ETV Bharat / state

​ ନୂଆ ବ୍ୟବସ୍ଥାକୁ ସ୍ବାଗତ; ପରିବର୍ତ୍ତନ ଧୀରେ ଧୀରେ ହେବା ଆବଶ୍ୟକ କହିଲେ କୃଷି ମନ୍ତ୍ରୀ

author img

By

Published : Jun 30, 2023, 11:03 PM IST

​ ନୂଆ ବ୍ୟବସ୍ଥାକୁ ସ୍ବାଗତ; ପରିବର୍ତ୍ତନ ଧୀରେଧୀରେ ହେବା ଆବଶ୍ୟକ : କୃଷି ମନ୍ତ୍ରୀ
​ ନୂଆ ବ୍ୟବସ୍ଥାକୁ ସ୍ବାଗତ; ପରିବର୍ତ୍ତନ ଧୀରେଧୀରେ ହେବା ଆବଶ୍ୟକ : କୃଷି ମନ୍ତ୍ରୀ

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କୃଷି ମନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକରେ ଓଡିଶାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ । ଅଧିକ ପଢନ୍ତୁ

​ ନୂଆ ବ୍ୟବସ୍ଥାକୁ ସ୍ବାଗତ; ପରିବର୍ତ୍ତନ ଧୀରେଧୀରେ ହେବା ଆବଶ୍ୟକ : କୃଷି ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ କୃଷକଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ୟାକେଜ ୩୬୮୬୭୬.୭ କୋଟି ଟଙ୍କା ମଞ୍ଜୁରୀ ଦେଇଛନ୍ତି । ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ସହ କୃଷକଙ୍କର ସାମଗ୍ରିକ କଲ୍ୟାଣ ଏବଂ ଆର୍ଥିକ ସୁସ୍ଥତା ଉପରେ ଗୁରୁତ୍ବ ଦିଆଯାଇଛି । କୃଷକଙ୍କ ଆୟ ବୃଦ୍ଧି, ପ୍ରାକୃତିକ ତଥା ଜୈବିକ ଚାଷକୁ ମଜବୁତ, ମୃତ୍ତିକାର ଉତ୍ପାଦନକୁ ପୁନଃଜୀବିତ କରିବ । ଏ ନେଇ ଆଜି କେନ୍ଦ୍ର ରାସାୟନିକ ଓ ସାର ମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି ।

କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସମେତ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କୃଷି ମନ୍ତ୍ରୀ ଉପସ୍ଥିତ ଥିଲେ । ବୈଠକରେ ଓଡିଶାର କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ । ଓଡିଶାର ଚାଷୀମାନେ କୃଷି କାର୍ଯ୍ୟରେ ପାରମ୍ପରିକ ୟୁରିଆ ସାର ବ୍ୟବହାର କରିଥାଆନ୍ତି । ରାଜ୍ୟରେ ନାନୋ ୟୁରିଆ ସାରର ପ୍ରଚଳନ ଆରମ୍ଭ ହୋଇଛି । ଚାଷୀମାନେ ପାରମ୍ପରିକ ୟୁରିଆ ସାର ବ୍ୟବହାରକୁ ପସନ୍ଦ କରୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ୟୁରିଆ ସାର ବ୍ୟବହାର କମ କରିବା ଦ୍ୱାରା କୃଷି ଉତ୍ପାଦନ ବ୍ୟାହତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାକୁ କେନ୍ଦ୍ର ତରଫରୁ ଗତବର୍ଷ ପରି ୪ ଲକ୍ଷ ମେଟ୍ରିକ ଟନ ୟୁରିଆ ଯୋଗାଣକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟ ଦାବି କରିଛି ।

କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ସାର ଉଚିତ ପରିମାଣରେ ଉପଲବ୍ଧ ନହେଲେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯିବାର ସମ୍ଭାବନା ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ରାସାୟନିକ ସାରର ବ୍ୟବହାର କମ ହେଉଛି । ପିଏମ-ପ୍ରଣାମ ଯୋଜନାରେ ସଞ୍ଚୟ ହେବାକୁ ଥିବା ଅର୍ଥରୁ ସହାୟତା ରାଶିର ସର୍ବୋଚ୍ଚ ପରିମାଣ ୫୦ ପ୍ରତିଶତ ନିୟମକୁ ରାଜ୍ୟ ନିମନ୍ତେ କୋହଳ କରିବା ପାଇଁ ମନ୍ତ୍ରୀ କହିଛନ୍ତି । ଅନ୍ୟଥା ରାଜ୍ୟ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏଥି ସହିତ ରାଜ୍ୟରେ ମୋଟ ୭୦ ପ୍ରତିଶତ ଚାଷ ଜମିରେ ଅମ୍ଳ ଏବଂ ୬ ପ୍ରତିଶତ ଚାଷଜମିରେ ଲବଣାଂଶ ଅଧିକ ରହୁଛି । ଏ ଦୃଷ୍ଟିରୁ ମୃତ୍ତିକା ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଅଧିକ ପରିମାଣର କେନ୍ଦ୍ର ସହାୟତା ଯୋଗାଇବା ଆବଶ୍ୟକତା ରହିଛି । ପର୍ଯ୍ୟାୟ କ୍ରମେ ନାନୋ ୟୁରିଆ ବ୍ୟବହାର ସଂପର୍କରେ ଓଡ଼ିଶାର ଚାଷୀମାନଙ୍କୁ ସଚେତନ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ପୂର୍ବ ବର୍ଷ ପରି ଚଳିତ ଋତୁରେ ୪ ଲକ୍ଷ ମେଟ୍ରିକ ଟନ ୟୁରିଆ ଯୋଗାଇଦେବା ସହିତ ୭୫ ହଜାର ମେଟ୍ରିକ ଟନ ଏମଓପି ସାର ଯୋଗାଇଦେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି । ସଂପ୍ରତି ରାଜ୍ୟରେ ପ୍ରାୟ ୩୯ ହଜାର ମେଟ୍ରିକ ଟନ ଏମଓପି ସାର ନିଅଣ୍ଟ ରହିଛି । ଓଡିଶା ଏକମାତ୍ର ରାଜ୍ୟ, ଯିଏ କମ ଫର୍ଟିଲାଇଜର ବ୍ୟବହାର କରୁଛି । ଗତବର୍ଷ ୪ ଲକ୍ଷ ମେଟ୍ରିକ ଟନ ସାର କେନ୍ଦ୍ର ଓଡିଶାକୁ ଯୋଗାଇବାର ଥିଲା । କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ୨୨ ହଜାର ୫୦୦ ମେଟ୍ରିକ ଟନ ଓଡିଶାକୁ କମ ମିଳିଛି । ଓଡିଶାର ଚାଷୀ ଚିରାଚରିତ ଚାଷ ପ୍ରଣାଳୀରେ ଚାଷ କରୁଛନ୍ତି । ସେମାନଙ୍କୁ ବାଧ୍ୟ କରି ନାନୋ ୟୁରିଆ ବ୍ୟବହାର କରାଇଲେ ଏହାର ଖରାପ ପ୍ରଭାବ ଚାଷ ଉପରେ ପଡିପାରେ । ଉତ୍ପାଦନ ହ୍ରାସ ହୋଇପାରେ । ଧୀରେ ଧୀରେ ନୂଆ ପ୍ରଣାଳୀକୁ ଲୋକଙ୍କ ପାଖକୁ ନେବାକୁ ପଡିବ । ଏହି ନୂଆ ପ୍ରଣାଳୀକୁ ରାଜ୍ୟ ଉପରେ ଲଦି ଦିଆନଯାଉ । ନାନୋ ୟୁରିଆକୁ ଡ଼୍ରୋନ ଓ ଅନ୍ୟାନ୍ୟ ବ୍ୟବସ୍ଥା ଜରିଆରେ ସ୍ପ୍ରେ କରାଯିବ । ଯାହାକୁ ଆମର ଚାଷୀ ଆଡ଼ପ୍ଟ କରିନାହାନ୍ତି । ଡ଼୍ରୋନକୁ କେମିତି ଚଲାଯିବ ଆମ ଚାଷୀ ଜାଣିନାହିଁ । ଟେକ୍ନିକାଲ ଟ୍ରେନିଂ ସେମାନେ ପାଇ ନାହାନ୍ତି । ଟ୍ରେନିଂ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରବଧାନ କରିବା କଥା ତାହା ଏବେ ଆରମ୍ଭ କରିବେ । ମାର୍କେଟ ଉନ୍ନୟନ ସହାୟତା ଯୋଗାଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.