ETV Bharat / state

ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି: ମୁଖ୍ୟମନ୍ତ୍ରୀ

author img

By

Published : Jun 26, 2023, 8:08 PM IST

ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି : ମୁଖ୍ୟମନ୍ତ୍ରୀ
ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି : ମୁଖ୍ୟମନ୍ତ୍ରୀ

ଆଜି ବରଗଡ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବରଗଡ଼ର ଏକ ସଭାରେ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଶୁଣାଇଛନ୍ତି । ତାଙ୍କ ମୋବାଇଲରେ ଥିବା ନବୀନଙ୍କ ଭଏସ (ପ୍ରତିକ୍ରିୟା) ଶୁଣାଇଛନ୍ତି ୫ଟି ସଚିବ । ଅଧିକ ପଢନ୍ତୁ

ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଆପଣଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ରାଜ୍ୟରେ ଜାରି ରହିଛି ତୁମ୍ବିତୋଫାନ । ୫ଟି ସଚିବଙ୍କ ଜିଲ୍ଲା ଗସ୍ତ ବେଆଇନ ଓ ସର୍ଭସ ରୂଲ ଉଲଂଘନ କରୁଛି ବୋଲି ରାଜନୈତିକ ଦଳ ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ଅଭିଯୋଗ କରୁଛନ୍ତି । ରାଜନୈତିକ ବୟାନବାଜି ଭିତରେ ସାମ୍ନାକୁ ଆସିଛି ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା । ମୁଁ ମୋ ସଚିବ ପାଣ୍ଡିଆନ ବାବୁଙ୍କୁ ଲୋକଙ୍କ ସୁଖ ଦୁଃଖ ବୁଝିବାକୁ ପଠାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ବରଗଡ ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ନେଇ ବିବାଦ ଲାଗି ରହିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବରଗଡ଼ର ଏକ ସଭାରେ ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଶୁଣାଇଛନ୍ତି । ତାଙ୍କ ମୋବାଇଲରେ ଥିବା ନବୀନଙ୍କ ଭଏସ (ପ୍ରତିକ୍ରିୟା) ଶୁଣାଇଛନ୍ତି ୫ଟି ସଚିବ । ଏହି ଭଏସ ଓଡ଼ିଓ କିମ୍ବା ଭିଡିଓ ଜଣାପଡିନାହିଁ । ତେବେ ଉକ୍ତ ଭଏସରେ ଶୁଣିବାକୁ ମିଳୁଛି ଯେ, ଆପଣ ମାନେ ଭଲ କାମ କରନ୍ତୁ । ମୁଁ ଆପଣଙ୍କୁ ସାହାଯ୍ୟ କରିବି । ଆପଣଙ୍କ ସୁଖ ଦୁଃଖ ବୁଝିବା ପାଇଁ ମୁଁ ମୋ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ବାବୁଙ୍କୁ ପଠାଇଛି । ଆପଣଙ୍କ ସମସ୍ୟା ବୁଝିବାକୁ ପଠାଇଛି । ମୁଁ ଆପଣଙ୍କ ସମସ୍ତ ସମସ୍ୟା ଦୂର କରିବି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି ।

ସୂଚନାଯୋଗ୍ୟଯେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ଓ ସରକାରୀ ଘୋଷଣାକୁ ନେଇ ଲାଗିରହିଛି ରାଜନୈତିକ ଲଢେଇ । ଏହି ପ୍ରସଙ୍ଗକୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇବା ପରେ ରାଜନୈତିକ ବିରୋଧ ଯୋରଦାର ହୋଇଥିଲା । ବିଜେପିର ସମସ୍ତ ବରିଷ୍ଠ ନେତା ମାନେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଦାବି କରିଥିଲେ । ଏହାସହ ସର୍ଭିସ ରୁଲ ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରିଥିଲେ । ଘଟଣାକୁ ନେଇ କଂଗ୍ରେସ ସମେତ ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନ ମଧ୍ୟ ପ୍ରତିବାଦ କରିଥିଲେ । ଏତତ ବ୍ୟତୀତ ଗତକାଲି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ସମ୍ପାଦକୀୟ ଲେଖି ସମାଲୋଚନା କରିଥିଲେ ।

ତେବେ ଏହି ବାଦ ବିବାଦ ଆରୋପ ପ୍ରତ୍ୟାରୋପ ମଧ୍ୟରେ ଆଜି ଅଚାନକ ମୁଖ୍ୟମନ୍ତ୍ରୀଙ୍କ ଭଏସ ରେକର୍ଡ ସାମାନାକୁ ଆସିଛି । ପ୍ରଶ୍ନ ଉଠୁଛି କାହିଁକି ମୁଖ୍ୟମନ୍ତ୍ରୀ ମିଡିଆକୁ ଆସି ସ୍ପଷ୍ଟିକରଣ ଦେଲେ ନାହିଁ କିମ୍ବା ଭିଡିଓ ବାର୍ତ୍ତା ଦେଲେ ନାହିଁ । ଏହା ରାଜ୍ୟର ପ୍ରସଙ୍ଗ ହୋଇଥିବା ବେଳେ ବରଗଡ ଜିଲ୍ଲାରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଗଲା? ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଆସିଥିବାରୁ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ପୁଣି କଣ ଆଭିମୁଖ୍ୟ ଆପଣାଉଛନ୍ତି ଏବେ ଅପେକ୍ଷା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.