ETV Bharat / state

ରାଜ୍ୟରେ ୨ୟ ଦିନରେ ଭାରତ ଯୋଡ଼ ଯାତ୍ରା, ଫୁଲନଖରାରୁ ବାହାରିଲା ପଦଯାତ୍ରା

author img

By

Published : Nov 3, 2022, 4:29 PM IST

Updated : Nov 3, 2022, 10:51 PM IST

ରାଜ୍ୟରେ ୨ୟ ଦିନରେ ଭାରତ ଯୋଡ଼ ଯାତ୍ରା, ଫୁଲନଖରା ଲଖେଶ୍ବର ମନ୍ଦିରରୁ ବାହାରିଲା ପଦଯାତ୍ରା
ରାଜ୍ୟରେ ୨ୟ ଦିନରେ ଭାରତ ଯୋଡ଼ ଯାତ୍ରା, ଫୁଲନଖରା ଲଖେଶ୍ବର ମନ୍ଦିରରୁ ବାହାରିଲା ପଦଯାତ୍ରା

ରାଜ୍ୟରେ ଦ୍ବିତୀୟ ଦିନରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା । ଫୁଲନଖରା ଲଖେଶ୍ବର ମନ୍ଦିରରୁ ବାହାରିଲା ପଦଯାତ୍ରା । ଅଧିକ ପଢନ୍ତୁ

ଭୁବନେଶ୍ବର: ଦ୍ବିତୀୟ ଦିନରେ ରାଜ୍ୟରେ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା (Bharat Jodo Yatra) । ଫୁଲନଖରା ଲଖେଶ୍ବର ମନ୍ଦିରରୁ ଏହି ଯାତ୍ରା ବାହାରିଥିବାବେଳେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ କରାଯାଇଛି । ଏହି ଯାତ୍ରା ମାଧ୍ୟମରେ ଦଳ ସବୁ ବର୍ଗକୁ ଯୋଡ଼ିବାକୁ ପ୍ରୟାସ କରୁଛି ।

ମିଳିଥିବା ସୂଚନା ଅନୁସାରେ ପ୍ରତିଦିନ ୨୦ କିମି ଏହି ପଦଯାତ୍ରା । ଯାତ୍ରା ଶେଷରେ କଣ୍ଟେନର ଓ ଟେଣ୍ଟରେ ରହିବାର ବ୍ୟବସ୍ଥା ହୋଇଛି । ଏହି ଯାତ୍ରା ଆଜି ଗୋପାଳପୁର ଦେବ ପ୍ୟାଲେସ ପାଖରେ ରହିବ । ଆସନ୍ତାକାଲି ଜଗତପୁର ଟାଙ୍ଗୀ ଟୋଲ ଗେଟ୍‌ରୁ ଯାଜପୁର ଅଭିମୁଖେ ବାହାରିବ ଏହି ପଦଯାତ୍ରା । ଆଜି ଯାତ୍ରା ଆରମ୍ଭ ହେବା ପରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ପିସିସି ସଭାପତିଙ୍କୁ ସ୍ଵାଗତ କରାଯାଇଥିଲା । ଏଥିପାଇଁ ସବୁ ବର୍ଗକୁ ଯାତ୍ରାରେ ଯୋଡ଼ିବାକୁ ପ୍ରୟାସ କରୁଛି ଦଳ ।

ରାଜ୍ୟରେ ୨ୟ ଦିନରେ ଭାରତ ଯୋଡ଼ ଯାତ୍ରା, ଫୁଲନଖରାରୁ ବାହାରିଲା ପଦଯାତ୍ରା

ଏହା ବି ପଢନ୍ତୁ- ଆରମ୍ଭ ହେଲା ଭାରତ ଯୋଡ଼ ପଦଯାତ୍ରା, ରାଜଧାନୀରେ ଚାଲୁଛନ୍ତି ବରିଷ୍ଠ ନେତା

ଏହି ଯାତ୍ରା ୯୦ ଦିନ ଧରି ଚାଲିବ । ୨୨୫୦ କିମି ପାଦରେ ବୁଲିବେ ପିସିସି ସଭାପତି ଓ ଅନ୍ୟ ନେତାଗଣ । ୧୯ଟି ସଂସଦୀୟ କ୍ଷେତ୍ରର ୨୭ଟି ଜିଲ୍ଲାକୁ ଛୁଇଁବ ଭାରତ ଯୋଡ଼ ଯାତ୍ରା । ତା' ଭିତରେ ବୁଦ୍ଧିଜୀବୀ, ମହିଳା ସଂଗଠନ, ସାଂସ୍କୃତିକ ସଂଗଠନ, ଯୁବ ଓ ଛାତ୍ର ସଂଗଠନ, ଚାଷୀ, ଶ୍ରମିକ ସଂଗଠନକୁ ଭାରତ ଜୋଡ ଯାତ୍ରାରେ ସାମିଲ କରାଯିବ । ସୂଚନା ଥାଉ କି ଗତ ଅକ୍ଟୋବର ୩୧ ତାରିଖଠାରୁ ଓଡ଼ିଶାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇଥିଲା । ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ସହପ୍ରଭାରୀ ରୁଦ୍ର ରାଜୁ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବହୁ ବରିଷ୍ଠ ମହିଳା ଓ ଛାତ୍ର କଂଗ୍ରେସ ଯୋଗ ଦେଇଥିଲେ ।

ଭୁବନେଶ୍ବର ଇନ୍ଦିରା ଗାନ୍ଧୀ ପାର୍କରୁ ସକାଳ ୯ଟା ସମୟରେ ପଦଯାତ୍ରା ଆରମ୍ଭ କରିଥିଲେ କଂଗ୍ରେସ ନେତୃବୃନ୍ଦ । ବରିଷ୍ଠ କଂଗ୍ରେସ ନେତା ପ୍ରଥମେ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବୃକ୍ଷରୋପଣ କରିବା ପରେ ଏହି ଯାତ୍ରା ଆରମ୍ଭ ହୋଇଛି । ନଭେମ୍ବର ୧ ଓ ୨ ତାରିଖ ଧାମନଗର ଉପନିର୍ବାଚନ ଲାଗି ପ୍ରଚାର ପାଇଁ ବନ୍ଦ ରହିଥିଲା । ତେବେ ଆଜି କଂଗ୍ରେସ ରାଜ୍ୟରେ ଦ୍ବିତୀୟ ଦିନରେ ଏହି ପଦଯାତ୍ରା ଆରମ୍ଭ ହୋଇଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦେଶରେ ଭାରତ ଯୋଡ଼ ଯାତ୍ରା ଜାରି ରହିଛି । ୧୫୦ ଦିନର ଏହି ଯାତ୍ରାରେ ୧୨ ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଦେଇ ଯାତ୍ରା କରିବେ କଂଗ୍ରେସ କର୍ମୀ । ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ବିଫଳ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ବେରୋଜଗାରୀ ଆଦି ସାଧାରଣ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବାକୁ କଂଗ୍ରେସ ଏହି ଯାତ୍ରାରେ ପ୍ରୟାସ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 3, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.