ETV Bharat / state

GST Collection: ବଢୁଛି ରାଜ୍ୟରେ ରାଜସ୍ୱ ଆଦାୟ

author img

By

Published : Nov 2, 2022, 10:48 PM IST

Etv Bharat
Etv Bharat

ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ ଜିଏସଟି ବାବଦକୁ ଓଡିଶା ୩୭୬୯.୪୪ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ୨୦୨୧ ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୫୯୩.୩୪ କୋଟି ଟଙ୍କା । ସେହିପରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ସାମଗ୍ରିକ ମୋଟ ଜିଏସଟି ସଂଗ୍ରହ ୨୭୯୦୧.୩୮ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହା ଥିଲା ୨୩୮୯୭.୨୦ କୋଟି ଟଙ୍କା । ଅଧିକ ପଢନ୍ତୁ

ଭୁବବନେଶ୍ବର: ଚଳିତ ବର୍ଷ ଅକ୍ଟୋବର ମାସରେ ମୋଟ ଜିଏସଟି ବାବଦକୁ ଓଡିଶା ୩୭୬୯.୪୪ କୋଟି ଟଙ୍କା ସଂଗ୍ରହ କରିବାରେ ସଫଳ ହୋଇଛି । ୨୦୨୧ ମସିହା ଅକ୍ଟୋବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୫୯୩.୩୪ କୋଟି ଟଙ୍କା । ସେହିପରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ସାମଗ୍ରିକ ମୋଟ ଜିଏସଟି ସଂଗ୍ରହ ୨୭୯୦୧.୩୮ କୋଟି ଟଙ୍କା ରହିଥିବାବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହା ଥିଲା ୨୩୮୯୭.୨୦ କୋଟି ଟଙ୍କା । ଫଳରେ ଏ କ୍ଷେତ୍ରରେ ୧୬.୭୬ ପ୍ରତିଶତ ଅଭିବୃଦ୍ଧି ଘଟିଛି । ବାଣିଜ୍ୟକର ଏବଂ ଜିଏସଟି କମିଶନରେଟ ପକ୍ଷରୁ ସୂଚନା ଦିଆଯାଇଛି ।

ସାମଗ୍ରିକ ରାଜ୍ୟ ଜିଏସଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ୮୨୬୪.୫୯ କୋଟି ଟଙ୍କା ସଂଗୃହୀତ ହୋଇଥିବାବେଳେ ୨୦୨୧ - ୨୨ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ସଂଗ୍ରହ ପରିମାଣ ଥିଲା ୬୮୧୯.୯୧ କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି ୨୧.୧୮ ପ୍ରତିଶତ । ଗତ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ କେନ୍ଦ୍ରୀୟ ଜିଏସଟି (ସିଜିଏସଟି), ସମନ୍ବିତ ଜିଏସଟି (ଆଇଜିଏସଟି) ଏବଂ ଅତିରିକ୍ତ ଟିକସ (ସେସ) କ୍ଷେତ୍ରରେ ସାମଗ୍ରିକ ବୃଦ୍ଧିହାର ଯଥାକ୍ରମେ ୧୮.୯୧ %, ୮.୧୩ % ଓ ୨୧.୧୦ ପ୍ରତିଶତ ରହିଛି । ୨୦୨୨ ମସିହା ଅକ୍ଟୋବର ମାସରେ ଓଡିଶା ନିଜ ପାଖରେ ରଖିବାକୁ ଥିବା ଜିଏସଟି ରାଜସ୍ବ (ରାଜ୍ୟ ଜିଏସଟି + ସମନ୍ବିତ ଜିଏସଟି ଫଇସଲା ବାବଦକୁ ମିଳୁଥିବା ଅର୍ଥରାଶି) ସଂଗ୍ରହ ୧୯୩୪.୭୦ କୋଟି ଟଙ୍କା ହୋଇଥିବାବେଳେ ୨୦୨୧ ମସିହା ଅକ୍ଟୋବର ମାସରେ ଏହି ପରିମାଣ ଥିଲା ୧୩୭୧.୦୯ କୋଟି ଟଙ୍କା ।

ଏକ୍ଷେତ୍ରରେ ଅଭିବୃଦ୍ଧି ହାର ରହିଛି ୪୧.୧୦ ପ୍ରତିଶତ ।ସେହିପରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ରାଜ୍ୟ ନିଜ ପାଖରେ ରଖିବାକୁ ଥିବା ସାମଗ୍ରିକ ଜିଏସଟି ରାଜସ୍ବ ସଂଗ୍ରହ ପରିମାଣ ୧୦୪୪୪.୫୮ କୋଟି ଟଙ୍କା ହୋଇଥିବାବେଳେ ୨୦୨୧ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ ଏହି ପରିମାଣ ଥିବା ୯୦୫୨.୬୧ କୋଟି ଟଙ୍କା । ଏ କ୍ଷେତ୍ରରେ ୧୫.୩୮ ପ୍ରତିଶତ ଅଭିବୃଦ୍ଧି ଘଟିଛି । ୨୦୨୨ ମସିହା ଅକ୍ଟୋବର ମାସରେ ପେଟ୍ରୋଲ ଓ ମଦରୁ ୮୭୭.୩୮ କୋଟି ଟଙ୍କାର ଭାଟ ରାଜସ୍ବ ଆଦାୟ କରାଯାଇଥିବାବେଳେ ଗତ ବର୍ଷ ଅକ୍ଟୋବର ମାସରେ ଏହି ପରିମାଣ ଥିଲା ୭୨୬.୭୪ କୋଟି ଟଙ୍କା । ଫଳରେ ଭାଟ ରାଜସ୍ବ ଆଦାୟ କ୍ଷେତ୍ରରେ ଗତବର୍ଷ ତୁଳନାରେ ୨୦.୭୨ ପ୍ରତିଶତ ଅଭିବୃଦ୍ଧି ହୋଇଛି । ଏଥି ମଧ୍ୟରୁ ପେଟ୍ରୋଲଜାତ ସାମଗ୍ରୀ କ୍ଷେତ୍ରରେ ୧୭.୯୪ ପ୍ରତିଶତ ଅଭିବୃଦ୍ଧି ଘଟିଥିବାବେଳେ ମଦ କ୍ଷେତ୍ରରେ ୩୦.୪୧ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ଚଳିତ ବର୍ଷ ଅକ୍ଟୋବର ମାସରେ ୧୬.୬୫ ଲକ୍ଷ ସଂଖ୍ୟକ ୱେବିଲ ନିର୍ଗମନ ହୋଇଥିବାବେଳେ ୨୦୨୧ ମସିହା ଅକ୍ଟୋବର ମାସରେ ୧୫.୧୫ ଲକ୍ଷ ସଂଖ୍ୟକ ୱେବିଲ ନିର୍ଗମନ କରଯାଇଥିଲା । ଏ କ୍ଷେତ୍ରରେ ବୃଦ୍ଧିହାର ରହିଛି ୯.୯ ପ୍ରତିଶତ । ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ମୋଟ ୨୮ , ୨୩୪ ଜଣ ଟିକସଦାତାଙ୍କୁ ଜିଏସଟି ପରିସରଭୁକ୍ତ କରାଯାଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୨୭ , ୯୨୦ ଜଣ ଟିକସଦାତାଙ୍କୁ ଜିଏସଟି ପରିସରଭୁକ୍ତ କରଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.