ETV Bharat / state

Weather Forecast: ଆଜିଠୁ ତାତିରୁ ମିଳିବ ତ୍ରାହି, ୪ ଦିନ ଯାଏଁ କାଳବୈଶାଖୀ ସମ୍ଭାବନା

author img

By

Published : Apr 21, 2023, 8:58 AM IST

ଆଜିଠୁ ରାଜ୍ୟରେ ବଦଳିବ ପାଗ । ତାତିରୁ ମିଳିବ ଆଶ୍ବସ୍ତି । ଆସନ୍ତା ୩ରୁ ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ । ଅଧିକ ପଢନ୍ତୁ

Weather Forecast
Weather Forecast

ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୁଣ୍ଡଫଟା ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି । ହେଲେ ଆଜିଠୁ ଅସହ୍ୟ ତାତିରୁ ମିଳିବ ଆଶ୍ବସ୍ତି । ଆଜି ଠାରୁ ରାଜ୍ୟରେ ବଦଳିବ ପାଗ । ତାପମାତ୍ରା ହ୍ରାସ ପାଇବ । ୨୨ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଆରମ୍ଭ ହେବ । ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଗଜପତି, କନ୍ଧମାଳ, ମୟୂରଭଞ୍ଜ, କଟକ, ନବରଙ୍ଗପୁର, ସୁନ୍ଦରଗଡ, ରାୟଗଡା ଓ କୋରାପୁଟରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ । ୨୨ରୁ କାଳବୈଶାଖୀ ସମ୍ଭାବନା ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ କାଳବୈଶାଖୀ ପ୍ରଭାବ ବଢିବ । ଆସନ୍ତା ୩ରୁ ୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ । ତେଣୁ ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମ ଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟାଇ ଦିଆଯାଇଛି । ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ତଳକୁ ଖସିବାର ସମ୍ଭାବନା ରହିଛି । ୨୩ ତାରିଖରେ କାଳବୈଶାଖୀର ସର୍ବାଧିକ ପ୍ରଭାବ ରହିବ ।

ଏହାମଧ୍ୟ ପଢନ୍ତୁ: ଆତଙ୍କୀ ଆକ୍ରମଣରେ ଓଡ଼ିଆ ଯବାନ ଦେବାଶିଷ ଶହୀଦ, ଲୁହରେ ଭିଜିଲା ଗାଁ

ଉଲ୍ଲେଖଯୋଗ୍ୟ, ଗତକାଲି(ଗୁରୁବାର) ରାଜଧାନୀ ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଦିନ ୨ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୨.୮ ଡିଗ୍ରୀ, ଚାନ୍ଦବାଲିରେ ୪୧.୨ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, କେନ୍ଦୁଝରରେ ୪୦.୬ ଡିଗ୍ରୀ, ହୀରାକୁଦରେ ୪୦.୪ ଡିଗ୍ରୀ, ବାଲେଶ୍ବରରେ ୩୯.୦ ଡିଗ୍ରୀ, ପୁରୀରେ ୩୩.୦ ଡିଗ୍ରୀ, ଗୋପାଳପୁରରେ ୩୩.୦ ଡିଗ୍ରୀ ଓ ପାରାଦ୍ବୀପରେ ୩୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ଝାରସୁଗୁଡା, ଖୋର୍ଦ୍ଧା ଓ କଟକରେ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ବୌଦ୍ଧ, ସୋନପୁର ଓ ବାଲଙ୍ଗୀର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏହାକୁ ହଟାଇ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା, ତାଲିକାରେ ଅପରାଜିତା

ଏହାମଧ୍ୟ ପଢନ୍ତୁ: Skill Conclave 2023: ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶରେ ନୂଆ ସମ୍ଭାବନା ସୃଷ୍ଟି କରିବ କହିଲେ ନବୀନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.