ETV Bharat / state

ପଶୁ ପାଳନ ଓ ଅଣ୍ଡା ଉତ୍ପାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ: ଅସିତ ତ୍ରିପାଠୀ

author img

By ETV Bharat Odisha Team

Published : Oct 11, 2023, 7:34 PM IST

ପଶୁ ପାଳନ ଓ ଅଣ୍ଡା ଉତ୍ପାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ : ଅସିତ ତ୍ରିପାଠୀ
ପଶୁ ପାଳନ ଓ ଅଣ୍ଡା ଉତ୍ପାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ : ଅସିତ ତ୍ରିପାଠୀ

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ସଦ୍ୟତମ ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ପଶୁ ପାଳନ ଓ ଅଣ୍ଡା ଉତ୍ପାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ

ଭୁବନେଶ୍ବର: ପଶୁପାଳନ, ଦୁଗ୍ଧ ଉତ୍ପାଦନ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଓଡିଶା ହେବ ଆତ୍ମନିର୍ଭରଶୀଳ । ଓଡିଶାର ଚାଷୀଙ୍କୁ ସଫଳ ଉଦ୍ୟୋଗୀ ରୂପେ ଗଢି ତୋଳିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ।

ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସମୀକ୍ଷା ବୈଠକ ଆଜି ଖାରବେଳ ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ । ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବାବଦରେ ସଦ୍ୟତମ ସୂଚନା ପ୍ରଦାନ କରିଛନ୍ତି । ଅସିତ କହିଛନ୍ତି ଯେ, କୃତିମ ପ୍ରଜନନ ମାଧ୍ୟମରେ ଗୋପାଳନକୁ ବୃଦ୍ଧି କରିବା ସହ ଗ୍ରାମୀଣ ଅଞ୍ଚଳରେ ଥିବା ଚାଷୀ ମାନଙ୍କୁ ଆତ୍ମନିର୍ଭର କରାଯିବ । ଓଡିଶାରେ ପ୍ରାୟ 60 ଲକ୍ଷ ପରିବାର ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନେ ପାରମ୍ପାରିକ ଚାଷ କରିବା ସହ ଗୋପାଳନ, ମତ୍ସ୍ୟ ପାଳନ, କୁକୁଡା ଚାଷକୁ ମଧ୍ୟ ଆପଣେଉଛନ୍ତି । ଏହା ସେମାନଙ୍କୁ ଉଦ୍ୟୋଗୀ ହେବାକୁ ସୁଯୋଗ ପ୍ରଦାନ କରିଛି ବୋଲି ଅସିତ ମତ ବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ- ଉତ୍ତର ଓଡ଼ିଶା ଶିଳ୍ପ ଅଭିବୃଦ୍ଧିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା

ନିକଟରେ ଆପିକଲ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ଏବଂ କୃଷି ବିଭାଗ ଦ୍ବାରା ଏକ ସର୍ଭେ କରାଯାଇଛି । ସର୍ଭେରେ ଚିହ୍ନଟ ହୋଇଥିବା ଦକ୍ଷ ଚାଷୀମାନଙ୍କୁ ସଫଳ ଉଦ୍ୟୋଗୀ ରୂପେ ଗଢି ତୋଳିବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ପ୍ରାୟ 6000 ଚାଷୀ ପରିବାରଙ୍କୁ ନେଇ ହୋଇଥିବା ଏହି ସର୍ଭେରେ ଚିହ୍ନଟ ହୋଇଥିବା ଦକ୍ଷ ଚାଷୀ ମାନଙ୍କୁ ବିବିଧ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଆଗକୁ ମଧ୍ୟ ଏହି ଭଳି ସର୍ଭେ କରିବା ଓ ଚାଷୀ ମାନଙ୍କଠାରୁ ପ୍ରତିକ୍ରିୟା ନେଇ ସେମାନଙ୍କ ଅଗ୍ରଗତି ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ପାଇଁ ଅସିତ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଗୋପାଳନକୁ ବଢାଇବା ପାଇଁ କ୍ରସ ବ୍ରିଡିଂ ଗାଈ, ପଶୁ ଖାଦ୍ୟ ବିତରଣ, ପଶୁ ପାଳନ କ୍ଷେତ୍ରରେ ସବସିଡି ପ୍ରଦାନକୁ ସମର୍ଥନ କରାଯାଉଛି ।

ଉତ୍ପାଦକଙ୍କୁ ବଜାର ସହ ଯୋଡିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ଅନ୍ୟପକ୍ଷେ ପଶୁ ପାଳନ ସହ ମାଂସ ଓ ଅଣ୍ଡା ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ କମର୍ସିଆଲ ବ୍ୟବସାୟିକ କୁକୁଡା ଫାର୍ମ, ସେମି କମର୍ସିଆଲ କୁକୁଡା ଫାର୍ମ ଓ ବ୍ୟାକୟାର୍ଡ ଫାର୍ମିଂ ଆଦି ମାଧ୍ୟମରେ ରାଜ୍ୟରେ ଅଣ୍ଡା ଓ ମାଂସ ଉତ୍ପାଦନ ବୃଦ୍ଧି ପାଇଛି । ସମୀକ୍ଷା ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଅନ୍ୟ ଅଧିକାରୀ, ଓମଫେଡ ଓ ଆପିକଲର ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.