ETV Bharat / state

Odisha Corona: ଆଜି 500 ଟପିଲା ସଂକ୍ରମଣ, ଜଣେ ମୃତ

author img

By

Published : Apr 26, 2023, 1:26 PM IST

Odisha Corona
Odisha Corona

ଦିନକରେ 524 କୋଭିଡ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ଏହାସହ ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ ତଳ ଉପର ହେଉଛି କୋଭିଡ ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜ୍ୟରେ ପୁଣି 500 ପାର ହୋଇଛି କୋଭିଡ ସଂକ୍ରମଣ । ଏହାସହ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି(ମଙ୍ଗଳବାର) ରାଜ୍ୟରେ ଟେଷ୍ଟ ହୋଇଥିବା 7571 ସାମ୍ପୁଲ ଭିତରୁ 542 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ଏପ୍ରିଲ 1 ରୁ ଏପ୍ରିଲ 26 ତାରିଖ ମଧ୍ୟରେ 6 ଜଣଙ୍କର କୋଭିଡରେ ମୃତ୍ୟୁ ଘଟି ଥିବାବେଳେ 3270 ଆକ୍ଟିଭ କେସ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ସାରା ଦେଶରେ ବଢୁଛି କୋଭିଡ ସଂକ୍ରମଣ । ଏପରିକି ରାଜ୍ୟରେ କିଛି ଦିନ ତଳେ 502 ସଂକ୍ରମଣ ଚିହ୍ନଟ ହୋଇଥିଲା । ତେବେ ରାଜ୍ୟରେ 400 ରୁ 500 ମଧ୍ୟରେ ରହୁଛି ସଂକ୍ରମଣ । ଏହାରି ଭିତରେ ରାଜ୍ୟକୁ ପୁଣିଥରେ ମାସ୍କ ଫେରିଛି । ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାସ୍କ ବ୍ୟବହାରକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ, ସ୍ଵାସ୍ଥ୍ୟ ଅଧିକାରୀ, ଲାବ୍ରୋଟୋରୀ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କ ସହ ହସ୍ପିଟାଲରେ ସମସ୍ତ ବିଭାଗର କାମ କରୁଥିବା ସ୍ବାସ୍ଥ୍ୟ କର୍ମୀମାନେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ରାଜ୍ୟରେ କିଛି ଦିନ ହେଲା ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ଜିଲ୍ଲା ଗୁଡିକରେ ସଂକ୍ରମଣ ଅଧିକ ଦେଖିବାକୁ ମିଳୁଛି ।

ଯେପରିକି ସୁନ୍ଦରଗଡ଼ ସମେତ ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ ସଂକ୍ରମଣ ବଢୁଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଛି । ହୋମ ଆଇସୋଲେସନରେ ଥିବା ସଂକ୍ରମିତଙ୍କୁ ଅଧିକ ମନିଟରିଂ କରାଯାଉଛି । ଯାହା ଫଳରେ ରାଜ୍ୟରେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିମଧ୍ୟରୁ ଅଧିକାଂଶ ହୋମ ଆଇସୋଲେସନରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ 90 ଜଣରୁ ଅଧିକ ହସ୍ପିଟାଲରେ ରହିଛନ୍ତି । 5 ସୂତ୍ରକୁ ନେଇ ପୁଣି କୋଭିଡ ମୁକାବିଲା କରାଯିବ । ରାଜ୍ୟରେ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଇଛି । ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟର ସ୍ଥିତି ଭଲ ରହିଛି । ଲକ୍ଷଣ ଦେଖାଗଲେ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ହସ୍ପିଟାଲରେ ବେଡ଼ ପ୍ରସ୍ତୁତ ରଖିବା, ଭେଣ୍ଟିଲେଟର, ଅକ୍ସିଜେନ, ଆଇସିୟୁ ବେଡ଼, ଟେଷ୍ଟ କିଟ ଆଦି ସ୍ଥିତି ଅନୁଧ୍ୟାନ କରାଯାଇଛି। ସମସ୍ତ ଜିଲ୍ଲାରେ ଜିଲ୍ଲପାଳଙ୍କ ତତ୍ତ୍ଵାବଧାନରେ ଏହା ସମସ୍ତ ସମୀକ୍ଷା କରାଯାଇଛି। ଟେଷ୍ଟ, ଟ୍ରାକିଂ, ଟୀକାକରଣ, ଟ୍ରିଟମେଣ୍ଟ, କୋଭିଡ ଆପ୍ରୋପିଏଟ ବିହେଭର। ରାଜ୍ୟରେ ବହୁତ କମ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.