ETV Bharat / state

ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ, ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ

author img

By

Published : Nov 22, 2022, 10:53 PM IST

ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ
ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଘେରାଉ, ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ

ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ । ରାଜଧାନୀରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ ହୋଇଛି । ମଙ୍ଗଳବାର ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରାଉ କରିବାକୁ ଚେଷ୍ଟା କରାଯାଇଥିଲା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ । ରାଜଧାନୀରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ ହୋଇଛି । ମଙ୍ଗଳବାର ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସ ଭବନ ଘେରାଉ କରିବାକୁ କରାଯାଇଥିଲା । ଏହି ସମୟରେ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରିବାକୁ ଯୋଜନା କରିଥିଲେ ଉତ୍ତ୍ୟକ୍ତ ଛାତ୍ର । କଲେଜଗୁଡ଼ିକରେ ଦୀର୍ଘ ଦିନ ଧରି ନିର୍ବାଚନ ବନ୍ଦ ଥିବାରୁ ଅରାଜକତା ବୃଦ୍ଧି ପାଉଥିବା ଛାତ୍ର ଅଭିଯୋଗ କରି ଏହି ଘେରାଉ କରିବାକୁ ଚେଷ୍ଟା କରିଥିଲେ ।

ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ

ତେବେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡାମାଡ଼ କରିବାକୁ ଯାଉଥିବା ବେଳେ ସେମାନଙ୍କଠାରୁ ଅଣ୍ଡା ଛଡ଼ାଇ ନେଇଥିଲା ପୋଲିସ । ଛାତ୍ର ସଂସଦ ନିର୍ବାଚନ ବନ୍ଦ ଥିବାରୁ କଲେଜଗୁଡ଼ିକରେ ବିଜେଡି ଛାତ୍ରନେତା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ଯାହାଫଳରେ କଲେଜଗୁଡ଼ିକରେ ଅରାଜକତା ବୃଦ୍ଧି ପାଉଥିବାରୁ ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ ପକ୍ଷରୁ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଘେରାଉ କରାଯାଇଥିଲା ।

ବ୍ରହ୍ମପୁର ରାଗିଂ ଘଟଣାରେ ବିଜେଡିର ଜଣେ ଛାତ୍ର ନେତା ମୁଖ୍ୟ ଅଭିଯୁକ୍ତ ରହିଛନ୍ତି । ଏଣୁ ଛାତ୍ର ସଂସଦ ନିର୍ବାଚନ ନହେଲେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରିବାକୁ ଚେତାବନୀ ଦେଇଛନ୍ତି ଓଡ଼ିଶା ଷ୍ଟୁଡେଣ୍ଟସ୍‌ ଭଏସ୍‌ର କର୍ମକର୍ତ୍ତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.