ETV Bharat / state

Odisha Cabinet Meeting: 8 ବିଭାଗର 16 ପ୍ରସ୍ତାବକୁ ମଞ୍ଜୁରୀ

author img

By ETV Bharat Odisha Team

Published : Oct 19, 2023, 11:04 PM IST

Odisha Cabinet Meeting: 8 ବିଭାଗର 16 ପ୍ରସ୍ତାବକୁ ମଞ୍ଜୁରୀ
Odisha Cabinet Meeting: 8 ବିଭାଗର 16 ପ୍ରସ୍ତାବକୁ ମଞ୍ଜୁରୀ

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପ୍ରେସମିଟ କରି କହିଛନ୍ତି ସଂଗ୍ରହାଳୟ ଗୁ଼ଡିକର ପରିଚାଳନା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି । ସେହି ଢାଞ୍ଚାରେ ଓଡିଶାରେ ମଧ୍ୟ ବିଭିନ୍ନ ସମୟରେ ଆବିଷ୍କୃତ ହେଉଥିବା ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିର ସଂରକ୍ଷଣ ଓ ଗବେଷଣା ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଥିଲା । ଅଧିକ ପଢନ୍ତୁ

Odisha Cabinet Meeting: 8 ବିଭାଗର 16 ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ 8 ଟି ବିଭାଗର 16 ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁର । ରାଜ୍ୟ କ୍ୟାବିନେଟର 65 ତମ ବୈଠକରେ ମୋଟ 16 ଟି ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଁ ଆସିଥିଲା । ଆସିଥିବା ସମସ୍ତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । କ୍ୟାବିନେଟ ବୈଠକ ଶେଷ ପରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ଅଧିକ ପଢନ୍ତୁ- Odisha Cabinet: ଲକ୍ଷ୍ମୀ ଯୋଜନାରେ ତିନି ବର୍ଷରେ ଖର୍ଚ୍ଚ ହେବ ୩୧୭୮ କୋଟି

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ପ୍ରେସମିଟ କରି କହିଛନ୍ତି ସଂଗ୍ରହାଳୟ ଗୁ଼ଡିକର ପରିଚାଳନା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ରହିଛି । ସେହି ଢାଞ୍ଚାରେ ଓଡିଶାରେ ମଧ୍ୟ ବିଭିନ୍ନ ସମୟରେ ଆବିଷ୍କୃତ ହେଉଥିବା ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିର ସଂରକ୍ଷଣ ଓ ଗବେଷଣା ପାଇଁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଆବଶ୍ୟକତା ରହିଥିଲା । ରାଜ୍ୟ କ୍ୟାବିନେଟ ଆଜି ଏହି ସଂଗ୍ରହାଳୟ ନିର୍ଦ୍ଦେଶାଳୟ ନିମନ୍ତେ ଆବଶ୍ୟକ ଅମଲା ଓ ବୈଷୟିକ ପଦବୀ ସୃଷ୍ଟିକୁ ମଞ୍ଜୁରୀ ଦେଇଛନ୍ତି । ଏତତ ବ୍ୟତୀତ ନୂଆ ଭାବେ ସଂଗ୍ରହାଳୟ ସେବା ବର୍ଗ ସୃଷ୍ଟି କରି ସେଥିରେ ଆବଶ୍ୟକୀୟ ସହକାରୀ ସଂଗ୍ରାହକ, ସଂଗ୍ରାହକ, ସହ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ, ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ ସୃଷ୍ଟି ପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ସେହିପରି ମୁଖ୍ୟ ଶାସନ ସଚିବ କହିଛନ୍ତି ରାଜ୍ୟର ବିଭିନ୍ନ ବ୍ଲକ ସ୍ତରରେ ଥିବା 55ଟି ବସଷ୍ଟାଣ୍ଡର ଉନ୍ନତୀକରଣ କରାଯିବ। ଏହାସହ କୋରାପୁଟ, ବଲାଙ୍ଗୀର, ମାଲକାନଗିରି ଓ କଟକ ଆଠଗଡରେ 4ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

ସେହିଭଳି କ୍ୟାବିନେଟ ଇନ୍ଦ୍ରାବତୀ, ବ୍ରାହ୍ମଣୀ ଓ ଖଇରୀ ନଦୀରେ ଉଠା ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ମୁଣ୍ଡାରି ଭାଷାକୁ ସାମିଲ କରିବା ନେଇ ପ୍ରସ୍ତାବ ପାରିତ ହୋଇଛି। ଏତତ ବ୍ୟତୀତ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅଧିନରେ 3ଟି ନୂଆ ନିର୍ଦ୍ଦେଶାଳୟ କାର୍ଯ୍ୟକାରୀ ହେବ । ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ, ସଂଗ୍ରହାଳୟ ନିର୍ଦ୍ଦେଶାଳୟ ଓ ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶାଳୟ ପ୍ରତିଷ୍ଠା ହେବ । ଏନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଓଡିଶାରେ ବହୁ ପୁରାତନ ପ୍ରତ୍ନତତ୍ତ୍ବ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ନିମନ୍ତେ ଏକ ସ୍ବତନ୍ତ୍ର ପ୍ରତ୍ନତତ୍ତ୍ବ ନିର୍ଦ୍ଦେଶଳୟ ଗଠନର ଆବଶ୍ୟକତା ଥିଲା। 2020 ସେପ୍ଟେମ୍ବରରେ ଅନୁଷ୍ଠିତ ଐତିହ୍ୟ କ୍ୟାବିନେଟ ବୈଠକରେ ଏହି ନିର୍ଦ୍ଦେଶାଳୟ ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ ଆଜି କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି ।

ଅଧିକ ପଢନ୍ତୁ- Odisha Cabinet Meeting: 12ଟି ବିଭାଗର 19ଟି ପ୍ରସ୍ତାବକୁ ସ୍ବୀକୃତି, 1ବର୍ଷରେ ଦକ୍ଷ ହେବେ 1ଲକ୍ଷ ଯୁବକ ଯୁବତୀ

ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଗତକାଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସିକିମ ଜମି ଚାଷ କରୁଥିବା ୩ ଲକ୍ଷ ଚାଷୀଙ୍କୁ ରୟତି ଅଧିକାର ପ୍ରଦାନ । ଏଥିପାଇଁ ଓଡିଶା ଭୂସଂସ୍କାର ଆଇନର ଧାରା-୪କୁ ସଂଶୋଧନ କରାଯିବ । ଏହା ପ୍ରାୟ 3 ଲକ୍ଷ ଭୂମିହୀନ ଚାଷୀ ପକୃତ ହେବେ । ଏସମ୍ପର୍କିତ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟର ମଞ୍ଜୁରୀ ଦେଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.