ETV Bharat / state

ପୁଣି ମୁଣ୍ଡ ଟେକିଲା ଓଲିଉଡ କଳି: ଅଭିନେତା ଅନୁଭବଙ୍କୁ ମନୋଜ ମିଶ୍ରଙ୍କ ଟାର୍ଗେଟ

author img

By ETV Bharat Odisha Team

Published : Dec 5, 2023, 1:41 PM IST

Updated : Dec 5, 2023, 2:16 PM IST

ପୁଣି ମୁଣ୍ଡ ଟେକିଲା ଓଲିଉଡ କଳି, ସାଂସଦ ତଥା ଅଭିନେତା ଅନୁଭବଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର
ପୁଣି ମୁଣ୍ଡ ଟେକିଲା ଓଲିଉଡ କଳି, ସାଂସଦ ତଥା ଅଭିନେତା ଅନୁଭବଙ୍କୁ ଟାର୍ଗେଟ କଲେ ମନୋଜ ମିଶ୍ର

Ollywood Controversy: ପୁଣି ଥରେ ମୁଣ୍ଡ ଟେକିଲା ଓଲିଉଡ ବିବାଦ । ସୋସିଆଲ ମିଡିଆରେ ପୁଣି ନିଜର ମତ ରଖିଲେ ଅଭିନେତା ମନୋଜ ମିଶ୍ର । ଏଥର ସିଧାସଳଖ ସେ ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କରି ମନୋଜ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ,

ଭୁବନେଶ୍ବର: କିଛି ଦିନର ନୀରବତା ପରେ ପୁଣି ଥରେ ଓଲିଉଡ଼ ବିବାଦକୁ ନେଇ ସୋସିଆଲ ମିଡିଆରେ ନିଜର ମତ ରଖିଛନ୍ତି ଅଭିନେତା ମନୋଜ ମିଶ୍ର । ଏଥର ସିଧାସଳଖ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ଟାର୍ଗେଟ କରିଛନ୍ତି ମନୋଜ ମିଶ୍ର । ନିଜ ସୋସିଆଲ ମିଡ଼ିଆରେ ସେ ଅଭିନେତା ଅନୁଭବଙ୍କୁ କହିଛନ୍ତି ଲାଗୁଛି 'ତମେ ଓଡ଼ିଶାକୁ ଭାଗ ଭାଗ କରିକି ହିଁ ଛାଡିବ ।'

Ollywood Controversy
ମନୋଜ ମିଶ୍ରଙ୍କ ପୋଷ୍ଟ

ମନୋଜ ମିଶ୍ର ନିଜ ଫେସ୍‌ବୁକ ପେଜ୍‌ରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି, "Mr Anubhav Mohanty ମୁଁ ଭୁବନେଶ୍ବର ଛାଡ଼ି ସାରିଲିଣି, ତଥାପି ତମ ମନ ଶାନ୍ତି ହେଇନି । ଲାଗୁଛି ତମେ ଓଡ଼ିଶା କୁ ଭାଗ ଭାଗ କରିକି ହିଁ ଛାଡିବ । ଅଜୟ ପାଢ଼ୀ ସହିତ ଫିଲ୍ମ କରୁଛ ଯଦି ଫିଲ୍ମ କର, ତା ସହିତ ମିଶିକି ମୋ ବିରୁଦ୍ଧ ରେ ଷଡ଼ଯନ୍ତ୍ର କାଇଁ କରୁଛ । ତମେ ଜାଣିନ ମା' ସମଲେଇ ମୋ ପାଇଁ ଅଛନ୍ତି, ତମର ସବୁ ପ୍ଲାନ୍ ମତେ କହି ଦେଉଛନ୍ତି । ତମେ ଯାହାକୁ ବି କହିଛ ଯେ, ସକାଳୁ ମନୋଜ ମିଶ୍ରର ବେହେନେ ସିରିଏଲ୍‌ର ଫଟୋଟେ ନେଇ ସମ୍ବଲପୁରୀ ଭାଷାରେ ଲେଖ, ମହାଖଳନାୟକଙ୍କର ମହାଖୁଲସା" ସେଇ କଥାର ପ୍ରମାଣ ବି ମୋ ପାଖରେ ଅଛି ।"


ସେ ଆହୁରି ଲେଖିଛନ୍ତି, "କାଇଁ ଏମିତି ହେଉଛ । ତମେ ଆମ କେନ୍ଦ୍ରାପଡ଼ାର ଜନପ୍ରତିନିଧି ଏମିତି ଯଦି କରିବ, ତାହେଲେ ଆଗକୁ ତମ ଉପରେ ଲୋକଙ୍କର କଣ ଆଉ ଭରସା ରହିବ? ଗତକାଲି ତମର ଜଣେ ଚେଲା ମତେ ପରୋକ୍ଷରେ TVରେ କହୁଥିଲା "Villain ଟା Villain ହେଇକି ରହ, ହିରୋ ହେବାକୁ ଚେଷ୍ଟା କର ନାହିଁ । ତାଙ୍କୁ କହିଦେବ ମୁଁ ଭୁବନେଶ୍ୱର ଛାଡ଼ି ଦେଲି ଏବେ ସମ୍ବଲପୁରରେ ରହିବି ଆଉ ତମ ମାନଙ୍କର କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ଏମିତି ମୋ ବିପକ୍ଷରେ ଷଡ଼ଯନ୍ତ୍ର କରିକି ସମ୍ବଲପୁରୀ ଭାଷାକୁ ନିଜେ ଗାଳି ନଦେଇ ନିଜ ଚେଲା ମାନଙ୍କୁ ଶିଖେଇ ସେମାନଙ୍କ ଜରିଆରେ ସମ୍ବଲପୁରୀ ଭାଷାକୁ ଗାଳି ଦେଇ ପଶ୍ଚିମ ଓଡ଼ିଶାର ଲୋକଙ୍କ ହୃଦୟକୁ କଷ୍ଟ ଦିଅ ନାହିଁ ।"

ଏହା ମଧ୍ୟ ପଢନ୍ତୁ: ପୁଣି ମୁହଁ ଖୋଲିଲେ ମନୋଜ ମିଶ୍ର, କହିଲେ- 'ମୋତେ ମାନସିକ ନିର୍ଯାତନା ଦେବା ବନ୍ଦ କର'


ଶେଷରେ ସେ ଲେଖିଛନ୍ତି, "ଯେଉଁ ମାନଙ୍କୁ ଲାଗୁଛି ମୁଁ ପୁଣି କାହିଁକି ଏ ସବୁ ପୋଷ୍ଟ କଲି, ଦୟାକରି ମତେ ଗାଳି ଦେବା ପୂର୍ବରୁ ନିର୍ଦ୍ଦେଶକ ଅଜୟ ପାଢ଼ୀ ଏବଂ ଅନୁଭବ ମହାନ୍ତିଙ୍କୁ ପଚାରନ୍ତୁ । ମୁଁ କାହିଁକି ଏ ସବୁ ପୋଷ୍ଟ କରିଛି । ମୁଁ ତ ଚୁପ୍ ହେଇ ମୋ କାମରେ ଧ୍ୟାନ ଦେଇ କାମ ଆରମ୍ଭ କରିବାକୁ ଚେଷ୍ଟା କରୁଛି, କିନ୍ତୁ ଜନତାଙ୍କ ସାମ୍ନାରେ ଭଦ୍ର ଦେଖେଇ ହେଇ ମୋ ପଛରେ ଷଡ଼ଯନ୍ତ୍ର କାଇଁ କରୁଛନ୍ତି ସେମାନେ । ଜନସାଧାରଣଙ୍କ ଇମସୋନ ସହ କାଇଁ ଖେଳୁଛ ? ତୁମେ ମାନେ କରୁଥିବା ଷଡ଼ଯନ୍ତ୍ର ର ପ୍ରମାଣ ବି ଅଛି ଦରକାର ପଡ଼ିଲେ ପୁରା ଓଡ଼ିଶା ଜାଣିବ । ଧମକ ଦଉନି, ବୁଝାଉଛି । ସୁଧୁରି ଯାଅ ନଚେତ୍...... ) ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Dec 5, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.