ETV Bharat / state

ଖୋର୍ଦ୍ଧାରେ ଅଘଟଣ, ନଦୀପାର ବେଳେ ଭାସିଯାଇ ଜଣେ ନିଖୋଜ

author img

By

Published : Sep 28, 2021, 9:26 PM IST

ଖୋର୍ଦ୍ଧାରେ ଅଘଟଣ, ନଦୀପାର ବେଳେ ଭାସିଯାଇ ଜଣେ ନିଖୋଜ
ଖୋର୍ଦ୍ଧାରେ ଅଘଟଣ, ନଦୀପାର ବେଳେ ଭାସିଯାଇ ଜଣେ ନିଖୋଜ

ଖୋର୍ଦ୍ଧାରେ ନଦୀରେ ଭାସି ଯାଇ ପୁଣି ଜଣେ ନିଖୋଜ । ଗତ 2ଦିନ ତଳେ ନଦୀରେ ଭାସିଯାଇ ଜଣଙ୍କର ହୋଇଥିଲା ମୃତ୍ୟୁ । ଖବର ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି ଅଗ୍ନିଶମ ଟିମ । ଅଧିକ ପଢନ୍ତୁ...

ଖୋର୍ଦ୍ଧା: ପୁଣି ଖୋର୍ଦ୍ଧା ନଦୀରେ ଭାସିଯାଇ ଜଣେ ନିଖୋଜ ଅଭିଯୋଗ । ଗତ ସପ୍ତାହରେ ବାଣପୁର ମାଣିକପୁର ଗ୍ରାମର ଜନୈକ ବ୍ୟକ୍ତି ଶାଳିଆ ନଦୀରେ ଭାସି ଯାଇ ପ୍ରାଣ ହରାଇଥିବାବେଳେ ଆଜି ଆଉ ଜଣେ ସ୍ଥାନୀୟ ବ୍ୟକ୍ତି ନଦୀରେ ଭାସି ନିଖୋଜ ହୋଇଯାଇଥିବା ଜଣାପଡିଛି । ନିଖୋଜ ଜଣଙ୍କ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୋରଡ଼ାପଲି ଗ୍ରାମର 50 ବର୍ଷୀୟ ବାଉରିଆ ଶବର ବୋଲି ସୂଚନା ରହିଛି ।

ଖୋର୍ଦ୍ଧାରେ ଅଘଟଣ, ନଦୀପାର ବେଳେ ଭାସିଯାଇ ଜଣେ ନିଖୋଜ

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବାଉରିଆ ଶବର ନିଜର ଦୁଇ ସହଯୋଗୀଙ୍କ ସହ ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘର ଦାମିଆ ବରବରା ପଞ୍ଚାୟତ ଅନ୍ତର୍ଗତ କୋଷରଡ଼ା ଗ୍ରାମକୁ ଯାଇଥିଲେ l ତେବେ ଉକ୍ତ ଗ୍ରାମକୁ ଯିବାକୁ ହେଲେ ନଦୀରେ ପହଁରି ଅନ୍ୟ ପାର୍ଶ୍ବକୁ ଯିବାକୁ ପଡିଥାଏ ।

ସମ୍ପର୍କୀୟଙ୍କ ଘରୁ କାମ ସାରି ଅପରାହ୍ନରେ ନିଜ ଗ୍ରାମ ସୋରଡ଼ାପଲି ଯିବା ପାଇଁ ବାଉରିଆ ଏବଂ ଅନ୍ୟ ଦୁଇ ସହଯୋଗୀ ନଦୀରେ ପହଁରି ଆର ପାର୍ଶ୍ଵକୁ ଯିବା ସମୟରେ ପ୍ରଖର ସ୍ରୋତରେ ବାଉରିଆ ଶାଳିଆ ଡ୍ୟାମରୁ ପ୍ରତାପ ଆଡକୁ ଭାସି ଯାଇଥିବା କହିଛନ୍ତି ତାଙ୍କ ସହଯୋଗୀ ତଥା ପ୍ରତ୍ୟକ୍ଷଦର୍ଶୀ । ତେବେ ଏ ନେଇ 112କୁ ଫୋନ ଯୋଗେ ସୂଚନା ଦିଆଯିବା ପରେ ବାଣପୁର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ନିଖୋଜ ବାଉରିଆଙ୍କୁ ଠାବ କରାଯାଇ ପାରିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.