ETV Bharat / state

‘ଜଣେ ଓଡିଆ ଲୋକ ତାମିଲନାଡୁ ରାଜନୀତିରେ ଶୀର୍ଷ ସ୍ଥାନକୁ ଯାଇଥିଲେ ଗର୍ବିତ ହୋଇଥାନ୍ତି’

author img

By ETV Bharat Odisha Team

Published : Nov 27, 2023, 9:30 PM IST

ତାମିଲନାଡୁରେ ପ୍ରଚାର ହେଉଛି ଜଣେ ତାମିଲ ଲୋକ ଓଡିଶାରେ ରାଜନୀତି କରୁଛି । ତାହା ଠିକ ଲାଗୁନି ବରଂ ଯଦି ତାମିଲନାଡୁରେ ଓଡିଆ ପୁଅ ରାଜନୀତି କରନ୍ତା ତାହେଲେ ମୋତେ ଖୁସି ଲଗନ୍ତା। ଆଜି ବିଜୁ ଜନତା ଦଳରେ ବିଦ୍ଧିବଧ ଭାବେ ପୂର୍ବତନ ପ୍ରଶାସନକି ଅଧିକାରୀ ଭିକେ ପାଣ୍ଡିଆନ ସାମିଲ ହେବା ପରେ ଏଭଳି କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଅଧିକ ପଢନ୍ତୁ

ଜଣେ ଓଡିଆ ଲୋକ ତାମିଲନାଡୁ ରାଜନୀତିରେ ଶୀର୍ଷ ସ୍ଥାନକୁ ଯାଇଥିଲେ ଗର୍ବିତ ହୋଇଥାନ୍ତି: ବିଜୟ ପଟ୍ଟନାୟକ
ଜଣେ ଓଡିଆ ଲୋକ ତାମିଲନାଡୁ ରାଜନୀତିରେ ଶୀର୍ଷ ସ୍ଥାନକୁ ଯାଇଥିଲେ ଗର୍ବିତ ହୋଇଥାନ୍ତି: ବିଜୟ ପଟ୍ଟନାୟକ

ଜଣେ ଓଡିଆ ଲୋକ ତାମିଲନାଡୁ ରାଜନୀତିରେ ଶୀର୍ଷ ସ୍ଥାନକୁ ଯାଇଥିଲେ ଗର୍ବିତ ହୋଇଥାନ୍ତି: ବିଜୟ ପଟ୍ଟନାୟକ

ଭୁବନେଶ୍ବର: ପାଣ୍ଡିଆନ ପୂର୍ବରୁ ବିଜେଡି ପାଇଁ କାମ କରୁଥିଲେ । ଆଜି ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଲେ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ହେଲେ ତାମିଲନାଡୁରେ ପ୍ରଚାର ହେଉଛି ଜଣେ ତାମିଲ ଲୋକ ଓଡିଶାରେ ରାଜନୀତି କରୁଛି । ତାହା ଠିକ ଲାଗୁନି ବରଂ ଯଦି ତାମିଲନାଡୁରେ ଓଡିଆ ପୁଅ ରାଜନୀତି କରନ୍ତା ତାହେଲେ ମୋତେ ଖୁସି ଲାଗନ୍ତା । ଆଜି ବିଜୁ ଜନତା ଦଳରେ ବିଦ୍ଧିବଧ ଭାବେ ପୂର୍ବତନ ପ୍ରଶାସନକି ଅଧିକାରୀ ଭିକେ ପାଣ୍ଡିଆନ ସାମିଲ ହେବା ପରେ ଏଭଳି କଟାକ୍ଷ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ଅଧିକ ପଢନ୍ତୁ- ଡିପଫେକରେ ପରିଣତ ହୋଇଛି ଓଡିଶା: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ବିଜୟ କହିଛନ୍ତି ‘‘ପ୍ରଶାସନିକ ଅଧିକାରୀ ଥାଇ ଭିକେ ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିଲେ । ଚାକିରିର ଥାଇ ପରୋକ୍ଷ ଭାବେ ରାଜନୀତି କରୁଥିଲେ । ଆଜି ଦଳରେ ବିଦ୍ଧିବଧ ଭାବେ ସାମିଲ ହେଲେ। ଏବେ ସିଧାସଳଖ ରାଜନୀତି କରିବେ । ଏଥିରେ ନୂତନତ୍ବ କିଛି ନାହିଁ । କିନ୍ତୁ ପ୍ରସଙ୍ଗ ହେଉଛି ଏବେ ତାମିଲନାଡୁରେ ଏକ ଭିଡିଓ ବୁଲୁଛି । ଯେଉଁ ଭିଡିଓରେ ଜଣେ ତାମିଲ ଲୋକ ଓଡିଶାରେ କିଭଳି ରାଜନୀତି କରୁଛି । ଯାହାକୁ ନେଇ ତାମିଲ ଲୋକ ଖୁସି ମନାଉଛନ୍ତି । ଯଦି ଜଣେ ଓଡିଆ ଲୋକେ ଏହା ତାମିଲନାଡୁରେ କରିଥାନ୍ତି ଆମେ ଖୁସି ହୋଇଥାନ୍ତୁ। ’’ ସେହିପରି ବିଜୟ କହିଛନ୍ତି ବିଜେଡିରେ ପାଣ୍ଡିଆନଙ୍କ ଭୂମିକା କଣ ହେବ ? ଦଳ କେଉଁ ପଦବୀ ଦେବ ? ଦଳର ନେତା ମାନେ ତାହାକୁ କିଭଳି ଗ୍ରହଣ କରିବେ, ତାହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର । ଏହା କଂଗ୍ରେସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ସେହିପରି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ସେ ଦୀର୍ଘଦିନ ହେବ ବିଜେଡି ପାଇଁ କାର୍ଯ୍ୟ କରୁଥିଲେ । ଆଜି ଦଳରେ ମିଶିଲେ। ଲୋକେ ଜାଣିସାରିଛନ୍ତି କିଏ ରାଜ୍ୟରେ ଅପାରଗ । ତେଣୁ ଆସନ୍ତା ନିର୍ବାଚନରେ କଂଗ୍ରେସକୁ ଲୋକେ ସମର୍ଥନ କରିବେ । ଆଗାମୀ ଡିସେମ୍ବର 3 ତାରିଖରେ 5ଟି ରାଜ୍ୟର ଫଳାଫଳ ଆସିବା ପରେ କଂଗ୍ରେସର ଆହୁରି ପ୍ରଭାବ ବଢିବ ।

ଅନ୍ୟପଟେ ଦୀର୍ଘ ଦିନ ଚର୍ଚ୍ଚାର ଅନ୍ତ ଘଟାଇ ଆଜି ପୂର୍ବତନ ପ୍ରଶାସନିକ ଅଧିକାରୀ ଭିକେ ପାଣ୍ଡିଆନ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରେ ସାମିଲ କରାଇବା ସହିତ ସ୍ବାଗତ କରିଛନ୍ତି । ସୂଚନାଯୋଗ୍ୟଯେ ଭିକେ ପାଣ୍ଡିଆନ ସରକାରୀ ଚାକିରି ଥିବାବେଳେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ହସ୍ତକ୍ଷେପ ଲୋଡିଥିଲେ ବିଜୟ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.