ETV Bharat / state

Dearness Allowance: ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି, ବଢ଼ିଲା ମହଙ୍ଗା ଭତ୍ତା

author img

By

Published : Dec 30, 2022, 4:44 PM IST

ସରକାରୀ କର୍ମଚାରୀଙ୍କ 4 ପ୍ରତିଶତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ
ସରକାରୀ କର୍ମଚାରୀଙ୍କ 4 ପ୍ରତିଶତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ

ରାଜ୍ୟରେ ସରକାରୀ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି । 4 ପ୍ରତିଶତ ମହଙ୍ଗା ଭତ୍ତା ଓ TI ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହା 2022 ଜୁଲାଇ ପହିଲାରୁ ଏହା ଲାଗୁ ହେବ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି ସହ TIରେ ମଧ୍ୟ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ । ଜୁଲାଇ ପହିଲା 2022ରୁ ଏହା ପିଛିଲା ଭାବେ ଲାଗୁ ହେବ । ପ୍ରାୟ 7.5 ଲକ୍ଷ ସରକାରୀ କର୍ମଚାରୀ ଏଥିରୁ ଉପକୃତ ହେବେ।

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ 4 ପ୍ରତିଶତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହା ଜୁଲାଇ 2022ରୁ ପିଛିଲା ଭାବରେ ଲାଗୁ କରାଯିବ । ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ବୃଦ୍ଧି କରାଯାଇଛି । ଏହା ଦ୍ବାରା ରାଜ୍ୟ ସରକାରଙ୍କ 4 ଲକ୍ଷ କର୍ମଚାରୀ ଓ 3.5 ଲକ୍ଷ ପେନ୍ସନଭୋଗୀ ଉପକୃତ ହେବେ ।

ଗତବର୍ଷ ନୂଆ ବର୍ଷ ପୂର୍ବରୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ଉପହାର ଦେଇଥିଲେ ରାଜ୍ୟ ସରକାର । ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ 3 ପ୍ରତିଶତ ବୃଦ୍ଧି କରିଥିଲେ ରାଜ୍ୟ ସରାକାର । ଏହି ମହଙ୍ଗା ଭତ୍ତା ଗତ ଜୁଲାଇ 2021ରୁ ପିଛିଲା ଭାବରେ ଲାଗୁ ହୋଇଥିଲା । ସପ୍ତମ ବେତନ କମିଶନର 30 ପ୍ରତିଶତ ବକେୟା ଦେୟ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ 2016ରୁ ଅଗଷ୍ଟ 2017 ମଧ୍ୟରେ ବର୍ଦ୍ଧିତ ଦରମାର 50 ପ୍ରତିଶତ ପାଇସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.