ETV Bharat / state

Manaska Movie: ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମନସ୍କ

author img

By

Published : Mar 25, 2023, 10:34 AM IST

Manaska film relese
Manaska film relese

ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମନସ୍କ । ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି କହିଛନ୍ତି ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Manaska film relese

ଭୁବନେଶ୍ବର: ଫିଲ୍ମ ଫ୍ରାଇଡରେ ପରଦାକୁ ଆସିଲା ଓଡ଼ିଆ ଚଳଚ୍ଚିତ୍ର ମନସ୍କ । ଦର୍ଶନ ଶାସ୍ତ୍ର ଓ ମନୋବିଜ୍ଞାନକୁ ନେଇ ମନସ୍କ ପ୍ରସ୍ତୁତ ହୋଇଥିବାବେଳେ ଏହା ଏକ ହରର ସିନେମା ଅଟେ । ଏଥିରେ ଆଜିର ଯୁବପିଢିଙ୍କ ପାଇଁ ସଚେତନତାର ବାର୍ତ୍ତା ରହିଛି । ତେଣୁ ଏହି ଭିନ୍ନ ଧରଣର ଚଳଚ୍ଚିତ୍ରଟି ଦର୍ଶକଙ୍କମାନଙ୍କୁ ବେଶ୍ ବାନ୍ଧି ରଖିବ ବୋଲି ଆଶା ରଖିଛି ପ୍ରଯୋଜନା ସଂସ୍ଥା ।

ଗତକାଲି(ଶୁକ୍ରବାର)୨୦ଟି ହଲରେ ମୁକ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ମନସ୍କ । ମନସ୍କ ଏକ କେନ୍ଦ୍ରୀଭୂତ ମନ । ଏହି କେନ୍ଦ୍ରୀଭୂତ ମନ ଯଦି ସକାରାତ୍ମକ ହୁଏ ତେବେ ମନସ୍କ ମଣିଷ ଉନ୍ନତିର ଚରମ ସୀମାରେ ପହଞ୍ଚି ପାରିଥାଏ । ହେଲେ ସେହି ମନ ନକାରାତ୍ମକ ହେଲେ ଜୀବନ ଉପରେ ଭାରି ପଡିଥାଏ । ଏମିତି ଏକ ମନସ୍ତତ୍ୱର କାହାଣୀକୁ ନେଇ ତିଆରି ହୋଇଛି ଚଳଚ୍ଚିତ୍ର ମନସ୍କ । କାହାଣୀର ମୁଖ୍ୟ ଚରିତ୍ରରେ ଥିବା ଅଶ୍ବିନୀ ରାୟ ମହାପାତ୍ର ତନିସ ଚରିତ୍ରରେ ନଜର ଆସିଥିବା ବେଳେ ନିଜ ଭିତରେ ନିଜେ ହଜିଯାଇଥିବା ଦେଖାଯାଇଛି । ମାନସିକ ଦ୍ୱନ୍ଦ୍ୱରେ ପଡି ଏକ ବିଶାଳ ଅନୁଶୋଚନାକୁ ନିଜ ମୁଣ୍ଡରେ ବୋହି ଚାଲିଛନ୍ତି । ଆଉ ଏହି ଅନୁଶୋଚନା ଓ ଅଣନିଃଶ୍ଵାସିର ଅଳନ୍ଦୁ ଭିତରୁ ବାହାରିବା ପାଇଁ ସଂଘର୍ଷ କରି ମଧ୍ୟ ସେଥିରୁ ମୁକୁଳି ପାରୁନାହାନ୍ତି ।

ଏମିତି ଏକ ସଂଘର୍ଷର କାହାଣୀ, ଦାର୍ଶନିକ, ମନସ୍ତାତ୍ତ୍ୱିକ ବିଶ୍ଳେଷଣର ସମାହାର ହେଉଛି ‘ମନସ୍କ’ । ଯେଉଁଥିରେ ଶେଷରେ ଏକ ସ୍ୱତନ୍ତ୍ର ଚରିତ୍ରରେ ଚୌଧୁରୀ ବିକାଶ ଦାସ ପ୍ରବେଶ କରି ସିନେମାର ମୋଡ ବଦଳାଇଛନ୍ତି । ଏହି ଚଳଚ୍ଚିତ୍ରଟି ଯେତିକି ଶିକ୍ଷଣୀୟ, ଏହାର କାହାଣୀ ମଧ୍ୟ ସେତିକି ନିଆରା । ତେଣୁ ଏହି ନିଆରା କାହାଣୀ ଓଡ଼ିଆ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ନେବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ।

ଜାତୀୟସ୍ତରର ନିର୍ଦ୍ଦେଶକ ମାନସ ସାହୁ ଏହି କାହାଣୀର ନିର୍ଦ୍ଦେଶନା ଦେଇଛନ୍ତି । ଭବାନୀ ପ୍ରସାଦ ମାଝୀ ପ୍ରଡକ୍ସନ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଛି । ଭବାନୀ ପ୍ରସାଦ ମାଝୀ ସିନେମାର ପ୍ରଯୋଜନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି ଡକ୍ଟର ଲିଙ୍ଗରାଜ ନାଥ । ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ମନସ୍କ ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଳେ ଏହି ଭିନ୍ନ ଧରଣର ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ମାନସ ସାହୁ ।

ମନସ୍କରେ ଲିଡ୍ ରୋଲରେ ମଧୁମିତା ବାରିକଙ୍କ ସହ ଅଶ୍ବିନୀ ରାୟ ନଜର ଆସିଛନ୍ତି । ଏହାସହ ବୌଦ୍ଧ ଧର୍ମାବଲମ୍ବୀ ଭୂମିକାରେ ନଜର ଆସିଛନ୍ତି ଚୌଧୁରୀ ବିକାଶ ଦାସ । ନିର୍ଦ୍ଦେଶକ ମାନସ ସାହୁ ଏହାପୂର୍ବରୁ ଏକାଧିକ ତାମିଲ୍ ଓ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତେଣୁ ଓଡ଼ିଆ ମୌଳିକ କାହାଣୀକୁ ନେଇ ପ୍ରସ୍ତୁତ ଓ ତାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କ ଭିତରେ ଆଦୃତ ଲାଭ କରିବ ବୋଲି ଆଶା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.