ETV Bharat / state

ଆଜି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପାଳନ ହେବ ଓଡିଶା ଦିବସ

author img

By

Published : Nov 24, 2022, 9:36 AM IST

ଆଜି ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପାଳନ ହେବ ଓଡିଶା ଦିବସ । ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି । ଅଧିକ ପଢନ୍ତୁ

ଆଜି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପାଳନ ହେବ ଓଡିଶା ଦିବସ
ଆଜି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପାଳନ ହେବ ଓଡିଶା ଦିବସ

ଭୁବନେଶ୍ବର: ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ରହିଥିବା ବିକାଶମୂଳକ କାର୍ଯ୍ୟ ଓ ଲୋକାଭିମୁଖୀ ଯୋଜନାକୁ ଆହୁରି ବ୍ୟାପକ କରିବା ପାଇଁ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ଏହା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ । ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ(IITF) ଓଡ଼ିଶା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମନ୍ତ୍ରୀ ଏହା କହିବା ସହିତ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି ।

ଆଜି ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ପାଳନ ହେବ ଓଡିଶା ଦିବସ

ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି କହିଛନ୍ତି ଯେ, ରାଜ୍ୟର ସାମଗ୍ରିକ ବିକାଶ ନିମନ୍ତେ ସରକାର ବର୍ତ୍ତମାନ ଅନେକ ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହା ଯେପରି ପ୍ରକୃତ ଅର୍ଥରେ ଲୋକଙ୍କ ଠାରେ ପହଞ୍ଚି ପାରିବ ସେନେଇ ସମସ୍ତେ ଉଦ୍ୟମରତ ହେବାକୁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର ଏ ଦିଗରେ ସହଯୋଗର ହାତ ବଢାଇବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଆଗାମୀ ଦିନରେ ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପ ସମେତ ମିଲେଟ ମିଶନ ଏବଂ ଓଡ଼ିଶାର କଳା ଓ ସଂସ୍କୃତିକୁ ଚଳିତ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନ ଓ ଷ୍ଟଲଗୁଡିକରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିବା ପ୍ରକାଶ କରି ଏହାକୁ ବୁଲି ଦେଖିବାକୁ ନୂଆଦିଲ୍ଲୀ ଆବାସିକ କମିଶନର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ରାଜ୍ୟ ଉତ୍ସବ ପାଳନ ଅବସରରେ ଓଡିଶୀ, ସମ୍ବଲପୁରୀ, ବଜାଶାଲ ଓ ଆଧୁନିକ ନୃତ୍ୟ ପ୍ରଦର୍ଶିତ ହେବ । ଭୁବନେଶ୍ବର ରୁଦ୍ରାକ୍ଷ ଫାଉଣ୍ଡେସନର କଳାକାରମାନେ ଓଡିଶୀ ନୃତ୍ୟରେ ମହାକାଳୀ ସ୍ତୁତି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ ବଜାଶାଲ, ସମ୍ବଲପୁରର ଲହରୀ ଅନୁଷ୍ଠାନର କଳାକାରମାନେ ଡାଲଖାଇ ଏବଂ ସୁସ୍ଥିତ ଦାସଙ୍କ ସଂଯୋଜନାରେ ମୋକ୍ଷ କ୍ୟାନ୍ସ ରୂପର କଳାକାରମାନେ ଆଧୁନିକ ନୃତ୍ୟ ପରିବେଷଣ କରିବେ । ଏତଦ୍ ବ୍ୟତୀତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସ୍ବତନ୍ତ୍ର ସଂଖ୍ୟା ମଧ୍ୟ ଉନ୍ମୋଚିତ ହେବ । ଚଳିତ ବର୍ଷର ଏହି ଓଡ଼ିଶା ମଣ୍ଡପରେ ବିଶ୍ୱସ୍ତରରେ ସୁପରିଚିତ ହସ୍ତତନ୍ତ ଓ ହସ୍ତଶିଳ୍ପ ବ୍ରାଣ୍ଡ ବୟନିକା, ଉତ୍କଳିକା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସେରିଫେଜ, ଓରମାସ, ମିଶନ୍ ଶକ୍ତି, ଶିଳ୍ପ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଷ୍ଟାର୍ଟ ଅପ ଓଡ଼ିଶା ଅଂଶଗ୍ରହଣ କରିଛନ୍ତି ।

ଆଜି ଓଡ଼ିଶା ଦିବସ ଆୟୋଜିତ ହେବ । ଅପରାହ୍ନ ୨ଟା ୩୦ରେ ଗ୍ରାମ୍ୟ ଉନ୍ନୟନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଉତ୍ସବକୁ ଉଦଘାଟନ କରିବେ । ଉତ୍ସବରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ୍‌ ମହାନ୍ତି ଏବଂ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ରଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.