ETV Bharat / state

Make In Odisha Conclave: ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ, ଓଡ଼ିଶା ହେବ ଟ୍ରିଲିୟନ୍ ଡଲାର ଇକୋନୋମି

author img

By

Published : Dec 1, 2022, 9:43 PM IST

Make In Odisha Conclave: ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ, ଓଡ଼ିଶା ହେବ ଟ୍ରିଲିୟନ୍ ଡଲାର ଇକୋନୋମି
Make In Odisha Conclave: ନୂଆ ଇତିହାସ ସୃଷ୍ଟି ଲକ୍ଷ୍ୟରେ ରାଜ୍ୟ, ଓଡ଼ିଶା ହେବ ଟ୍ରିଲିୟନ୍ ଡଲାର ଇକୋନୋମି

ଓଡ଼ିଶାର ଶିଳ୍ପନୀତି ଦେଶରେ ଶ୍ରେଷ୍ଠ ହେବାକୁ ଯାଉଛି । ଓଡ଼ିଶା ଟ୍ରିଲିୟନ୍ ଡଲାର ଇକୋନୋମି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆରମ୍ଭ ହୋଇଛି ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା କନକ୍ଲେଭ 2022 (Make In Odisha Conclave 2022) । ରାଜ୍ୟକୁ ଶିଳ୍ପ ସମୃଦ୍ଧି କରିବା ପାଇଁ ତୃତୀୟ ସଂସ୍କରଣରେ ଶିଳ୍ପ ନୀତି ୨୦୨୨ ଘୋଷଣା କରିଛନ୍ତି ସରକାର । ଆମ ଶିଳ୍ପନୀତି ଦେଶରେ ଶ୍ରେଷ୍ଠ ହୋଇଥିବାବେଳେ ଓଡ଼ିଶା ଟ୍ରିଲିୟନ୍ ଡଲାର ଇକୋନୋମି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମେକ ଇନ ଓଡ଼ିଶା କନକ୍ଲେଭ ମଞ୍ଚରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ଶିଳ୍ପ ସମୃଦ୍ଧ ଭିତ୍ତିଭୂମି ରହିଥିବାବେଳେ ଅଣାଯାଇଛି ନୂଆ ଶିଳ୍ପନୀତି । ଓଡ଼ିଶାରେ ପୁଞ୍ଜିନିବେଶ କଲେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଓଡ଼ିଶା ଟ୍ରିଲିୟନ ଡଲାର ଇକୋନୋମି ହେବାକୁ ପ୍ରତିବଦ୍ଧ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ କୌଣସି ବାଧା ରହିବ ନାହିଁ କାରଣ ରାଜ୍ୟ ସରକାର ସର୍ବୋତ୍ତମ ସୁବିଧା ଯୋଗାଇ ଦେବ । ଏହାସହ ବୈଦ୍ୟୁତିକ କ୍ଷେତ୍ରରେ ସଂସ୍କାର ଆଣିବାରେ ଅଗ୍ରଣୀ ସହ ଆମ ଶିଳ୍ପନୀତି ଦେଶରେ ଶ୍ରେଷ୍ଠ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିବେଶକ ସମୁଦାୟ ପାଇଁ ଓଡିଶା ହେବ ଡେଷ୍ଟିନେସନ ଅଫ ଚଏସ୍ । ଓଡିଶା ବିକାଶରେ ସାମିଲ ହେଲେ ନିବେଶକ । ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଲାଗୁ ହୋଇଛି ନୂଆ ଶିଳ୍ପ ନୀତି । ଅଧିକ ପୁଞ୍ଜି ଆଶାରେ ରାଜ୍ୟ ସରକାର । ଶିଳ୍ପ ଅଭିବୃଦ୍ଧିକୁ ତ୍ବରାନ୍ବୀତ, ନିଯୁକ୍ତି ସୃଷ୍ଟି ଏବଂ ଓଡିଶାକୁ ପୁଞ୍ଜି ନିବେଶର ଲକ୍ଷ୍ୟସ୍ଥଳ କରିବା ଲକ୍ଷ୍ୟରେ ମେକ ଇନ ଓଡିଶା କନକ୍ଳେଭରେ ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି । ୭.୨ ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ । ଖୁବଶୀଘ୍ର ଓଡିଶା ଟ୍ରିଲିୟନ ଡଲାର ଅର୍ଥନୀତି ଛୁଇଁବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଯେଉଁ ଶିଳ୍ପ ସଂସ୍ଥା ରାଜ୍ୟକୁ ଆସିବ 'Better than best' ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- Make in Odisha Conclave: ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା, ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW ଷ୍ଟିଲ

ନୂଆ ଶିଳ୍ପ ନୀତି ଅନୁସାରେ, ଯେଉଁ କ୍ଷେତ୍ରରେ ୨୦୦ରୁ ଅଧିକ ଓଡ଼ିଆ ଲୋକେ ନିଯୁକ୍ତି ପାଇବେ ତାକୁ ପ୍ରାୟୋରିଟି ସେକ୍ଟର ଏବଂ ହଜାରେରୁ ଅଧିକ ଓଡ଼ିଆ ନିଯୁକ୍ତି ପାଉଥିବା ସେକ୍ଟରକୁ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯିବ । ବିଜୁ ଇକୋନୋମି କରିଡ଼ରକୁ ଏହି ପଲିସିରେ ଥ୍ରଷ୍ଟ ସେକ୍ଟର ଭାବେ ବିବେଚନା କରାଯାଇଛି । ସେହିପରି ଜମି ଆବଣ୍ଟନକୁ ସୁଗମ କରିଛନ୍ତି ରାଜ୍ୟ ସରକାର । ୩୦ ଦିନ ଭିତରେ ୩୦ ଏକର, ୫୦ ଦିନରେ ୫୦ ଏକର ଓ ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦିଆଯିବ । ପାଣି, ବିଜୁଳି ଓ ଗମନା ଗମନ ସୁବିଧା ସହ ଜମି ଯୋଗାଇ ଦିଆଯିବ ବୋଲି କହିଛନ୍ତି ଶିଳ୍ପ ସଚିବ ।

କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୧୦୦ରୁ ଊର୍ଦ୍ଧ୍ବ ଶିଳ୍ପ ସଂସ୍ଥା । ୨୧ଟି ଚୁକ୍ତି ସ୍ବାକ୍ଷର ହୋଇଛି । ଓଡ଼ିଶାରେ ବେଦାନ୍ତ ୨୫ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବାକୁ ଆଗ୍ରହ କରିଛି । ଗତ ୨୨ ବର୍ଷ ମଧ୍ୟରେ ବେଦାନ୍ତ ରାଜ୍ୟରେ ୮୦ ହଜାର କୋଟି ଟଙ୍କା ନିବେଶ କରିସାରିଛି, ଯାହାକି କୌଣସି କମ୍ପାନୀ କରିନାହିଁ । ଏହା ସହ ଡିଜିଟାଲ ୟୁନଭରସିଟି ତିଆରି କାରିବାକୁ ଲକ୍ଷ୍ୟ ଥିବା କହିଛନ୍ତି ସଂସ୍ଥା ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ସେହିପରି ଜେଏସଡ଼ବ୍ଲୁ ଏକ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ବୋଲି କହିଛନ୍ତି । ଏହା ସହ ବିଶ୍ବର ସର୍ବ ବୃହତ ଷ୍ଟିଲ ପ୍ଲାଣ୍ଟ କରିବାକୁ ଲକ୍ଷ୍ୟ ରଖିଛି ଜେଏସପିଏଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.