ETV Bharat / state

କମିବ ନରେଗା ଅନୁଦାନ, ବିକଳ୍ପ ବ୍ୟବସ୍ଥା ଲାଗି ବିଭାଗକୁ ପରାମର୍ଶ

author img

By

Published : Feb 7, 2023, 7:42 AM IST

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ

ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ଷ୍ଟାଣ୍ଡିଂ କମିଟି ୯ମ ବୈଠକ ଅନୁଷ୍ଠିତ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରଦାନ ନେଇ ଅଭିଯୋଗ ଦାଖଲ ଓ ମନରେଗା ଯୋଜନାରେ ଅର୍ଥ ହ୍ରାସ ନେଇ ବୈଠକରେ ଆଲୋଚନା ହୋଇଛି । ମନରେଗା ଯୋଜନାରେ ଅର୍ଥ ହ୍ରାସ ଶ୍ରମିକ ବହୁଳ ଜିଲ୍ଲା ଲାଗି କେନ୍ଦ୍ର ସରକାରଙ୍କ ବୈମାତୃକ ଭାବନାର ପ୍ରତିଫଳନ ବୋଲି କହିଛନ୍ତି କମିଟି ସଦସ୍ୟ ସାଲୁଜା । ଅଧିକ ପଢ଼ନ୍ତୁ

ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ବିଧାନସଭା ଷ୍ଟାଣ୍ଡିଂ କମିଟି ୯ମ ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ବିଧାୟକ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ସୁବାସ ପାଣିଗ୍ରାହୀ ଉପସ୍ଥିତ ଥିଲେ । ପଞ୍ଚାୟତିରାଜ୍ ବିଭାଗର ଅଧିକାରୀ ବୈଠକରେ ସାମିଲ ଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରଦାନ ନେଇ ଅଭିଯୋଗ ଦାଖଲ ଓ ମନରେଗା ଯୋଜନାରେ ଅର୍ଥ ହ୍ରାସ ନେଇ ବୈଠକରେ ଆଲୋଚନା ହୋଇଛି ।

ବୈଠକ ପରେ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି, "ଗ୍ରାମୀଣ ଗୃହ ଓ ନରେଗା ବାବଦରେ ଷ୍ଟାଣ୍ଡିଂ କମିଟି ବୈଠକ ଅନୁଷ୍ଠିତ ହୋଇଛି । ନରେଗାରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ନେଇ ଆଲୋଚନା ହୋଇଛି । ଗତବର୍ଷ ନରେଗାରେ ଦେଶବ୍ୟାପୀ ପ୍ରାୟ ୮୯ ହଜାର କୋଟି ବ୍ୟବସ୍ଥା ଥିଲା । ଚଳିତ ବର୍ଷ ତାହା ହ୍ରାସ ପାଇ ୬୦ ହଜାର ହୋଇଛି । ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିବ ଆଲୋଚନା ହୋଇଛି । ଅନୁଧ୍ୟାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗ୍ରାମୀଣ ଆବାସ ଯୋଜନାରେ ଲକ୍ଷାଧିକ ଅଭିଯୋଗ ଦାଖଲ ହୋଇଛି । ସେଥିରୁ ୫୭ ପ୍ରତିଶତ ଭତ୍ତିହୀନ ଅଭିଯୋଗ ବୋଲି କମିଟିକୁ ବିଭାଗ ଜଣାଇଛି । ସର୍ବାଧିକ ଅଭିଯୋଗ ଭଦ୍ରକରୁ ଆସିଥିବାବେଳେ ଦେବଗଡ଼ ଜିଲ୍ଲାରେ ସବୁଠାରୁ କମ ଅଭିଯୋଗ ଆସିଛି ।"

କମିଟିର ସଦସ୍ୟ ତଥା କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଯେଉଁ ଅଞ୍ଚଳରୁ ମୁଁ ଆସୁଛି, ସେଠାରେ ୨୦ଟି ବ୍ଲକ ହେଉଛି ଶ୍ରମିକ ପ୍ରବଣ ଜିଲ୍ଲା । ସେଥିରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୩ଟି, ବଲାଙ୍ଗୀର ଜିଲ୍ଲାରୁ ୬ଟି, ନୂଆପଡା ଜିଲ୍ଲାର ୫ଟି, କଳାହାଣ୍ଡି ଜିଲ୍ଲାର ୬ଟି, ବରଗଡ ଜିଲ୍ଲାର ୪ଟି ଶ୍ରମିକ ପ୍ରବଣ ବ୍ଲକ । କେନ୍ଦ୍ର ସରକାର ୨୦୨/୨୩ ବର୍ଷରେ ନରେଗାରେ ୮୯ ହଜାର କୋଟି ବ୍ୟବସ୍ଥା କରିଥିଲେ । ଦୁଃଖର ବିଷୟ ଚଳିତ ବର୍ଷ ତାହାକୁ ହ୍ରାସ କରି ୬୦ ହାଜର କୋଟି ବ୍ୟବସ୍ଥା କରିଛନ୍ତି । ସିଧାସଳଖ ଭାବେ ୨୯ ହଜାର କୋଟି ଟଙ୍କା କାଟି ଦେଇଛନ୍ତି । ଯାହା ଫଳରେ ଆମ ଶ୍ରମିକ କାମ ପାଇବେ ନାହିଁ ।" ତେବେ ଏହା ଶ୍ରମିକ ବହୁଳ ଜିଲ୍ଲା ଲାଗି କେନ୍ଦ୍ର ସରକାରଙ୍କ ବୈମାତୃକ ଭାବନାର ପ୍ରତିଫଳନ ବୋଲି କହିଛନ୍ତି ସାଲୁଜା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.