ETV Bharat / state

GST ଆଦାୟରେ ସର୍ବାଧିକ; ଦେଶରେ ୧. ୮୭ ଲକ୍ଷ କୋଟି ଓ ରାଜ୍ୟରେ ୫୦୩୫.୭୪ କୋଟି

author img

By

Published : May 2, 2023, 7:29 AM IST

Odisha records highest ever GST collection
Odisha records highest ever GST collection

ଏପ୍ରିଲରେ ଓଡ଼ିଶାରେ ୫୦୩୫.୭୪ କୋଟି ଟଙ୍କାର ଜିଏସଟି ସଂଗ୍ରହ । ଦେଶରେ ଆଦାୟ ହୋଇଛି ୧. ୮୭ ଲକ୍ଷ କୋଟି । ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୧, ୮୭,୦୩୫ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ସେଥିରେ କେନ୍ଦ୍ରୀୟ ଜିଏସଟିର ପରିମାଣ ୩୮, ୪୪୦ କୋଟି । ରାଜ୍ୟ ଜିଏସଟିର ଅଂଶ ୪୭, ୪୧୨ କୋଟି । ସେହିପରି ସମନ୍ବିତ ଜିଏସଟି ପରିମାଣ ୮୯,୧୮୫ କୋଟି ଟଙ୍କା । ଏଥିରେ ସାମଗ୍ରୀ ଆମଦାନୀ ଜନିତ ୩୪, ୯୭୨ କୋଟି ଟଙ୍କାର ଟିକସ ଓ ୧୨,୦୨୫ କୋଟି ଟଙ୍କାର ସେସ ଅନ୍ତର୍ଭୁକ୍ତ ଅଛି । ୫୦୩୫.୭୪ କୋଟି ଟଙ୍କା ଜିଏସଟି ବାବଦରେ ଓଡ଼ିଶା ଏପ୍ରିଲ ମାସରେ ଆଦାୟ କରିଛି । ଯାହା ସର୍ବକାଳୀନ ସର୍ବାଧିକ ସଂଗ୍ରହ ।

Odisha records highest ever GST collection
Odisha records highest ever GST collection

କେନ୍ଦ୍ର ସରକାର କେନ୍ଦ୍ରୀୟ ଜିଏସଟି ବାବଦରେ ୪୫, ୮୬୪ କୋଟି ଓ ରାଜ୍ୟ ଜିଏସଟି ଓ ସିଜିଏସଟି ବାବଦ ୩୭, ୯୫୯ କୋଟି ଟଙ୍କାର ଦେୟ ବଣ୍ଟନ କରିଛନ୍ତି । ୨୦୨୩ ଏପ୍ରିଲରେ ନିୟମିତ ଟିକସ ବାବଦ ଅର୍ଥ ପରିଶୋଧ ପରେ କେନ୍ଦ୍ର ଓ ରାଜ୍ୟମାନଙ୍କର ମୋଟ ରାଜସ୍ବ ପରିମାଣ ୮୪, ୩୦୪ କୋଟି କେନ୍ଦ୍ରୀୟ ଓ ୮୫, ୩୭୧ କୋଟି ରାଜ୍ୟ ଜିଏସଟି । ଏପ୍ରିଲ ୨୦୨୩ରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ବ ଗତବର୍ଷର ସମାନ ମାସଠାରୁ ୧୨% ଅଧିକ । ଏହି ମାସରେ ଘରୋଇ କାରବାର ଗତବର୍ଷଠାରୁ ୧୬% ଅଧିକ ଥିଲା । ପ୍ରଥମ ଥର ପାଇଁ ମୋଟ ଜିଏସ୍‌ଟି ସଂଗ୍ରହ ୧. ୭୫ ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରିଛି । ମୋଟ ଇ-ୱେ ବିଲ୍‌ ସଂଖ୍ୟା ୨୦୨୩ ମାର୍ଚ୍ଚ ମାସରେ ଥିଲା ୯ କୋଟି । ଏହା ୨୦୨୩ ଫେବୃୟାରୀ ମାସଠାରୁ ୧୧% ଅଧିକ ।

Odisha records highest ever GST collection
Odisha records highest ever GST collection

୨୦୨୩ ଏପ୍ରିଲ ମାସରେ ଗୋଟିଏ ଦିନରେ ଅର୍ଥାତ ଏପ୍ରିଲ ୨୦ତାରିଖରେ ସର୍ବାଧିକ ୬୮,୨୨୮କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି । ମୋଟ ୯.୮ ଲକ୍ଷ ଟ୍ରାଞ୍ଜାକସନ ଜରିଆରେ ଟିକସଦାତା ଏହି ଟିକସ ପୈଠ କରିଛନ୍ତି । ବର୍ଷକୁ ବର୍ଷ ଭିତ୍ତିରେ ଗତବର୍ଷ ତୁଳନାରେ ଏହି ସଂଗ୍ରହ ଗୋଟିଏ ଦିନରେ ସର୍ବାଧିକ । ୨୦୨୩ ଏପ୍ରିଲ ୨୦ରେ ୯.୮ ଟ୍ରାଞ୍ଜାକସନ ଜରିଆରେ ମୋଟ ୬୮,୨୨୮ କୋଟି ଟଙ୍କାର ଜିଏସଟି ସଂଗୃହୀତ ହୋଇଛି । ଗତବର୍ଷ ସମାନ ତାରିଖରେ ୯.୬ ଲକ୍ଷ ଟ୍ରାଞ୍ଜାକ୍ସନ ମାଧ୍ୟମରେ ସଂଗୃହୀତ ହୋଇଥିଲା ୫୭, ୮୪୬ ଟଙ୍କାର ଜିଏସଟି । ସେହିପରି ୨୦୨୩ ମସିହା ଏପ୍ରିଲ ମାସରେ ଓଡ଼ିଶା ମୋଟ ଜିଏସଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ କରିଛି । ଯାହା କି ସର୍ବକାଳୀନ ସର୍ବାଧିକ ସଂଗ୍ରହ ।

ସେହିପରି ଓଜିଏସଟି ଓ ଆଇଜିଏସଟି ଫଇସଲା ବାବଦକୁ ୨୦୨୩ ମସିହା ଏପ୍ରିଲ ମାସରେ ଓଡ଼ିଶାକୁ ମିଳିବାକୁ ଥିବା ଜିଏସ୍‌ଟି ପରିମାଣ ଯଦି ବିଚାରକୁ ନିଆଯାଏ, ଏହି କ୍ଷେତ୍ରରେ ୨୩୫୯.୧୭ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଗତବର୍ଷର ଏପ୍ରିଲ ମାସରେ ସଂଗ୍ରହ ରାଶି ଥିଲା ୧୬୮୦ କୋଟି । ଗତ ଏପ୍ରିଲ ତୁଳନାରେ ଚଳିତ ବର୍ଷ ୪୦.୪୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେବା କ୍ଷେତ୍ରରେ ଅଭିବୃଦ୍ଧି ଏବଂ କାରବାର କ୍ଷେତ୍ର ଯୋଗୁଁ ଏହି ବୃଦ୍ଧିହାର ପରିଲକ୍ଷିତ ହୋଇଛି । ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ମଦରୁ ୨୬୪.୪୨ କୋଟି ଟଙ୍କାର ଭାଟ ରାଜସ୍ବ ସଂଗ୍ରହ କରାଯାଇଛି । ଗତବର୍ଷ ଏପ୍ରିଲ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୨୩୨.୯୨ କୋଟି ଟଙ୍କା ।

ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ୧୩.୫୨ ପ୍ରତିଶତ ରହିଛି । ଚଳିତ ବର୍ଷ ଏପ୍ରିଲ ମାସରେ ରାଜ୍ୟ ବାଣିଜ୍ୟକର ଏବଂ ଜିଏସଟି ବିଭାଗ ଦ୍ବାରା ସଂଗ୍ରହ କରାଯାଇଥିବା ବିଭିନ୍ନ ଟିକସ ଏବଂ ଜିଏସଟିରେ ମିଶିଥିବା ସମସ୍ତ ଟିକସର ବକେୟା ରାଶି ସଂଗ୍ରହ କ୍ଷେତ୍ରରେ ଗତ ବର୍ଷ ତୁଳନାରେ ୩୬.୭୦ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏଥିରେ ୨୬୬୧.୯୨ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଗତବର୍ଷ ଏପ୍ରିଲ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୯୪୭.୨୧ କୋଟି ଟଙ୍କା । ଇ-ୱେବିଲ ନିର୍ଗମନ କ୍ଷେତ୍ରରେ ମଧ୍ୟ ୧୫.୧୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୩ ମସିହା ଏପ୍ରିଲ ମାସରେ ୨୦.୨୧ ଲକ୍ଷ ସଂଖ୍ୟକ ଇ-ୱେବିଲ ନିର୍ଗମନ କରାଯାଇଥିବାବେଳେ ୨୦୨୨ ମସିହା ଏପ୍ରିଲ ମାସରେ ୧୭.୫୭ ଲକ୍ଷ ଇ-ୱେବିଲ ନିର୍ଗମନ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.