ETV Bharat / state

+2 ପରୀକ୍ଷା ପାଇଁ କୋଶ୍ଚିନ ବ୍ୟାଙ୍କ ପ୍ରକାଶ କଲା CHSE

author img

By ETV Bharat Odisha Team

Published : Oct 7, 2023, 7:36 PM IST

ଯୁକ୍ତ ଦୁଇ ପରୀକ୍ଷା ପାଇଁ କୋଶ୍ଚିନ ବ୍ୟାଙ୍କ ପ୍ରକାଶ କଲା CHSE
ଯୁକ୍ତ ଦୁଇ ପରୀକ୍ଷା ପାଇଁ କୋଶ୍ଚିନ ବ୍ୟାଙ୍କ ପ୍ରକାଶ କଲା CHSE

ପ୍ରକାଶ ପାଇଲା ଯୁକ୍ତ ଦୁଇ (+2) ପରୀକ୍ଷା ପାଇଁ କୋଶ୍ଚିନ୍‌ ବ୍ୟାଙ୍କ୍ । ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ସହ ଟକ୍କର ଦେବା ପାଇଁ ସିଏଚଏସଇ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷପ ନେଇଛି। ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ ( +2 ) ପରୀକ୍ଷା ପାଇଁ କୋଶ୍ଚିନ୍‌ ବ୍ୟାଙ୍କ୍ । ଯାହାକୁ ପ୍ରକାଶ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ )। ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ସହ ଟକ୍କର ଦେବା ପାଇଁ ସିଏଚଏସଇ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷପ ନେଇଛି । ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ, ଉଦ୍ଭିଦ ବିଜ୍ଞାନ ଓ ପ୍ରଣୀ ବିଜ୍ଞାନ ଆଦି ବିଷୟର ବିଷୟର ପ୍ରଶ୍ନପତ୍ର ଉପଲବ୍ଧ କରାଯାଇଛି।

ତେବେ ପ୍ରଥମ ଥର ପାଇଁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ(ପ୍ରଶ୍ନପତ୍ର ବ୍ୟାଙ୍କ) ପ୍ରକାଶ ପାଇଛି । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟ ଗୁଡ଼ିକର ମଧ୍ୟ ପ୍ରଶ୍ନପତ୍ର ପ୍ରକାଶ କରାଯିବ । ତେବେ ସିଏଚଏସଇ (CHSE)ର ୱେବସାଇଟ୍ chseodisha.nic.in ରେ ପ୍ରଶ୍ନପତ୍ର ଉପଲବ୍ଧ ରହିଛି । ଏନେଇ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଏହା ଦ୍ବାରା ଛାତ୍ରଛାତ୍ରୀମାନେ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ। ତେବେ CBSE ଓ ICSE ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିବର୍ଷ କୋଶ୍ଚିନ ବ୍ୟାଙ୍କ ଜାରି କରାଯାଇଥାଏ। ଯାହା ଫଳରେ ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଅଧିକରୁ ଅଧିକ ସହାୟକ ହୋଇପାରିବ। ତେବେ ଚଳିତ ବର୍ଷ ଠାରୁ ସିଏଚଏସଇ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ ବ୍ୟାଙ୍କ ପ୍ରସ୍ତୁତ କରିଛି।

ଏହା ମଧ୍ୟ ପଢ଼ନ୍ତୁ.....CBSE ସହ ଟକ୍କର ଦେବ CHSE, ୬ମାସ ପୁର୍ବରୁ ତାରିଖ ଘୋଷଣା କଲା CHSE

ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୪ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବା ନେଇ ସୂଚନା ରହିଥିବା ବେଳେ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୧ ମାସ ମଧ୍ୟରେ ପରୀକ୍ଷା ସରିବ। ଏପ୍ରିଲ ଶେଷ ବା ମେ ମାସର ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ । ସେହିପରି ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଏହାସହ ଡିସେମ୍ବର ୧୨ ତାରିଖରେ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆଡାମିଟ କାର୍ଡ ନେଇ ପାରିବେ । ଏହାପରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ ମେ ମାସ ତୃତୀୟ ସପ୍ତାହରେ ଫର୍ମ ଫିଲଅପ କରାଯିବ । ଏହାର ପରୀକ୍ଷା ଜୁନ ଦ୍ବିତୀୟ ସପ୍ତାହରେ ହେବ । ଏନେଇ CHSE ପକ୍ଷରୁ ପ୍ରକାଶିତ ଏକାଡେମିକ କ୍ୟାଲେଣ୍ଡରରେ ଉଲ୍ଲେଖ ରଖାଯାଇଛି। ଆଗକୁ ନିର୍ବାଚନ ରହୁଥିବା ବେଳେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ବାର୍ଷିକ ପରୀକ୍ଷା ପାଇଁ ତତ୍ପରତା ଦେଖାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କିଭଳି ଭାବରେ ଯୁକ୍ତ ଦୁଇ ଦ୍ଵାଦଶ ପରୀକ୍ଷା ସୁରୁଖୁରୁରେ କରାଯିବ ସେନେଇ ମଧ୍ୟ ନଜର ରଖିଛି ପରିଷଦ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.