ETV Bharat / state

କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ

author img

By ETV Bharat Odisha Team

Published : Dec 5, 2023, 10:37 PM IST

କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ
କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ 50,000ରୁ ଉର୍ଦ୍ଧ୍ବ ଗାଡି ମାଲିକଙ୍କ ଉପରେ ବକେୟା ମୋଟର ଯାନ ଟିକସ ଏବଂ ଜୋରିମାନା ଅନାଦେୟ ହୋଇ ପଡି ରହିଛି । ଟ୍ୟାକ୍ସ ରିକଭରି ନୋଟିସ ଏବଂ ସ୍ବତନ୍ତ୍ର ଡ୍ରାଇଭ ସତ୍ତ୍ବେ 2022 ମସିହାରେ କେବଳ 4668 ମାଲିକଙ୍କଠାରୁ ବକେୟା ଟିକସ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ

କ୍ୟାବିନେଟ ନିଷ୍ପତ୍ତି; ବକେୟା ମୋଟର ଯାନ ଟିକସ ଛାଡ

ଭୁବନେଶ୍ବର: ରାଜ୍ୟ ସରକାର ବକେୟା ମୋଟର ଯାନ ଟିକସ ଛାଡ କରିଛନ୍ତି । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛନ୍ତି । ଯେଉଁ ମାଲିକ ଗାଡି ଗୁଡିକ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ଯେଉଁମାନେ ଟିକସ ପ୍ରଦାନ କରି ଗାଡି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସମ୍ପୂର୍ଣ୍ଣ ଛାଡ କରାଯିବା ସହିତ ଗାଡିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସୂଚନା ଅନୁସାରେ 50,000ରୁ ଉର୍ଦ୍ଧ୍ବ ଗାଡି ମାଲିକଙ୍କ ଉପରେ ବକେୟା ମୋଟର ଯାନ ଟିକସ ଏବଂ ଜୋରିମାନା ଅନାଦେୟହୋଇ ପଡି ରହିଛି । ଟ୍ୟାକ୍ସ ରିକଭରି ନୋଟିସ ଏବଂ ସ୍ବତନ୍ତ୍ର ଡ୍ରାଇଭ ସତ୍ତ୍ବେ 2022 ମସିହାରେ କେବଳ 4668 ମାଲିକଙ୍କଠାରୁ ବକେୟା ଟିକସ ସଂଗ୍ରହ କରାଯାଇଛି । ଯଦି ଜଣେ ଗାଡି ମାଲିକ ଟିକସ ଠିକ ସମୟରେ କିଛି ଦିନ ଧରି ନଦିଏ, ଏହା ପୌନଃପୌନିକ ଭାବେ ବୃଦ୍ଧି ହୁଏ । ଶେଷରେ ତାହାକୁ ଗାଡି ମାଲିକ ଭରଣା କରିପାରେ ନାହିଁ । କେତେକ କ୍ଷେତ୍ରରେ ମାଲିକମାନେ ଟିକସ ଛାଡ ପାଇଁ ଅଦାଲତରେ କେଶ ଦାୟର କରନ୍ତି । କାରଣ ଏହା ବହୁଦିନ ଧରି ଚାଲେ । ଏହା ବ୍ୟତୀତ ଯାନବାହାନ ଜନିତ ନିର୍ଗମନକୁ ପ୍ରତିବନ୍ଧିତ କରିବାର ଏକ ପଦକ୍ଷେପ ଭାବରେ ଭାରତ ସରକାରଙ୍କର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପୁରୁଣା ତଥା ପ୍ରଦୂଷଣ କରୁଥିବା ଯାନଗୁଡିକୁ ହଟାଇବା ପାଇଁ ପରାମର୍ଶ ଦେଇଛନ୍ତି । ପୁରୁଣା ଗାଡିଗୁଡିକର ଗାଡି ମାଲିକମାନଙ୍କୁ ଏଥୂପାଇଁ ଆକର୍ଷିତ କରିବା ପାଇଁ ଅନାଦେୟ ଟିକସ ଛାଡ ପାଇଁ ଏକକାଳୀନ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି । ଯାହା ଦ୍ବାରା ରାଜ୍ୟ ସରକାରଙ୍କ ପଞ୍ଜୀକୃତ ଯାନ ଗ୍ରାଫି ସୁବିଧା କେନ୍ଦ୍ରରେ ଯାନଗୁଡ଼ିକୁ ବିନା ପ୍ରଦୂଷଣରେ ବୈଜ୍ଞାନିକ ପଦ୍ଧତିରେ ସ୍କ୍ରାପ କରାଯାଇପାରିବ ।

ଅଧିକ ପଢନ୍ତୁ- କ୍ୟାବିନେଟ ବୈଠକ; ୮ ବିଭାଗର ୧୦ ପ୍ରସ୍ତାବକୁ ମୋହର

ଏହାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ବକେୟା ମୋଟର ଯାନ ଟିକସ ଛାଡ ବା ରିହାତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ମାଲିକମାନେ ଗାଡି ଗୁଡିକ ସ୍କ୍ରାପ କରିବାକୁ ଇଚ୍ଛୁକ ଥିବେ ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସଂପୂର୍ଣ୍ଣ ଛାଡ କରିବାର ବ୍ୟବସ୍ଥା ହୋଇଛି । ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସଂମ୍ପୂର୍ଣ୍ଣ ଛାଡ କରାଯିବ । ଏହା ସହିତ ଗାଡିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିବ । ଏହା ଦ୍ବାରା ବହୁ ପୁରୁଣା ଯାନଗୁଡିକର ମାଲିକମାନେ ସେମାନଙ୍କ ଗାଡିଗୁଡିକୁ ସ୍କ୍ରାପ ଏବଂ ପଞ୍ଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ । ସେହିପରି ଅନ୍ୟ ସ୍ଥାନଗୁଡିକର ଗାଡି ମାଲିକମାନେ ଯେଉଁମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ । ଏହା ଦ୍ବାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡି ମାଲିକମାନେ ଅଧିକ ଲାଭବାନ ହେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.