାଇଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଓଏସଡି ସୁଧାଂଶ ପନ୍ତ କହିଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୧୫ ଜୁଲାଇ ୨୦୦୩ରେ ଏମ୍ସ ଭୁବନେଶ୍ୱରର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ଏହି ଅନୁଷ୍ଠାନ ୨୦୧୨ରେ କାର୍ଯ୍ୟ ଆରମ୍ଭ କରିଥିଲା । ୨୦୧୪ରେ ହସ୍ପିଟାଲ ଉଦ୍ଘାଟିତ ହୋଇଥିଲା । ଏମ୍ସ ଭୁବନେଶ୍ୱର ହେଉଛି ଦେଶର ଏକମାତ୍ର ଏମ୍ସ ଯାହା ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏମ୍ସ ଭୁବନେଶ୍ୱରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ସାଢ଼େ ଚାରି ହଜାରରୁ ଉର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.