Odisha Weather: ପଶ୍ଚିମା ଝଡ଼ ଲିଭାଇବ ଜଙ୍ଗଲ ନିଆଁ, ଆଜିଠୁ 5ଦିନ ବିଜୁଳି ଘଡ଼ଘଡ଼ି ସହ ବର୍ଷା

author img

By

Published : Mar 14, 2023, 8:14 PM IST

Odisha Weather

ଆଜିଠୁ ୫ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ପଶ୍ଚିମା ଝଡ଼ ପ୍ରଭାବରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Odisha Weather: ପଶ୍ଚିମା ଝଡ଼ ଲିଭାଇବ ଜଙ୍ଗଲ ନିଆଁ, ଆଜିଠୁ ୫ ଦିନ ଯାଏଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ବର: ଆଜିଠୁ ୫ ଦିନ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। କିଛି ସ୍ଥାନରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ସହ ଜଡିତ ନିମ୍ନ ଚାପରେଖା, ପୂର୍ବରୁ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ଆଦ୍ର ବାୟୁ ସହ ପରସ୍ପର ପ୍ରତିକ୍ରିୟା ଯୋଗୁଁ ପାଗରେ ପରିବର୍ତ୍ତନ ଘଟିବ । ବିଶେଷ ଭାବେ ୧୬ ତାରିଖରୁ ୧୮ ତାରିଖ ଯାଏଁ ଅନେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷାର ସମ୍ଭାବନା ରହିଥିବା ବେଳେ ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପଶ୍ଚିମା ଝଡ଼ ପ୍ରଭାବରେ ଝାଡ଼ଖଣ୍ଡରୁ ନେଇ ତେଲେଙ୍ଗାନା ଆଉ ଛତିଶଗଡ଼ରେ ମଧ୍ୟ ଦେଇ ଏକ ନିମ୍ନ ଚାପ ରେଖା ବାୟୁମଣ୍ଡଳରେ ୦.୯ କିଲୋମିଟର ପର୍ଯ୍ୟନ୍ତ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠାରୁ ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଅନୁଗୋଳ । ଆସନ୍ତାକାଲି ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୪ ଓ ୧୫ ହାଲୁକା ବର୍ଷା ରହିଛି । ୧୬ରୁ ବର୍ଷାର ବିସ୍ତୃତି ଓ ପରିମାଣ ବି ବଢିବ। ୧୮ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ । ବର୍ଷାର ବିସ୍ତୃତିକୁ ନେଇ ୧୭ ରୁ ୧୮ ତାରିଖରେ ଅନେକ ସ୍ଥାନରେ ଅର୍ଥାତ ରାଜ୍ୟର ୫୦ରୁ ନେଇ ୭୫ ପ୍ରତିଶତ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି।

ଏହା ବି ପଢନ୍ତୁ-ଡ୍ରାଇଭର ଧର୍ମଘଟରେ ସାମିଲ ହେବନି ମାଲିକ ସଂଘ, ସମସ୍ତ ରୁଟରେ ଗଡ଼ିବ ଘରୋଇ ବସ

ମୋଟାମୋଟି ଭାବେ ୧୬ ରୁ ୧୮ ଯାଏଁ ୩୦ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ସହ ପଶ୍ଚିମା ଝଡ଼ର ପ୍ରଭାବ ରହିବ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାକୁ ନଥିବା ବେଳେ ଆଗାମୀ ଦିନରେ ଅର୍ଥାତ ପଶ୍ଚିମା ଝଡ଼ର ପ୍ରଭାବକୁ ନେଇ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ବିଭାଗ । ଅନ୍ୟପଟେ କ୍ରମାଗତ ଭାବେ ୫ ଦିନ ଧରି ବର୍ଷା ହେବାକୁ ଥିବା ବେଳେ ଏହା ରାଜ୍ୟର ଵିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାରେ ସହାୟକ ହେବ। ଯାହା ରାଜ୍ୟ ପାଇଁ ଏକ ଆଶ୍ବସ୍ତି ଖବର । ତେବେ ରାଜ୍ୟରେ ନଭେମ୍ବର ପରଠାରୁ ବର୍ଷା ଆଦୌ ହୋଇନାହିଁ। ବାୟୁମଣ୍ଡଳ ଶୁଷ୍କ ରହିଥିଲା, ମାଟିର ଆର୍ଦ୍ରତା କମ ରହିଥିଲା । ଯାହା ଜଙ୍ଗଲରେ ନିଆଁ ଲଗାଇବାକୁ ସହାୟକ ହେଉଥିଲା ।

ଆଉ ଏହି ସମୟରେ ଯେଉଁ ପଶ୍ଚିମା ଝଡ଼ ଆସୁଛି ଯଦିଓ ବି ଏଥିରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ, କିନ୍ତୁ ବିଜୁଳି ଘଡଘଡି ସହ ଝଡ଼ ପବନ ରହିବ ତାହା ଜଙ୍ଗଲ ନିଆଁକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି କହିଛି ପାଣିପାଗ ବିଭାଗ । ଅନ୍ୟପଟେ କ୍ରମାଗତ ଭାବେ ୫ ଦିନ ଧରି ବର୍ଷା ହେବାକୁ ଥିବା ବେଳେ ଏହା ରାଜ୍ୟର ଵିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବାରେ ସହାୟକ ହେବ। ରାଜ୍ୟରେ ନଭେମ୍ବର ପରଠାରୁ ବର୍ଷା ଆଦୌ ହୋଇନାହିଁ। ବାୟୁମଣ୍ଡଳ ଶୁଷ୍କ ରହିଥିଲା, ମାଟିର ଆର୍ଦ୍ରତା କମ ରହିଥିଲା । ଯାହା ଜଙ୍ଗଲରେ ନିଆଁ ଲଗାଇବାକୁ ସହାୟକ ହେଉଥିଲା । ସେପଟେ ରବି ଫସଲ ଯେଉଁମାନେ କରିଛନ୍ତି ଅବଶ୍ୟକୀୟ ପଦକ୍ଷେପ ନେବା ପାଇଁ କହିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.